Home ଜିଲ୍ଲା ପରିକ୍ରମା ମହାତ୍ମା ଗାନ୍ଧୀ ବିଚାରମଞ୍ଚ ଦ୍ୱାରା ମହାତ୍ମାଗାନ୍ଧୀଙ୍କ ୭୪ତମ ଶ୍ରାଦ୍ଧ ଦିବସ ପାଳିତ

ମହାତ୍ମା ଗାନ୍ଧୀ ବିଚାରମଞ୍ଚ ଦ୍ୱାରା ମହାତ୍ମାଗାନ୍ଧୀଙ୍କ ୭୪ତମ ଶ୍ରାଦ୍ଧ ଦିବସ ପାଳିତ

123

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାତ୍ମାଗାନ୍ଧୀ ବିଚାର ମଞ୍ଚ ପକ୍ଷରୁ ଭଦ୍ରକ ଟାଉନହଲ (ସହିଦ ସ୍ମୃତି ଭବନ)ଠାରେ ମାହାତ୍ମାଗାନ୍ଧୀଙ୍କ ୭୪ତମ ତୀରୋଧାନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଏକ ସ୍ମୃତିସଭା ଆୟୋଜିତ ହୋଇଥିଲା। ସୁଧାକର ରାଉତଙ୍କ ମଞ୍ଚ ଆମନ୍ତ୍ରଣରେ ଅନୁଷ୍ଠିତ ସଭାରେ ଦିଗମ୍ବର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଗାନ୍ଧୀ ଓଡ଼ିଶା ବାଳାଶ୍ରମର ଅନ୍ତେବାସୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ପ୍ରଫେସର ରାଜକିଶୋର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅଜୟ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଶାନ୍ତନୁ କୁମାର ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ମୁଖ୍ୟଅତିଥି ଭାବେ ପ୍ରହ୍ଲାଦ ସିଂ, ସମ୍ମାନିତ ଅତିଥି ଭାବେ ଡ. ରୀନା ରାଉତରାଏ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ଯୋଗ ଦେଇ ଭାରତ ସ୍ୱାଧୀନତାରେ ମହାତ୍ମା ଗାନ୍ଧୀଙ୍କ ଅବଦାନର ଅବତାରଣା କରିଥିଲେ। ଆଜିର ଦିନରେ ତାଙ୍କୁ ମନେ ପକାଇ ତାଙ୍କ ସ୍ମୃତିଚାରଣ କରିବା ତାଙ୍କ ପ୍ରତି ଯଥେଷ୍ଟ ହେବ ନାହିଁ ବୋଲି ମତ ପ୍ରକାଶ କରିଥିଲେ। ମହାତ୍ମାଗାନ୍ଧୀ ସତ୍ୟ, ଅହିଂସାର ପୂଜାରୀ ଥବା ବେଳେ ତାଙ୍କ ତ୍ୟାଗପୂତ ଜୀବନ ସମ୍ପର୍କରେ ବକ୍ତ୍ୟ ରଖିଥିଲେ। ଏହି ଅବସରରେ ୨ଜଣ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱ ନବକିଶୋର ପାତ୍ର ଓ ସେକ୍ ବୁଦ୍ଧିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୈଲୋଚନ ବେହୁରିଆ ଓ ବାବୁଲାଲ ଦାସ ମାନପତ୍ର ପାଠ କରିଥିଲେ। ଏସ୍‌.ଏମ୍ ଫାରୁକ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବାହହ୍ଣରେ ଏତିହାସିକ ଗାନ୍ଧୀ ପଡ଼ିଆରେ ମୟ୍‌ଚର କର୍ମକର୍ତ୍ତାଙ୍କ ତରଫରୁ ସଫେଇ କରାଯିବା ସହ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଗାନ୍ଧୀ ଭଜନ ଗାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କର୍ମକର୍ତ୍ତାଙ୍କ ମଧ୍ୟରେ ଡ. ଝରଣା ପଟ୍ଟନାୟକ, ଉଦୟ ମହାନ୍ତି, ହରମୋହନ କୁଅଁର, ନରୋତ୍ତମ ପରିଡା, ରୂପକ ବିହାରୀ ରାୟ ପ୍ରମୁଖ ସହଯୋଗ କରିଥିଲେ। ସଭାର ପରିସମାପ୍ତି ପରେ ଏକ କବିତାପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଗାନ୍ଧୀଙ୍କ ଉପରେ କବିମାନେ ସ୍ୱରଚିତ କବିତା ପାଠ କରିଥିଲେ। କବୟିତ୍ରୀ ଅନୁରାଧା ମିଶ୍ରଙ୍କ ସଂଚାଳନରେ ଅନୁଷ୍ଠିତ କବିତା ପାଠୋତ୍ସବକୁ ରମେଶ ଦାସ, ଡ. ଅବନୀ ପ୍ରଧାନ ପରିଚାଳନା କରିଥିଲେ। ବିଜୟ କୁମାର ବହଳୀ, ଅକ୍ଷୟ କୁମାର ଜେନା, କାଳନ୍ଦୀ ମଲ୍ଲିକଙ୍କ କବିତା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବିବେଚିତ ହୋଇଥିଲା। ଏହି ଅବସରରେ ନରେଶ ମଣ୍ଡଳଙ୍କ ସହଯୋଗରେ ଡଗମୁଣ୍ଡ କୁଷ୍ଠ କଲୋନୀରେ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହାକୁ କରୁଣାକର ଉପାଧ୍ୟାୟ, ଅଜିତ କୁମାର ନାୟକ, ଗୌତମ ମହାରଣା, କ୍ଷୀରୋଦ କୁମାର ମିଶ୍ର, ଆଦିତ୍ୟ କୁମାର ଗୋସ୍ୱାମୀ, ବିନୟ କୁମାର ପଣ୍ଡା, ଅରବିନ୍ଦ ବସନ୍ତରାୟ, ରଜତ କୁମାର ସାହୁ, ବୀରେନ୍ଦ୍ର କୁମାର ଦାସ, ଅଶୋକ କୁମାର ଦାସ, ହୃଶିକେଶ ମହାନ୍ତି ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.