Home ଜିଲ୍ଲା ପରିକ୍ରମା ଧାନକିଣା ପାଇଁ ପ୍ରଶାସନର ସଚେତନତା ରଥର ଶୁଭାରମ୍ଭ

ଧାନକିଣା ପାଇଁ ପ୍ରଶାସନର ସଚେତନତା ରଥର ଶୁଭାରମ୍ଭ

21

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୨୦-୨୧ ପାଇଁ ଧାନକିଣା ଆରମ୍ଭ ହେବା ପୂର୍ବରୁ ଚାଷୀମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ ଆଜି ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ଜିଲ୍ଲାପାଳ ଡ. ଜ୍ଞାନ ଦାସ ପ୍ରମୁଖ ଉପସ୍ଥିତ ରହି ଏହି ରଥର ଶୁଭରାମ୍ଭ କରିଥିଲେ । ଚଳିତ ଡିସେମ୍ବର ୨୦ ତାରିଖରୁ ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପାକ୍ସ ଓ ସମବାୟ ସମିତି ମାଧ୍ୟମରେ ସରକାରୀ ସ୍ତରରେ ଧାନ କ୍ରୟ କରାଯିବ । ଚାଷୀ ଦଲାଲଙ୍କୁ ଧାନ ବିକ୍ରି ନକରିି ସରକାରୀ ମଣ୍ଡିରେ ଧାନ ବିକ୍ରି କରିବାକୁ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ରଥ ମାଧ୍ୟମରେ ପ୍ରଚାର ପ୍ରସାର କରିବାକୁ ଏହି ରଥ ବୁଲିବ । ଜିଲ୍ଳାର ୭ଟି ବ୍ଳକ ପାଇଁ ୭ଟି ରଥ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.