Home ଜିଲ୍ଲା ପରିକ୍ରମା ଅସହାୟା ମହିଳାଙ୍କୁ ଉଦ୍ଧାର କରି ସ୍ୱଧାର ଗୃହରେ ରଖିଲା ପ୍ରଶାସନ

ଅସହାୟା ମହିଳାଙ୍କୁ ଉଦ୍ଧାର କରି ସ୍ୱଧାର ଗୃହରେ ରଖିଲା ପ୍ରଶାସନ

23

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକର ସାହାଡା ଲାଲାଜୀ ବଜାରରେ ବୁଲୁଥିବା ଜଣେ ଅସହାୟ ତଥା ନିରାଶ୍ରୟା ମହିଳାଙ୍କୁ ଆଜି ଉଦ୍ଧାର କରାଯାଇଛି । ମହିଳାଙ୍କ ଘର, ଠିକଣା ସମ୍ପର୍କରେ କାହାରିକୁ ଜଣାନାହିଁ । ମହିଳା ଜଣକ ଉକ୍ତ ବଜାରରେ ଦୋକାନ ବାରଣ୍ଡାରେ ରାତ୍ରିଯାପନ କରୁଥିଲେ । କେତେକ ଅସାମାଜିକ ଉକ୍ତ ମହିଳାଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଆଇନଜୀବୀ କିଶୋର କୁମାର ନାୟକ ଜିଲ୍ଲା ପ୍ରଶାସନକୁ ଟୁଇଟ ଯୋଗେ ଜଣାଇବା ପରେ ଏହା ଗଣମାଧ୍ୟମର ଦୃଷ୍ଟିକୁ ଆସିଥିଲା । ଆଜି ଭଦ୍ରକ ୱାନ୍ ଷ୍ଟପ୍ ସେଣ୍ଟରର କର୍ମଚାରୀ, ସ୍ଥାନୀୟ ଅଙ୍ଗନୱାଡି କର୍ମୀ, ଆଇସିଡିଏସ୍ ସୁପରଭାଇଜର ପ୍ରମୁଖ ପହଞ୍ଚି ଉକ୍ତ ମହିଳାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ଆଣିଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଫେଲୋସିପ୍ ଦ୍ୱାରା ପରିଚାଳିତ ସ୍ୱଧାର ଗୃହରେ ରଖଯାଇଛି । ତାଙ୍କୁ ସଂଗଠନ ପକ୍ଷରୁ ପଚରା ଉଚୁରା କରାଯାଉଥିବା ବେଳ ସେ ତାଙ୍କର ପରିଚୟ କହି ପାରୁ ନଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.