Home ଜିଲ୍ଲା ପରିକ୍ରମା କୋବିଡ଼ ଟୀକାକେନ୍ଦ୍ର ବୁଲି ଦେଖିଲେ ବିଜେପି ପ୍ରତିନିଧି ଦଳ

କୋବିଡ଼ ଟୀକାକେନ୍ଦ୍ର ବୁଲି ଦେଖିଲେ ବିଜେପି ପ୍ରତିନିଧି ଦଳ

22

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱର ସର୍ବଶ୍ରେଷ୍ଠ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ୱରେ ସର୍ବ ବୃହତ କୋବିଡ଼-୧୯ ଟୀକା କରଣ ଅଭିଯାନ ଆରମ୍ଭ ହୋଇଛି । ବିଶ୍ୱରେ କରୋନା ମହାମାରୀର ତାଣ୍ଡବଲୀଳା ସମସ୍ତେ ଜାଣନ୍ତି । ପୁଣି କରୋନା ଭାଇରସ ଫେରିବାରେ ଲାଗିଛି । ସରକାରଙ୍କ ପକ୍ଷରୁ ଟୀକା କରଣର ଦ୍ୱିତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି, ଜଟିଳ ରୋଗରେ ଆକ୍ରାନ୍ତ ହୋଇଥିବା ୪୫ ବର୍ଷରୁ ଉର୍ଦ୍ଧ୍ୱ ୬୦ ବର୍ଷରୁ କମ୍ ବ୍ୟକ୍ତିଙ୍କୁ ମାଗଣାରେ ଟୀକା ପ୍ରଦାନ କରାଯାଉଛି । ଲୋକମାନେ କିପରି ସୁବିଧାରେ, ସଚେତନତା ସହ ଟୀକା ଗ୍ରହଣ କରିବେ ଏବଂ ଏହି ଅଭିଯାନକୁ ସଫଳତାର ସହ ଆଗକୁ ନେବେ ସେ ଦିଗରେ ସମସ୍ତଙ୍କ ସହଯୋଗ ନିତାନ୍ତ କାମ୍ୟ । ଏହି ଟୀକାରଣ କାର୍ଯ୍ୟର ସୁପରିଚାଳନା ତଦାରଖ ସହିତ ଲୋକମାନଙ୍କୁ ଏଥି ପ୍ରତି ଆଗ୍ରହୀ କରାଇ ପାଇଁ ରାଜ୍ୟ ବିଜେପିର ଆଗ୍ରହ କ୍ରମେ ଆଜି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ, ଭାଜପା ଭଦ୍ରକ ଜିଲ୍ଲା ସାଧାରଣ ସମ୍ପାଦକ ଶଶିକାନ୍ତ ବିଶ୍ୱାଳ, ରାଜ୍ୟ ଯୁବ ମୋର୍ଚ୍ଚା ସୋସିଆଲ ମିଡ଼ିଆ ସଂଯୋଜକ ସୂର୍ଯ୍ୟବଂଶୀ ସୁରଜଙ୍କୁ ନେଇ ଏକ ପ୍ରତିନିଧି ଦଳ ବିଭିନ୍ନ ଟୀକା କରଣ କେନ୍ଦ୍ର ପରିଦର୍ଶନ କରିବା ସହିତ ଆନୁସଙ୍ଗିକ ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ । ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନେ ନିଜ ପାଖ ଅଞ୍ଚଳର ଟିକାଦାନ କେନ୍ଦ୍ରକୁ ଯାଇ କିପରି ସୁବିଧାରେ ଟୀକା ନେବେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ କୁଆଁସ ସ୍ଥିତ ଟୀକାକରଣ କେନ୍ଦ୍ର, ସାବରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଟୀକାରଣ କେନ୍ଦ୍ର ବୁଲି ଏହି ପ୍ରତିନିଧି ଦଳ ଦେଖିଥିଲେ । ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ସଂଗଠକ ଦେବାଂଶୁ ରାଉତ, ଚନ୍ଦନ ନାୟକ, ସଂଜିବ ଦାସ, ଦେବବ୍ରତ ଦାସ, ଦେବାଶିଷ ମଲ୍ଲିକ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.