Home ଜିଲ୍ଲା ପରିକ୍ରମା କମିଲାଣି କରୋନା ଭାଇରସର ପ୍ରଭାବ , ସ୍ୱାଭାବିକ୍ ହୋଇପାରୁନି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା

କମିଲାଣି କରୋନା ଭାଇରସର ପ୍ରଭାବ , ସ୍ୱାଭାବିକ୍ ହୋଇପାରୁନି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା

46

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବର୍ଷ ଏପ୍ରିଲ ମାସ ଠାରୁ କରୋନା ଭାଇରସ ପ୍ରଭାବରେ ସମଗ୍ର ବିଶ୍ୱ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲା । ଏଥିରୁ ବାଦ ପଡ଼ିନଥିôଲା ଭଦ୍ରକ ଜିଲ୍ଲା । କରୋନା ଆତଙ୍କରେ ଜିଲ୍ଲାରେ ଏକପ୍ରକାର ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଥିଲା । ଜିଲ୍ଲା ପ୍ରଶାସନ ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିଲା । କିନ୍ତୁ ବର୍ତ୍ତମାନ ସେହି ପରିସ୍ଥିତି ଆଉ ନାହିଁ । କୋଭିଡର ଉପଯୁକ୍ତ ପରିଚାଳନା ହେଉ କିମ୍ବା ଅନ୍ୟ କୌଣସି କାରଣ ହେଉ ଏବେ ଆଉ କରୋନାର ପ୍ରଭାବ କମିବାରେ ଲାଗିଛି । ଏବେ ସୁଦ୍ଧା ୭ହଜାରରୁ ଉର୍ଦ୍ଧ୍ୱ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ବର୍ତ୍ତମାନ ସମୟରେ ମାତ୍ର ୪୭ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ତେଣୁ ସବୁ କ୍ଷେତ୍ରରେ ପରିସ୍ଥିତି ସ୍ୱାଭାବିକ୍ ଆଡ଼କୁ ଗତି କରୁଛି । କିନ୍ତୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସେପରି କୌଣସି ପରିବର୍ତ୍ତନ ଆସିଥିବା ଦୃଷ୍ଟିଗୋଚର ହେଉ ନାହିଁ । ଗତ ଏପ୍ରିଲ ମାସରେ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ଚିତ୍ର ଜିଲ୍ଲାରେ ଯାହା ଥିଲା, ଏବେ ମଧ୍ୟ ସେୟା ରହିଛି । ସୂଚନାଯୋଗ୍ୟ କୋଭିଡ ସଂକ୍ରମଣକୁ ନଜରରେ ରଖି ପ୍ରତିକାରାତ୍ମକ ବ୍ୟବସ୍ଥା ସ୍ୱରୂପ, ପ୍ରଶାସନ ପକ୍ଷରୁ ସାଧାରଣ ରୋଗୀମାନଙ୍କୁ ଜିଲ୍ଲା ଚିକିତ୍ସାଳୟ କିମ୍ବା ଅନ୍ୟ ସରକାରୀ ଚିକିତ୍ସାଳୟକୁ ନଯିବାକୁ ପରାମର୍ଶ ଦିଆଯାଇଥିଲା । ଗୁରୁତର ରୋଗୀମାନେ କେବଳ ମେଡିକାଲ ଯିବାକୁ କୁହାଯାଇଥିଲା । ତେଣୁ ସାଧାରଣ ରୋଗୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଟେଲି ମେଡିସିନ ସେବାର ପ୍ରଚଳନ କରିବା ସହ ସାଧାରଣ ରୋଗୀ ଏହାର ସୁଯୋଗ ନେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ତେଣୁ ପ୍ରଶାସନର ପରାମର୍ଶ ଓ ନିଜର ସୁରକ୍ଷା ପାଇଁ ଲୋକମାନେ ମେଡିକାଲ ଠାରୁ ଦୂରରେ ରହିଥିଲେ । ସେତେବେଳେ ଫୋନ ଥିôଲା ଏକମାତ୍ର ମାଧ୍ୟମ । ଫଳରେ ଜିଲ୍ଲା ଚିକିତ୍ସାଳୟରେ ଦୈନିକ ରୋଗୀ ସଂଖ୍ୟା ୨ହଜାରରୁ କମି ତିନି ଅଙ୍କ ତଳକୁ ଖସି ଆସିଥିଲା । କିନ୍ତୁ ଇତିମଧ୍ୟରେ କରୋନାର ପ୍ରକୋପ ହ୍ରାସ ପାଇଛି । ଲୋକଙ୍କ ମଧ୍ୟରେ କରୋନା ଭୟ ନାହିଁ । ତଥାପି ମେଡିକାଲକୁ ଆସିବାକୁ ସେମାନେ ଡରୁଛନ୍ତି । ଆଜିର ଦିନରେ ଜିଲ୍ଲା ଚିକିତ୍ସାଳୟରେ ଆଉଟ ଡୋର ରୋଗୀଙ୍କ ସଂଖ୍ୟା ହାରାହାରି ୮ଶହରୁ ୯ଶହ ମଧ୍ୟରେ ରହୁଛି । ଅପରପକ୍ଷେ କରୋନା ଭୟ ଏବେ ମଧ୍ୟ ଡାକ୍ତରମାନଙ୍କ ମଧ୍ୟରୁ ଯାଇ ନାହିଁ । ନିଜର ତଥା ନିଜ ନିଜ ପରିବାର ସଦସ୍ୟଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ସହ ସେମାନେ ରୋଗୀଙ୍କ ଚିକିତ୍ସା କରୁଛନ୍ତି । ସରକାରୀ ଡାକ୍ତରଖାନାରେ ଏହିପରି ପରିସ୍ଥିତି ଲାଗି ରହିଥିବାବେଳେ, ଘରୋଇ କ୍ଲିନିକ୍‌ରେ ଅବସ୍ଥା ଆହୁରି ଖରାପ । ଘରୋଇ ପ୍ରାକ୍ଟିସ କରୁଥିବା ଡକ୍ତରମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ମଧ୍ୟ ନିଜର କ୍ଲିନିକ ବନ୍ଦ ରଖିଛନ୍ତି । ଯେଉଁ କେତେକ ଖୋଲିଛନ୍ତି, ସେମସ୍ତ ସ୍ଥାନରେ କଠୋର କୋଭିଡ କଟକଣା । ରୋଗୀ ଶରୀରରେ ହାତ ମାରିବା କିମ୍ବା ଷ୍ଟେଥୋ ପକାଇବା ଦୂରର କଥା, ଉଭୟଙ୍କ ମଧ୍ୟରେ ରହୁଛି ନିରାପଦ ଦୂରତା । ଯେଉଁ ଡାକ୍ତରମାନେ ଆଜି ମଧ୍ୟ କ୍ଲିନିକ ବନ୍ଦ ରଖିଛନ୍ତି, ସେମାନେ ଭିଡିଓ କନଫରେନ୍ସିଂରେ ରୋଗୀଙ୍କୁ ଆବଶ୍ୟକ ପରାମର୍ଶ ଦେଉଛନ୍ତି । ତେବେ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଲଟ୍ରାସାଉଣ୍ଡ ଆବଶ୍ୟକ କରୁଥିବା ରୋଗୀ ଓ ସେମାନଙ୍କ ପରିବାର । ତେବେ ପୂର୍ବରୁ ଚିକିତ୍ସା ସେବା ପାଇଁ ଆସୁଥିବା ୯୦ପ୍ରତିଶତ ରୋଗୀଙ୍କୁ ଡାକ୍ତରମାନେ କରୋନା ପରୀକ୍ଷା କରାଇ ନେବାକୁ କହୁଥିଲେ । ତେଣୁ ପ୍ରକୃତ ରୋଗକୁ ପଛରେ ପକାଇ ପ୍ରଥମେ କରୋନା ପରୀକ୍ଷା କରିବାକୁ ସେମାନେ ଏକପ୍ରକାର ବାଧ୍ୟ ହେଉଥିଲେ । କିନ୍ତୁ ଏବେ ପରିସ୍ଥିତିରେ ଉନ୍ନତି ଆସିଛି । ଗତ ଅଗଷ୍ଟ ଓ ସେପ୍ଟମ୍ବର ମାସରେ ଦୈନିକ ପରୀକ୍ଷା କରାଯାଉଥିବା ରୋଗୀଙ୍କ ମଧ୍ୟରୁ ୧୫ରୁ ୨୦ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ, ବର୍ତ୍ତମାନ ଦେଢ଼ ହଜାର ନମୁନା ପରୀକ୍ଷାରୁ ହାରାହାରି ୫ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହାକି କରୋନାର ନିମ୍ନଗାମୀ ପ୍ରକୋପ ସମ୍ପର୍କରେ ସୂଚନା ଦେଉଛି । ତଥାପି ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ପରିଲକ୍ଷିତ ହେଉ ନାହିଁ । ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ କରୋନା ଭୟ ନଥିବାବେଳେ, ଏବେ ମଧ୍ୟ ଡାକ୍ତରମାନେ କରୋନାକୁ ନେଇ ଆତଙ୍କିତ ଥିବା କାରଣରୁ ଏପରି ପରିସ୍ଥିତି ଲାଗି ରହିଛି ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.