Home ଜିଲ୍ଲା ପରିକ୍ରମା ଧାମନଗର-ଫଳପୁର ରାସ୍ତା ନିର୍ମାଣ କାର୍ଯ୍ୟକୁ ବିଧାୟକଙ୍କ ପରିଦର୍ଶନ , ଏଷ୍ଟିମେଟଂ ଅନୁଯାୟୀ କାର୍ଯ୍ୟ କରିବାକୁ ପରାମର୍ଶ

ଧାମନଗର-ଫଳପୁର ରାସ୍ତା ନିର୍ମାଣ କାର୍ଯ୍ୟକୁ ବିଧାୟକଙ୍କ ପରିଦର୍ଶନ , ଏଷ୍ଟିମେଟଂ ଅନୁଯାୟୀ କାର୍ଯ୍ୟ କରିବାକୁ ପରାମର୍ଶ

22

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର-ଫଳପୁର ରାସ୍ତା ନିର୍ମାଣ ଚାଲିଥିବା ବେଳେ ଆଜି ସ୍ଥାନୀୟ ବିଧାୟକ ବିଷ୍ଣୁ ସେଠୀ ସେଠାରେ ପହଂଚି ରାସ୍ତା କାର୍ଯ୍ୟର ତଦାରଖ କରିଛନ୍ତି । ଏହି ରାସ୍ତା ଦୀର୍ଘଦିନ ଧରି ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ବିଭିନ୍ନ ଗଣମାଧ୍ୟମରେ ଏସଂପର୍କରେ ଖବର ପ୍ରକାଶ ପାଇବା ଓ ବିଧାୟକ ଶ୍ରୀ ସେଠୀ ବିଧାନସଭାରେ ଦାବି ଉଠାଇବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ପରେ ୧ କୋଟି ୮୦ ହଜାର ଟଙ୍କା ବ୍ୟୟରେ ଉକ୍ତ ୭ କିମି ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରାଯାଉଛି । ତେବେ ରାସ୍ତା ନିର୍ମାଣ ନିମ୍ନମାନ ହେଉଥିବା ଅଭିଯୋଗ ପାଇଁ ଆଜି ବିଧାୟକ ଶ୍ରୀ ସେଠୀ ସେଠାରେ ପହଂଚି କାର୍ଯ୍ୟର ମାନ ତଦାରଖ କରିଥିଲେ । ଯେହେତୁ ଏହା ବନ୍ୟାଂଚଳ ହୋଇଥିବାରୁ ଯେପରି ଭଲ କାର୍ଯ୍ୟ ଅର୍ଥାତ ଏଷ୍ଟିମେଟଂ ଅନୁଯାୟୀ କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ସେଠୀ ସେଠାରେ ଉପସ୍ଥିତ ଥିବା ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏପରିକି କାର୍ଯ୍ୟ ଚାଲୁଥିବା ସମୟରେ ବିଭାଗୀୟ ସହକାରୀ ଯନ୍ତ୍ରୀ ସୁବାଷ ଚନ୍ଦ୍ର ସାହୁ ରାସ୍ତା କାର୍ଯ୍ୟ ସଂପର୍କରେ ବିଧାୟକଙ୍କ ସହିତ ଆଲୋଚନା କରିଥିଲେ । ରାସ୍ତାର ଗୁରୁତ୍ୱକୁ ଲକ୍ଷ୍ୟ କରି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ସେଠୀ ପ୍ରକାଶ କରିଥିଲେ । ପ୍ରକାଶ ଥାଉକି ଏହି ରାସ୍ତା ଶିଳାନ୍ୟାସକୁ ନେଇ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଦୁଇଦୁଇ ଥର ଶିଳାନ୍ୟାସ କରାଯାଇଥିଲା । ପ୍ରଥମେ ବିଧାୟକ ଶ୍ରୀ ସେଠୀ ବିରୁହାଁ ଠାରେ ଶିଳାନ୍ୟାସ କରିଥିବା ବେଳେ ସାଂସଦ ମଂଜୁଲତା ମଣ୍ଡଳ ପାଟୁଳି ଠାରେ ପୁଣି ଏହି ରାସ୍ତାକୁ ଶିଳାନ୍ୟାସ କରିଥିଲେ । ରାସ୍ତା କାର୍ଯ୍ୟର ଶ୍ରେୟ ନେବାକୁ କୌଣସି ରାଜନୈତିକ ଦଳ ହାତଛଡା କରିବାକୁ ନାରାଜ । ତେବେ ସାଧାରଣ ଲୋକଙ୍କ ପାଇଁ ଉଚ୍ଚମାନର ରାସ୍ତା କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଛି । ବିଧାୟକଙ୍କ ସମେତ ଜିଲାପରିଷଦ ସଭ୍ୟ ମନୋଜ ମଲ୍ଲିକ, ବିଜେପି ନେତା ଅରବିନ୍ଦ ପତି, ଶ୍ରୀଧର ବେହେରା, ବୁଦ୍ଧଦେବ ଜେନା, ପ୍ରମୋଦ ମଣ୍ଡଳ, ରାଜେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.