Home ଜିଲ୍ଲା ପରିକ୍ରମା ଆଗରପଡ଼ାରେ ନିଶା ପ୍ରାମାଣିକ ଚଳଚିତ୍ରର ଶୁଭ ମୁହୁରତ

ଆଗରପଡ଼ାରେ ନିଶା ପ୍ରାମାଣିକ ଚଳଚିତ୍ରର ଶୁଭ ମୁହୁରତ

52
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଶା ପ୍ରାମାଣିକ ଚଳଚିତ୍ରର ଶୁଭ ମୁହୁରତ ଆଜି ଆଗରପଡ଼ା ନିକଟସ୍ଥ ଟିକିରା ନୂଆସାହି ମା ତାରିଣୀଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ କୈଳାସ ଚନ୍ଦ୍ର ଧଳ ଓ ତାଙ୍କ ସହଧର୍ମିଣୀ ସନ୍ଧ୍ୟାରାଣୀ ଧଳ କର୍ତ୍ତାଭାବେ ପୂଜାର୍ଚ୍ଚନା କରିଥିଲେ । ଏହି ଶୁଭ ମୁହୁରତରେ ସମାଜସେବୀକା ମୋନାଲିସା ମହାନ୍ତି, ପୂର୍ବତନ ସରପଞ୍ଚ ପୃଥୀରାଜ ଦାସ, ଶ୍ରୀଫଳ ପିଟି ଉନ୍ମୋଚନ କରିଥିଲେ । ଏଥିରେ ବରିଷ୍ଠ ନାଗରିକ ରାମଚନ୍ଦ୍ର ନାୟକ, ସମାଜସେବୀ ଅନୁପ ମହାନ୍ତି, ଅଶୋକ ମହାନ୍ତି, ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କୁସୁମ ଟିଭିର ନିର୍ଦ୍ଦେଶିକା କୁସୁମ ମଞ୍ଜରୀ ଦାସ, ନିଶା ଚଳଚିତ୍ରର ଲେଖକ ତଥା ନିର୍ଦ୍ଦେଶକ ଦିପକ କୁମାର, ସହ ନିର୍ଦ୍ଦେଶିକା ସୁମତୀ ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ପଣ୍ଡା, କୁସୁମ ଫାଉଣ୍ଡେସନର ଉପ-ନିର୍ଦ୍ଦେଶିକା ମମତା ମହାନ୍ତି, କୁସୁମ ଟିଭିର ମୁଖ୍ୟ ସମ୍ପାଦକ ସାମ୍ବାଦିକ ହେମନ୍ତ ସିଂହ, ନାୟକ ଶୁଭେନ୍ଦୁ ଲେଙ୍କା, ନାୟିକା ଚାନ୍ଦିନୀ ଦାସ, ଦିପକ ସେଠୀ, ଇତିଶ୍ରୀ ତ୍ରିପାଠୀ, ଅଜୟ କୁମାର, ଦିପକ ପୁରୀ ପ୍ରମୁଖ କଳାକାରମାନେ ଉପସ୍ଥ୍‌ିତ ଥିଲେ । ବର୍ତ୍ତମାନ ଆଧୁନିକ ସମାଜରେ ଯୁବକ ଯୁବତୀମାନେ ପାଶ୍ଚ୍ୟାତମୁଖୀ ସଭ୍ୟତାକୁ ଅନୁକରଣ କରି ଦିଗଭ୍ରଷ୍ଟ ହେଉଥିବାର ଦୃଶ୍ୟ ଏହି ଚଳଚିତ୍ର କାହାଣୀର ମୁଖ୍ୟ ବିଷୟବସ୍ତୁ । ଯୁବକ ଯୁବତୀମାନେ ମଦ, ସିଗାରେଟ ଆଦି ନିଶାସେବନ କରିବା ସହ ମୋବାଇଲ ରଙ୍ଗ ନମ୍ବରରୁ ପ୍ରେମସର୍ମ୍ପକ ସୃଷ୍ଟି ହୋଇ ଧୋକା ଖାଇବା ଭଳି ଦୃଶ୍ୟାଳପ ଏଥିରେ ଚିତ୍ରଣ କରାଯାଇଛି । ଅନ୍ୟପକ୍ଷରେ ପାଠପଢା ନିଶାରେ ନିମଗ୍ନ ହୋଇ ସବୁକିଛି ଭୁଲିବା ଉପରେ ସମାଜକୁ ଦିଗଦର୍ଶନ ଦେବା ଆଦି ସ୍ଥାନିତ ହୋଇଛି । ମୋଟାମୋଟି ଭାବେ କହିବାକୁ ଗଲେ ନିଶା ଚଳଚିତ୍ର ଦିଗଭ୍ରଷ୍ଟ ସମାଜକୁ ସୁଧାରିବାରେ ସହାୟକ ହେବ ଏଥିରେ ଦ୍ୱିମତ ନାହିଁ । ଏହି ଚଳଚିତ୍ରର ସୁଟିଂ ଐତିହାସିକ ମାଟି ଆଗରପଡ଼ା କଲେଜ ଓ ଏହାର ଆଖପାଖରେ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମକୁ ଚିତ୍ତରଞ୍ଜନ ଦାସ, ପ୍ରବୀଣ ଦାସ, ଶ୍ୟାମସୁନ୍ଦର ଦାସ, ତିଳୋତ୍ତମା ସାହୁ, ରଶ୍ମିତା ସାହୁ, ବର୍ଷା ପ୍ରିୟଦର୍ଶନୀ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.