Home ଜିଲ୍ଲା ପରିକ୍ରମା କରୋନାରେ ମୃତ୍ୟୁ ; ପ୍ରଶାସନ ସହଯୋଗରେ ଶବ ସତ୍କାର

କରୋନାରେ ମୃତ୍ୟୁ ; ପ୍ରଶାସନ ସହଯୋଗରେ ଶବ ସତ୍କାର

22

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ନଳଗୋହିରା ଗ୍ରାମର ସୁବାଷ ଖଟୁଆ (୫୮) କିଛିଦିନ ପୂର୍ବରୁ କର୍କଟ ରୋଗରେ ପୀଡିତ ଥାଇ ଗତ ସପ୍ତାହ କଟକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିଲେ । ଡାକ୍ତରମାନେ ତାଙ୍କୁ କରୋନା ପଜିଟିଭ୍ ହୋଇଛି ବୋଲି କହିବା ପରେ ସେ ଘରେ ଆସି ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି । ଏହି ଖବର ପାଇ ଚାନ୍ଦବାଲି ତହସିଲଦାର ସୁଶାନ୍ତ କୁମାର ସୂତାର, ଅତିରିକ୍ତ ତହସିଲଦାର ବସନ୍ତ ମହାରଣା, ଚାନ୍ଦବାଲି ଥାନାଧିକାରିଣୀ ପ୍ରଜ୍ଞା ମହାନ୍ତି, ବିଡିଓ ଜ୍ୟୋତିବିକାଶ ଦାସ, ବାଂଶଡା ଥାନାଧିକାରୀ କରୁଣାକର ରାଉତ ଓ ନଳଗୋହିରା ସରପଞ୍ଚ ଆଶୁତୋଷ ଭୋଇ ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତିରେ ଶବଟିର ସତ୍କାର କରାଇଥିଲେ । ଚାନ୍ଦବାଲି ତହସିଲଦାର ଶ୍ରୀ ସୂତାର ନିଜେ ପିପିଇ କିଟ୍ ପିନ୍ଧି ମୃତଦେହକୁ କାନ୍ଧରେ ବୋହିନେବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରଶାସନର ଏଭଳି ମହତ୍ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.