Home ଜିଲ୍ଲା ପରିକ୍ରମା ସାଧନା ସାହିତ୍ୟ ଏକାଡେମୀର ବାର୍ଷିକ ଉତ୍ସବ, ‘ଭୂମି-ଭୂମାର-ଭୌମକର କାନ୍ତକବି ଲକ୍ଷ୍ମୀକାନ୍ତ’ ଗ୍ରନ୍ଥ ଲୋକର୍ପିତ

ସାଧନା ସାହିତ୍ୟ ଏକାଡେମୀର ବାର୍ଷିକ ଉତ୍ସବ, ‘ଭୂମି-ଭୂମାର-ଭୌମକର କାନ୍ତକବି ଲକ୍ଷ୍ମୀକାନ୍ତ’ ଗ୍ରନ୍ଥ ଲୋକର୍ପିତ

83

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହିଦ୍ ସ୍ମୃତି ଭବନରେ ସାଧନା ସାହିତ୍ୟ ଏକାଡେମୀର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ଏକାଡେମୀର ସଭାପତି ତଥା ରାଜ୍ୟ ବିରୋଧୀ ଦଳର ଉପନେତା, ସାହିତ୍ୟିକ ବିଷ୍ଣୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଅରୁଣ କୁମାର ପଣ୍ଡା ମୁଖ୍ୟ ଅତିଥି, ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଗବେଷକ ଡକ୍ଟର ବାବାଜି ଚରଣ ପଟ୍ଟନାୟକ ମୁଖ୍ୟବକ୍ତା, ଗବେଷକ ଡକ୍ଟର ହରିହର କାନୁନ୍‌ଗୋ, କଥାକର ପବିତ୍ର ପାଣିଗ୍ରାହୀ, ସାହିତ୍ୟିକ ଇଂ ଅଭୟ ସୂତାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସାରସ୍ୱତ ସୃଷ୍ଟି ଓ ତାଙ୍କ ଜୀବନ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେ ତାଙ୍କ ଲିଖିତ ‘ବନ୍ଦେ ଉତ୍କଳ ଜନନୀ’ ରାଜ୍ୟ ସଂଗୀତ ମାନ୍ୟତା ପାଇବା ସମ୍ପର୍କରେ ଆଲୋକପାତ କରିଥିଲେ । ସଭା ପ୍ରାରମ୍ଭରେ ଅଧ୍ୟାପିକା ମମତା ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏକାଡେମୀର ସମ୍ପାଦକ କଳିଙ୍ଗରତ୍ନ ପଣ୍ଡିତ ଦୈତାରୀ ମହାପାତ୍ର ସାଧନା ସାହିତ୍ୟ ଏକାଡେମୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭା ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।

ଏହି ଅବସରରେ ଗବେଷଣାଧର୍ମୀ ଗ୍ରନ୍ଥ ‘ଭୂମି-ଭୂମାର-ଭୌମକର କାନ୍ତକବି ଲକ୍ଷ୍ମୀକାନ୍ତ’, ‘ସାଧନାଶ୍ରୀ’ ଏବଂ ‘ବିଭାବସୁ’ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଏଥି ସହିତ ଛାତ୍ରଛାତ୍ରୀ ଓ ଗବେଷକ ଗବେଷିକାମାନଙ୍କୁ ନେଇ ନେଇ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଉପରେ ବକ୍ତୃତା ପ୍ରତିଯୋଗିତା ଓ କବିତା ପାଠେ କରାଯାଇଥିଲା । ପ୍ରତିଯୋଗିତାରେ ବରିଷ୍ଠ ଓ କନିଷ୍ଠ ବିଭାଗରୁ ପ୍ରଥମ ୩ଜଣଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ସଭାର ପ୍ରଥମ ଅଧିବେଶନ କବିତା ପାଠୋତ୍ସବରେ ସାହିତ୍ୟିକ ଇଂ ଅଭୟ ସୂତାର ଅଧ୍ୟକ୍ଷତା କରିଥିବା ବେଳେ କବୟିତ୍ରୀ ଗୀତାରାଣି ଆଇଚ, ପ୍ରାଧ୍ୟାପିକା ପ୍ରଭାତ ନଳିନୀ ମହାପାତ୍ର, ଅଧ୍ୟାପକ ଅମରେନ୍ଦ୍ର ପଣ୍ଡା, ଅଧ୍ୟାପକ ନୀହାର ରଂଜନ କର, ସାହିତ୍ୟିକ ରାମଚନ୍ଦ୍ର ସାହୁ, ଆଦର୍ଶ ଶିକ୍ଷକ ସତ୍ୟସୁନ୍ଦର ପରିଡା, ଶରତ ଚନ୍ଦ୍ର ଜେନା, ସାହିତ୍ୟିକ ବିଭୂତି ଭୂଷଣ ସେନାପତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ସୃଷ୍ଟି ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଶିକ୍ଷୟତ୍ରୀ ଜାନକୀ ପାଢୀ ଏବଂ କବି ସତ୍ୟ ପ୍ରକାଶ ସେଠୀ କବିତା ପାଠୋତ୍ସବରେ ସଂଯୋଜନା କରିଥିଲେ । ଶିକ୍ଷା ସଂଯୋଜିକା ରଶ୍ମିତା ଦାଶ, ଶିକ୍ଷା ସଂଯୋଜକ ଶରତ ଚନ୍ଦ୍ର ଯେନା, କବି ବିପ୍ଳବ ହୋତା, ସୁମିତ୍ରା ପାଣି, ନାଟ୍ୟଶ୍ରୀ ନିର୍ମଳ ରାଉତ, ନାଟ୍ୟନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ବାରିକ, ଚୈତଳୀ ଖିଲାର, ଦୟାନିଧି ବେହେରା ସଭା ପରିଚାଳନା କରିଥିବା ବେଳେ ମାଳତୀ ପାଢୀଙ୍କ ତତ୍ତ୍ୱାବଧାନରେ ‘ମଉଡ଼ମଣି ସାଂସ୍କୃତିକ ଏକାଡେମୀ’ ଦ୍ୱାରା କୁନିକୁନି ପିଲାଙ୍କୁ ନେଇ ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ଆଦର୍ଶ ଶିକ୍ଷୟତ୍ରୀ ରଶ୍ମିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟ ଅନୁରାଗୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.