Home ଜିଲ୍ଲା ପରିକ୍ରମା ସଶ୍ମିତା ନିର୍ଯ୍ୟାତନା ପ୍ରସଙ୍ଗ ଘଟଣା; କୋର୍ଟ ଚାଲାଣ ହେଲା ରସିକ ସ୍ୱାମୀ ନିତ୍ୟଚୈତନ୍ୟ

ସଶ୍ମିତା ନିର୍ଯ୍ୟାତନା ପ୍ରସଙ୍ଗ ଘଟଣା; କୋର୍ଟ ଚାଲାଣ ହେଲା ରସିକ ସ୍ୱାମୀ ନିତ୍ୟଚୈତନ୍ୟ

68

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସାତଶୋଳା ଗ୍ରାମର ନାରାୟଣ ଖଣ୍ଡେଇଙ୍କ ପୁଅ ନିତ୍ୟ ଚୈତନ୍ୟକୁ ପତ୍ନୀ ସଶ୍ମିତାକୁ ନିର୍ଯ୍ୟାତନା ଦେବା ମାମଲାରେ ଆଜି କୋର୍ଟ ଚାଲାଣ କରାଯାଇଛି । ଗତକାଲି ଜନୈକ ମଧ୍ୟସ୍ଥି ଜରିଆରେ ଥାନାରେ ନିତ୍ୟଚୈତନ୍ୟ ଆତ୍ମସମର୍ପଣ କରିଥିଲା । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅଧିନସ୍ଥ ମଂଜୁରରୋଡ ଅଞ୍ଚଳର ସାତଶୋଳା ଗ୍ରାମର ନିତ୍ୟଚୈତନ୍ୟ ଖଣ୍ଡାଇଙ୍କୁ ସେହି ଥାନା କୁଲଣା ନିକଟସ୍ଥ ଓଳା ଗ୍ରାମର ପରମାନନ୍ଦ ସାହୁଙ୍କ ଝିଅ ସସ୍ମିତା ସାହୁ ବିବାହ କରିଥିଲେ । ବିଭାଘର କିଛି ମାସ ପରେ ସ୍ୱାମୀ ସମେତ ଶୁଶୁର ଘରଲୋକେ ଅଧିକ ଯୌତୁକ ଦାବୀରେ ତାଙ୍କୁ ମାନସିକ, ଶାରିରୀକ ନିର୍ଯ୍ୟାତନା ଦେବା ସହିତ ଅନେକ ସମୟରେ ମାଡ ମରାଯାଇଥିବାର ଅଭିଯୋଗ ଆଣିଥିଲେ । ତାଙ୍କର ସ୍ୱାମୀ ଜଣେ ନମିତା ପରିଡ଼ା ନାମରେ ମହିଳା ସହିତ ଅବୈଧ ସମ୍ପର୍କକୁ ନେଇ ସେ ବିରୋଧ କରିଆସୁଥିବା ବେଳେ ତାଙ୍କର ଶ୍ୱଶର, ଶାଶୁ , ନଣନ୍ଦ ନଣନ୍ଦେଇ ତାଙ୍କୁ ସହଯୋଗ କରି ଆସୁଥିଲେ । ଏହି ଘଟଣାକୁ ନେଇ ଜୁନ୍ ୮ ତାରିଖରେ ସ୍ୱାମୀ ସମେତ ଶ୍ୱଶୁର ଘରର ସମସ୍ତ ସଦସ୍ୟ ସଂଘବଦ୍ଧ ଭାବେ ତାଙ୍କୁ ମାଡ଼ ମାରିବା ସହିତ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ । ଏହି ଘଟଣାର ଖବର ପାଇ ତାଙ୍କର ବାପା ଏବଂ ଭାଇ ପହଂଚିବା ପରେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସସ୍ମିତାର ମୁଣ୍ଡ, ପେଟ ଓ ଛାତିରେ ଆଘାତ ଲାଗିଥିଲା ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାପା ଭାଇ ସସ୍ମିତାକୁ ଭଦ୍ରକ ଆଣି ତାଙ୍କୁ ଚିକିତ୍ସା କରାଇଥିଲେ । ଏପରିକି ତାଙ୍କୁ ଶିଶୁପୁତ୍ରକୁ ମଧ୍ୟ ନିଖୋଜ କରିଦେଇଥିଲେ । ନିଖୋଜର ପାଞ୍ଚଦିନ ପରେ ପୋଲିସ୍ ପକ୍ଷରୁ ଶିଶୁର ମାଆ ସସ୍ମିତାଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ଘଟଣା ସମ୍ପର୍କରେ ସସ୍ମିତା ପ୍ରଥମେ ମଂଜୁରୀରୋଡ ଫାଣ୍ଡି ଏବଂ ପରେ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଥିଲା । ଏବଂ ସେଠାରୁ ବିଫଳ ହେବା ପରେ ଭଦ୍ରକ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ନ୍ୟାୟଭିକ୍ଷା କରିଥିଲେ । ତେବେ ଆଜି ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.