Home ଓଡ଼ିଶା ଶ୍ରୀମନ୍ଦିରରେ ଦୋଳ ପର୍ବ, ଶ୍ରୀବିଗ୍ରହମାନଙ୍କ ଚାଚେରୀ ବେଶ

ଶ୍ରୀମନ୍ଦିରରେ ଦୋଳ ପର୍ବ, ଶ୍ରୀବିଗ୍ରହମାନଙ୍କ ଚାଚେରୀ ବେଶ

166

ପୁରୀ ୨୫-୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ମଙ୍ଗଳବାର ଫାଲ୍ଗୁନ ଶୁକ୍ଳ ନବମୀ ଯୁକ୍ତ ଦଶମୀ ତିଥି ଅବସରରେ ରତ୍ନ ସିଂହାସନାରୁଢ଼ ଶ୍ରୀ ବିଗ୍ରହ ମାନଙ୍କର ମନୋରମ ଚାଚେରୀ ବେଶ ମଧ୍ୟାନ ଧୂପ ପରେ ସ୍ୱତନ୍ତ୍ର ଭାବେ ଅନୁଷ୍ଟିତ ହୋଇଅଛି। ଫାଲ୍ଗୁନ ମାସ ଦଶମୀ ଠାରୁ ଚତୁର୍ଦଶୀ ପର୍ଯ୍ୟନ୍ତ ପ୍ରତିଦିନ ମଧ୍ୟାନ ଧୂପ ପରେ ଠାକୁରମାନଙ୍କ ଚାଚେରୀ ବେଶ ଅନୁଷ୍ଟିତ ହୋଇଥାଏ। ଚଳିତ ମାସ ଚତୁର୍ଦ୍ଦଶୀ କ୍ଷୟ ଥିବାରୁ ନବମୀ ଯୁକ୍ତ ଦଶମୀ ତିଥିରେ ମହାପ୍ରଭୁଙ୍କ ଚାଚେରୀ ବେଶ ଆରମ୍ଭ ହୋଇଅଛି। ମହାପ୍ରଭୁଙ୍କ ଏହି ବେଶଟି ଆନନ୍ଦ ଉଲ୍ଲାସମୟ ଦୋଳଉତ୍ସବ କାଳୀନ ବିଶେଷ ବେଶ, ଆଜି ମହାପ୍ରଭୁଙ୍କ ମଧ୍ୟାନ ଧୂପ ସରିବାପରେ ତିନି ବାଡ଼ରେ ମଇଲମ ହୋଇ ନାଲି ପାଟବସ୍ତ୍ର ଲାଗି ହୋଇଥିଲେ, ଏହାପରେ ପାଳିଆ ମେକାପ ଭଣ୍ଡାର ଘର ଠାରୁ ଚନ୍ଦନ ଆଣିବାରେ ତିନି ବାଡ଼ରେ ସର୍ବାଙ୍ଗ ନୀତି ବଢିଥିଲା। ରତ୍ନ ସିଂହାସନରେ ତିନି ବାଡ଼ରେ ଚାଚେରୀ ବେଶ ବଢିବା ପୂର୍ବରୁ ମାହାଜନ ଙ୍କ ଦ୍ଵାରା ଭୂଦେବୀ, ଶ୍ରୀଦେବୀ ଦଖିଣି ଘରକୁ ବିଜେ ହୋଇ ବେଶ ହୋଇଥିଲେ। ବେଶ ବଢି ପାଣି ପଡିଲା ପରେ ଚାଚେରୀ ଭୋଗ ଛାମୁକୁ ଆସିଥିଲା। ପରେ ଭୂଦେବୀ, ଶ୍ରୀଦେବୀ ଏବଂ ଦୋଳଗୋବିନ୍ଦ ସିଂହାସନ କୁ ବିଜେ ହେଲାପରେ ପଞ୍ଚପଚାରରେ ଚାଚେରୀ ଭୋଗ ବଢିଥିଲା। ପାଣି ପଡିଲା ପରେ ପୂଜାପଣ୍ଡା ସାମନ୍ତେ, ପତି ମହାପାତ୍ରେ ଓ ମୁଦିରସ୍ତଙ୍କ ଦ୍ଵାରା ଫଗୁ ଲାଗି ସହ ବନ୍ଦାପନା ହୋଇଥିଲେ, ଏହାପରେ ଆଜ୍ଞା ମାଳ ପାଇବାପରେ ଶ୍ରୀଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବିଜେ ହୋଇ ଜଗନ୍ନାଥ ବଲ୍ଲବ ମଠକୁ ବିଜେ କରିଥିଲେ। ଠାକୁରମାନଙ୍କ ବିଜେ ପରେ ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ବଢି ସନ୍ଧ୍ୟା ଧୂପ ନିମନ୍ତେ ପାଣି ପଡିଥିଲା, ଜଗନ୍ନାଥ ବଲ୍ଲବରେ ଜଉ ଡାଵ ଖେଳ, ଫଗୁ ବନ୍ଦାପନା, ଶିତକ ଭୋଗ ସରିବାପରେ ବିଜେ ପ୍ରତିମା ମାନେ ଶ୍ରୀମନ୍ଦିରକୁ ବାହୁଡା ବିଜେ କରି ପାଣି ଲାଗି ହୋଇ ଭୂଦେବୀ, ଶ୍ରୀଦେବୀ ରତ୍ନ ସିଂହାସନକୁ ଏବଂ ଦୋଳ ଗୋବିନ୍ଦ ଦଖିଣି ଘରକୁ ବିଜେ କରିଥିଲେ। ଏହାପରେ ମହାପ୍ରଭୁଙ୍କ ପରବର୍ତ୍ତି ନୀତି ମାନ ଅନୁଷ୍ଟିତ ହୋଇ ମହାପ୍ରଭୁଙ୍କ ରାତ୍ର ପହୁଡ଼ ଅନୁଷ୍ଟିତ ହେବ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.