Home ଜିଲ୍ଲା ପରିକ୍ରମା ଆହାରପଦା ପୋଷ୍ଟ ମାଷ୍ଟର କମଳାକାନ୍ତ ନାୟକଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଆହାରପଦା ପୋଷ୍ଟ ମାଷ୍ଟର କମଳାକାନ୍ତ ନାୟକଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ

37

ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବରୁ ୧୮୫ ଜଣ ଜମାକାରୀଙ୍କ ଠାରୁ ୩୫ ଲକ୍ଷ ଟଙ୍କା ଆତ୍ମସାତ୍ କରି ଗିରଫ ହୋଇ ଜେଲ୍‌ରେ ଥିବା ଆହାରପଦା ଶାଖା ପୋଷ୍ଟ ମାଷ୍ଟର କମଳାକାନ୍ତ ନାୟକଙ୍କୁ କୋର୍ଟ ୪୦୯ ଦଫାରେ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଦେବଦତ୍ତ ପଟ୍ଟନାୟକ । ୨୦୧୬ ମସିହାରେ ତତ୍‌କାଳନୀ ଭଦ୍ରକ ମଣ୍ଡଳ ପୋଷ୍ଟାଲ ସୁପରିଟେଣ୍ଡେଣ୍ଟ ପରମାନନ୍ଦ ସାହୁ ଅଡିଟ୍ ସମୟରେ ଜାଣିବାକୁ ପାଇଥିଲେ ଯେ ଭଦ୍ରକ ଡାକ ମଣ୍ଡଳ ଅଧୀନସ୍ଥ ଆହାରପଦା ଶାଖା ପୋଷ୍ଟ ଅଫିସ୍‌ରେ ବ୍ୟାପକ ଆର୍ଥିକ ଅନିୟମିତତା ଦେଖାଦେଇଛି । ୧୮୫ ଜଣ ଜମାକାରୀଙ୍କର ମୋଟ ଜମା ରାଶି ୩୫ ଲକ୍ଷ ଟଙ୍କାକୁ ଶାଖା ପୋଷ୍ଟ ମାଷ୍ଟର କମଳାକାନ୍ତ ନାୟକ ଆତ୍ମସାତ୍ କରି ପୋଷ୍ଟ ଅଫିସ୍‌ରେ ଜମା ନକରି ଚଳୁ କରି ଦେଇଛନ୍ତି । ସେ ସେତେବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଳିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ମୁତାବକ ଥାନା କେଶ୍ ନଂ ୭୦/୧୬, ଦଫା ୪୦୯ / ୪୨୦ / ୪୬୭ / ୪୬୮ / ୪୬୧ ରେ ପୁଲିସ୍ ଏକ ମାମଲା ରୁଜୁ କରିଥିଲା ଓ ତଦନ୍ତ ସମୟେ ଗତ ତା ୨୩.୦୮.୧୭ ରିଖରେ କମଳାକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହିଦିନରୁ ସେ ବିଚାରାଧୀନ ବନ୍ଦୀ ଭାବେ ଜେଲ୍‌ରେ ରହିଥିଲା । ଆଜି ମାନ୍ୟବର କୋର୍ଟ ତାଙ୍କର ଚୂଡାନ୍ତ ରାୟରେ ୪୨୦ / ୪୬୮ / ୪୭୧ ଦଫାରେ ପ୍ରମାଣ ଅଭାବରୁ ଖଲାସ କରିଥିବାବେଳେ ୪୦୯ ଦଫାରେ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ପାଇଁ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ତରଫରୁ କେନ୍ଦ୍ର ସରକାରଙ୍କ ପବ୍ଲିକ ୍‌ପ୍ରସିକ୍ୟୁଟର ଦୁର୍ଗା ରାୟ ମହାପାତ୍ର ଓ ପବ୍ଲିକ୍ ପ୍ରସିକ୍ୟୁଟର ଯତିକାନ୍ତ ନାୟକ ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.