Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା କନ୍‌ଜ୍ୟୁମର ଫୋରମ୍ ଗଠିତ

ଭଦ୍ରକ ଜିଲ୍ଲା କନ୍‌ଜ୍ୟୁମର ଫୋରମ୍ ଗଠିତ

20

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ଆନୁକଲ୍ୟରେ ରାଜ୍ୟ ଉପଭୋକ୍ତା ମହିଳା ସଂଗଠନ ପରାମର୍ଶ କ୍ରମେ ଆଜି ଭଦ୍ରକ ସହରର କୁଆଁସ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ କଳିଙ୍ଗରତ୍ନ ପଣ୍ଡିତ ଦୈତ୍ୟାରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇ ଭଦ୍ରକ ଜିଲ୍ଲା କନ୍‌ଜ୍ୟୁମର ଫୋରମ୍ ସମ୍ପର୍କରେ ବିଧିବଦ୍ଧ ଆଲୋଚନା କରାଯାଇଥିଲା । ଅନୁଷ୍ଠାନ ସମ୍ପର୍କରେ ବିଷଦ୍ ବିବରଣୀ ପ୍ରଦାନ କରିଥିଲେ ସମାଜ ସେବିକା ଶକୁନ୍ତଳା ଦାଶ ଓ ବରିଷ୍ଠ ବିଧିବକ୍ତା ସୁବାସ ଚନ୍ଦ୍ର ବୈରୀଗଞ୍ଜନ । ଉପସ୍ଥିତ କର୍ମକର୍ତ୍ତାମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କନ୍‌ଜ୍ୟୁମର ଫୋରମ୍ ଗଠନର ଲକ୍ଷ୍ୟ, ଉଦ୍ଦେଶ୍ୟ, ଏବଂ ରାଜ୍ୟ ଖାଉଟି ସୁରକ୍ଷା ଦିବସ ପାନସମ୍ପର୍କରେ ନିଜ ନିଜର ମତ ରଖିଥିଲେ । ରାଜ୍ୟ ଉପଭୋକ୍ତା ମହିଳା ସଂଗଠନ ପରାମର୍ଶକୁ ଗୁରୁତ୍ୱ ଦେଇ ଉପସ୍ଥିତ ସଭ୍ୟସଭ୍ୟାମାନଙ୍କୁ ନେଇ ଭଦ୍ରକ ଜିଲ୍ଲା କନଜ୍ୟୁମର ଫୋରମ୍ ଗଠନ କରାଯାଇଥିଲା । ସେଥିରେ ସର୍ବସମ୍ମତି କ୍ରମେ ପଣ୍ଡିତ ଦୈତ୍ୟାରୀ ମହାପାତ୍ର ଉପଦେଷ୍ଟା, ବରିଷ୍ଠ ବିଧିବକ୍ତା ସୁବାସ ଚନ୍ଦ୍ର ବୈରୀଗଞ୍ଜନ ବିଧିଉପଦେଷ୍ଟା (ଲିଗାଲ ଆଡତଭାଇଜର), ଜିଲ୍ଲା ସଭାପତି ଭାବେ ଶକୁନ୍ତଳା ଦାଶ, ବ୍ରଜଗୋପାଳ ଦାସ ଉପସଭାପତି, ନିରୂପମା ମହାନ୍ତି ସାଧାରଣ ସମ୍ପାଦିକା, କାଳିପଦ ରାୟ ସଂଗଠନ ସମ୍ପାଦକ, ଦେବପ୍ରସାଦ ମିଶ୍ର କୋଷାଧ୍ୟକ୍ଷ, ରଞ୍ଜୁଲତା ଗାହାଣ ଓ ମଞ୍ଜୁଲତା ରଥ କାର୍ଯ୍ୟନିର୍ବାହୀ ସଦସ୍ୟା ଭାବେ ମନୋନୀତ କରାଯାଇ ଜିଲ୍ଳାରେ ଜିଲ୍ଲାସ୍ତରୀୟ ଗ୍ରାହକ କଲ୍ୟାଣ ପରିଷଦ ଏବଂ ରାଜ୍ୟ ଉପଭୋକ୍ତା ମହିଳା ସଂଗଠନ କିଭଳି ପୂର୍ଣ୍ଣ ରୂପରେ କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଶେଷରେ ନିରୂପମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.