Home କେନ୍ଦୁଝର ସଢ଼ା ଶିଶୁ ପାର୍କ ବୁଲିଲେ ଜିଲ୍ଲାପାଳ

ସଢ଼ା ଶିଶୁ ପାର୍କ ବୁଲିଲେ ଜିଲ୍ଲାପାଳ

40

ହାଟଡ଼ିହି-୨୫/୩,(ଓଡିଆପୁଅ / ବିକାଶ ବିଶ୍ୱାଳ) ସଢ଼ା ପଞ୍ଚାୟତରେ ମନରେଗା ଯୋଜନା, ଟିଏଫସି ଓ ଏସଏଫସି ଅନୁଦାନରେ ନିର୍ମାଣ କରାଯାଉଥିବା ଶିଶୁ ଉଦ୍ୟାନ ଓ ପାର୍କ ଗୁଡିକୁ ଜିଲ୍ଲାପାଳ ପରିଦର୍ଶନ କରିବା ସହିତ ଖୁସିବ୍ୟକ୍ତ କରିଛନ୍ତି । ସଢ଼ାରେ ନିର୍ମାଣ କରାଯାଉଥିବା ପାର୍କଟି ଯେପରି ଜିଲ୍ଲାର ମଡେଲ ପାର୍କ ହୋଇପାରିବ ସେନେଇ କାର୍ଯ୍ୟ କରିବାକୁ ବିଡିଓ ଏବଂ ସରପଞ୍ଚଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାପାଳ ହାଟଡିହି ବ୍ଲକକୁ ଆସିଥିବା ସମୟରେ ସଢ଼ା ପଞ୍ଚାୟତର ପାର୍କ ଗୁଡିକୁ ବୁଲିବାକୁ ଯାଇ ବରଗଡିଆ ଠାରେ ନିର୍ମାଣ ହୋଇଥିବା ଶିଶୁ ଉଦ୍ୟାନଟିକୁ ଦେଖି ଖୁସି ବ୍ୟକ୍ତ କରିଥିଲେ । ସେହିପରି ମିଠିଗାଁ ଓ ସଢ଼ାରେ ନିର୍ମାଣ କରାଯାଉଥିବା ପାର୍କ ଗୁଡିକୁ ପରିଦର୍ଶନ କରି ସେଠାରେ ଓପନ ଜିମ, ୱାଟର ଫାଉଣ୍ଟେନ, ଚିଲଡ୍ରେନ ଇକ୍ୟୁପମେଣ୍ଟ, ଲାଇଟ ଇକ୍ୟୁପମେଣ୍ଟ, ଫୁଲଗଛ ଆଦି ରଖିବାକୁ ପରାମର୍ଶ ଦେଇଥିଲେ । ତାଙ୍କ ସହିତ ପ୍ରକଳ୍ପ ନିର୍ଦ୍ଦେଶକ ଡ. ଉଦ୍ଧବ ଚନ୍ଦ୍ର ମାଝୀ, ଡିଏଫଓ ଅଜିତ ସତପଥି, ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତ , ବିଡିଓ ଜୟଦେବ ଦାସ, ରେଞ୍ଜର ସୁମିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.