ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ହାଟ ପଡିଆ ଠାରେ ବ୍ଲକ କଂଗ୍ରେସ ପକ୍ଷରୁ ଏକ ବନ୍ଧୁମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ୨୫ଟି ପଞ୍ଚାୟରୁ ଶତାଧିକ ନେତା ଓ କର୍ମୀ ମାନେ ଯୋଗ ଦେଇଥିଲେ । ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଯୋଗ ଦେଇ ମହାତ୍ମାଗାନ୍ଧୀ ଓ ଗୋପବନ୍ଧୁଙ୍କ ଆଦର୍ଶକୁ ଅନୁସରଣ କଲେ ଦେଶ ଓ ରାଜ୍ୟର ପ୍ରଗତି ସମ୍ଭବ ହେବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରତ୍ୟେକ ପଞ୍ଚାୟତରେ ବନ୍ଧୁମିଳନ କରାଯାଇ ଲୋକ ମାନଙ୍କ ସହ ମିଶିବାର ସୁଯୋଗ ନେବାକୁ କହିଥିଲେ । ଏଥିରେ ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ଭଦ୍ରକ ଲୋକସଭା ମଣ୍ଡଳୀ ନେତ୍ରୀ ମଧୁମିତା ସେଠୀ, ପ୍ରାକ୍ତନ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀଧର ସାହୁ, ପ୍ରାକ୍ତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଓଝା, ମାଳିରାମ ବେହୁରିଆ, ସୁରେନ୍ଦ୍ର ଜେନା, ରାମେଶ୍ୱର ଭାରତୀ, ଚିନ୍ମୟ ମହାପାତ୍ର, କାର୍ତ୍ତିକ ଜେନା, ସତ୍ୟବାନ ଦାସ, ଜଗବନ୍ଧୁ ବେହେରା, ସୁରେନ୍ଦ୍ର ଜେନା, ବିଜୟ ଜେନା, ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ନଳିନୀ ମହାନ୍ତି, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ବିଜୟ ଶଙ୍କର ମହାନ୍ତି, ଭଣ୍ଡାରିପୋଖରୀ ଛାତ୍ର ନେତା ହେମନ୍ତ ମହାପାତ୍ର, ଯୁବନେତା ପ୍ରେମାନନ୍ଦ ନାୟକ, ସ୍ମୃତି ରଞ୍ଜନ ସ୍ୱାଇଁ, ଜ୍ୟୋତି ରଞ୍ଜନ ନାୟକ, ପ୍ରଦ୍ୟୁମ୍ନ ଦାସ, ମଣିଭଦ୍ର ବିଶ୍ୱାଳ, ବାବୁ ଦାସ, ନରେନ୍ଦ୍ର ସେଠୀ, ସାଦ୍ଧ ସିଦ୍ଧିକ୍ ଯୋଗ ଦେଇ ଥିଲେ । ଏହି ଅବସରରେ ଆଡିଆ ପଞ୍ଚାୟତର ଯୁବନେତା ଫାଲ୍ଗୁନି ରାଉତ କଂଗ୍ରେସ ଦଳରେ ଯୋଗ ଦେଇଥିବାରୁ ତାଙ୍କୁ ପିସିିସି ସଭାପତି ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ । ଜୋନ୍ ସଭାପତି ନିରଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ଓ ରବି ନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।