Home ଜିଲ୍ଲା ପରିକ୍ରମା ଷୋଳମପୁରରେ ଗୀତା ଜୟନ୍ତୀ

ଷୋଳମପୁରରେ ଗୀତା ଜୟନ୍ତୀ

96

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ଗ୍ରାମଦେବତୀ ସନ୍ତେଶ୍ୱରୀ ପୀଠରେ ରବିବାର ଗୀତା ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ଗ୍ରାମଦେବତୀ ପୂଜନ, ଗୋ ପୂଜନ, ସୂର୍ଯ୍ୟ ପୂଜନ, କଳସ ପୂଜନ ସହ ଗୀତାଗ୍ରନ୍ଥ ପୂଜନ କରାଯାଇଥିଲା । ଯଜ୍ଞ ମଣ୍ଡପରେ ଷୋଡଶପୋଚାର ପୂଜା କରାଯାଇ ଗ୍ରାମବାସୀ ସାମୁହିକ ଭାବେ ଗୀତା ପାଠ କରିଥିଲେ । ପୁରୋହିତ ପରୀକ୍ଷିତ ପଣ୍ଡା, ପଣ୍ଡିତ ଗାୟକ ଚନ୍ଦ୍ରଶେଖର ପାଢୀ, ପଣ୍ଡିତ ଜ୍ଞାନରଞ୍ଜନ ମିଶ୍ର, ପଣ୍ଡିତ ଚିତ୍ତରଞ୍ଜନ ମିଶ୍ର, ପଣ୍ଡିତ ଚିତ୍ତରଞ୍ଜନ ପଣ୍ଡା, ମଧୁସୂଦନ ପଣ୍ଡା ପ୍ରମୁଖ ଗୀତା ପୂଜନ ବୈଦିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.