Home ଜିଲ୍ଲା ପରିକ୍ରମା ଗବସାହି ତାରିଣୀ ମନ୍ଦିର ପ୍ରତିଷ୍ଠାର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ

ଗବସାହି ତାରିଣୀ ମନ୍ଦିର ପ୍ରତିଷ୍ଠାର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ

17

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗବସାହି ସ୍ଥିତ ତାରିଣୀ ମନ୍ଦିର ପ୍ରତିଷ୍ଠାର ଦ୍ୱିତୀୟ ବାର୍ଷିକ ସମାରୋହ ଦୁଇଦିନ ବ୍ୟାପୀ ମହାସମାରୋହରେ ପାଳନ କରାଯାଇଛି। ପ୍ରଥମ ଦିନ ଶତାଧିକ ମହିଳା ସାଳନ୍ଦୀ ନଦୀରୁ କଳସ ବୁଡାଇ ବିରାଟ ଶୋଭାଯାତ୍ରାରେ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ। ପରେ କଳସ ସ୍ଥାପନ, ସୂର୍ଯ୍ୟପୂଜା, ଗ୍ରହଶାନ୍ତି ପୂଜା, ମାଆଙ୍କର ଉପଚାର ପୂଜା, ବିଶ୍ୱଶାନ୍ତି ମହାଯଜ୍ଞର ଆରମ୍ଭ, ଚଣ୍ଡିପାଠ ରୀତିନୀତି ଅନୁଯାୟୀ କରାଯାଇଥିଲା। ଦୁଇଦିନ ଧରି ମଧ୍ୟାହ୍ଣରେ ପ୍ରସାଦ ସେବନ କାର୍ଯ୍ୟରେ ସହସ୍ରାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ। ଏହି ଅବସରରେ ନାମ ସଂକୀର୍ତ୍ତନ ଦୁଇଦିନ ଧରି ଜାରି ରହିଥିଲା। ପ୍ରକାଶ ଯେ ବହୁ ବର୍ଷ ଧରି ସାଳନ୍ଦୀ ନଦୀ କୂଳରେ ମାଆଙ୍କର ପୂଜାର୍ଚ୍ଚନା ସୀମିତ ଭକ୍ତଙ୍କ ମଧ୍ୟରେ ହୋଇ ଆସୁଥିଲା। ୨ ବର୍ଷ ତଳେ ଗବସାହି ଗ୍ରାମବାସୀ ଏକଜୁଟ ହୋଇ ମାଆଙ୍କ ମୂର୍ତ୍ତିକୁ ଉଦ୍ଧାର କରି ଭବ୍ୟ ମନ୍ଦିର ନିର୍ମାଣ କରି ସେଥିରେ ସ୍ଥାପନା କରିଥିଲେ। ସେହି ଦିନଠାରୁ ମାଆଙ୍କର ପୂଜାର୍ଚ୍ଚନା ନିୟମିତ ହୋଇ ଆସିବା ସହିତ ପ୍ରତିଷ୍ଠା ଦିବସକୁ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମକୁ ମନ୍ଦିର କମିଟିର କର୍ମକର୍ତ୍ତା ସଭାପତି ଜଗବନ୍ଧୁ ପାଣି, ମୁଖ୍ୟଉପଦେଷ୍ଟା ନରେନ୍ଦ୍ର କୁମାର ଦାସ, ସମ୍ପାଦକ ଅନୁପ କୁମାର ସାହୁ, ଉପସଭାପତି ସରୋଜ କୁମାର ରାଉଳ, ରାଜେଶ ଦାସ, ସହସମ୍ପାଦକ ଜଗବନ୍ଧୁ ଯେନା, ବରିଷ୍ଠ ଉପଦେଷ୍ଟା ହରେକୃଷ୍ଣ ଦାସ, ଜ୍ଞାନ ପ୍ରକାଶ ପାଣି, ମୁକ୍ତିକାନ୍ତ ମଲ୍ଲିକ, କାର୍ଯ୍ୟକାରୀ ସଭ୍ୟ ଟୁକୁନା ଜେନା, କମଳାକାନ୍ତ ସେଠୀ, ସୁବ୍ରତ ଦାସ, ରାମଚନ୍ଦ୍ର ଯେନା (ମୁଖ୍ୟ ସେବକ), ଦାଶରଥି ଯେନା, ରାଜେନ୍ଦ୍ର ଯେନା, ପ୍ରଦୀପ ପଣ୍ଡିତ ଜଗବନ୍ଧୁ ପାଣିଗ୍ରାହୀଙ୍କ ସମେତ ସମସ୍ତ ଗ୍ରାମବାସୀ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.