ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସାମାନ୍ୟ ଛେପ ପକାଇବାକୁ ନେଇ ଦୁଇ ପରିବାର ମଧ୍ୟ ଗୋଷ୍ଠୀ ସଂଘର୍ଷ ଘଟି ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଚାରିଜଣ ଗୁରୁତର ଭାବେ ତିହିଡି ଓ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାର ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ବାଂଶଡା ଥାନା ଅଧୀନସ୍ଥ ଘଣ୍ଟେଶ୍ୱରର ଗୋପୀନାଥପୁର ବୁଦ୍ଧିରାମ ଦାସ ଓ ମହେଶ୍ୱର ପରିଡାଙ୍କ ପରିବାର ମଧ୍ୟରେ ଛେପ ପକାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ମହେଶ୍ୱର ପରିଡାଙ୍କ ପରିବାର ଲୋକେ ବୁଦ୍ଧିରାମ ଦାସଙ୍କ ପରିବାରକୁ ମରଣାନ୍ତ ଆକ୍ରମଣ କରିଥିଲେ । ଏହି ଘଟଣାରେ ବୁଦ୍ଧିରାମ ଦାସଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କ ପରିବାରର ୪ ଜଣ ଗୁରୁତର ହୋଇ ପ୍ରଥମେ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ସ୍ଥାନାନ୍ତର ହୋଇଛନ୍ତି । ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ କରୁଥିବାର ଜଣାପଡିଛି ।