Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା କଲେଜ ଇତିହାସ ସମ୍ମାନ ବିଭାଗର ଆଲୋଚନାଚକ୍ର

କେନ୍ଦ୍ରାପଡା କଲେଜ ଇତିହାସ ସମ୍ମାନ ବିଭାଗର ଆଲୋଚନାଚକ୍ର

28

କେନ୍ଦ୍ରାପଡା, ୨୮ା୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଇତିହାସ ସମ୍ମାନ ବିଭାଗ ପକ୍ଷରୁ ଅନୁଷ୍ଠିତ “ଭାରତୀୟ ଜାତୀୟ ଆନ୍ଦୋଳନ ଓ ଗାନ୍ଧୀ” ଶିର୍ଷକ ଆଲୋଚନାଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠି ଉଦଘାଟନ କରିଛନ୍ତି। ଏଥିରେ ବିଷୟ ବିଶାରଦ ଭାବରେ ଭୁବନେଶ୍ୱରସ୍ଥିତ ଆଂଚଳିକ ଶିକ୍ଷକ ତାଲିମ କେନ୍ଦ୍ରର ଇତିହାସ ବିଭାଗ ପ୍ରଫେସର ପ୍ରିତୀଶ ଆଚାର୍ଯ୍ୟ ଯୋଗଦେଇ କହିଥିଲେ ଗାନ୍ଧୀ ଜଣେ କ୍ରମ ବିକଶିତ ବ୍ୟକ୍ତିତ୍ୱ। ଜଣେ ସାଧାରଣ ଛାତ୍ରରୁ ସତ୍ୟ, ଅହିଂସା ଓ ଭୟଶୂନ୍ୟତାକୁ ଜୀବନରେ ପ୍ରୟୋଗକରି ସେ ଅସାଧାରଣ ବ୍ୟକ୍ତି ଭାବରେ ସାରା ବିଶ୍ୱରେ ପରିଚିତ ହୋଇପାରିଥିଲେ। ସେ ସାଧାରଣ ଜନତାଙ୍କୁ ମୁକ୍ତି ଆନ୍ଦୋଳନରେ ସାମିଲ କରି ଆନ୍ଦୋଳନର ଧାରାକୁ ବଦଳେଇ ଦେଇଥିଲେ। ପ୍ରତ୍ୟେକ ବ୍ୟକ୍ତି ପାଖରେ ସାମର୍ଥ୍ୟ ରହିଛି। ନେତୃତ୍ୱର ସେ ଦୁରଦୃଷ୍ଟି ରଖିବା କଥା। ଦେଶର ସ୍ୱାଧୀନତା ହାସଲ ସହିତ ଆମର ସାମଗ୍ରିକ ବିକାଶ ତାଙ୍କ ଆନ୍ଦୋଳନର ମୂଳଲକ୍ଷ୍ୟ ଥିଲା। ଦେଶ ବିଭାଜନ ତତ୍କାଳ ଘଟିଯିବା ଯେମିତି ଜିନ୍ନାଙ୍କୁ ଚକିତ କରିଥିଲା ଗାନ୍ଧୀଙ୍କୁ ସେହିପରି ବିମର୍ଷ କରିଥିଲା। ବିଷୟ ସୂଚନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ବିଭାଗୀୟ ମୁଖ୍ୟ ତପନ କୁମାର ପତି। ଅନ୍ୟମାନଙ୍କ ମଧ୍ୟରେ ଏହି ଆଲୋଚନାଚକ୍ରରେ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା, କୈଳାସ ଚନ୍ଦ୍ର ବରାଳ, ପ୍ରାଧ୍ୟାପକ ରବୀନ୍ଦ୍ର କୁମାର ସାମଲ, ପ୍ରାଧ୍ୟାପକ ଅଶୋକ କୁମାର ଦାସ, ଦେବେନ୍ଦ୍ର ଷଡଙ୍ଗୀ, ରଞ୍ଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ମାନ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟ ବିଭାଗର ଛାତ୍ରଛାତ୍ରୀମାନେ ମଧ୍ୟ ଆଲୋଚନାଚକ୍ରରେ ଯୋଗଦେଇଥିଲେ। ପ୍ରସଙ୍ଗ ଭିତ୍ତିକ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ବିଭାଗର ଅନ୍ୟତମ ଅଧ୍ୟାପକ ତୁଷାରକାନ୍ତି ଭୂୟାଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.