Home ଜିଲ୍ଲା ପରିକ୍ରମା ବିଷ୍ଣୁ ସେଠୀଙ୍କୁ ଗିରଫ କରାନଗଲେ ୨୧ରେ ଏସ୍‌ପି ଅଫିସ ଆଗରେ ଧାରଣା

ବିଷ୍ଣୁ ସେଠୀଙ୍କୁ ଗିରଫ କରାନଗଲେ ୨୧ରେ ଏସ୍‌ପି ଅଫିସ ଆଗରେ ଧାରଣା

21

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗଣତନ୍ତ୍ରର ମନ୍ଦିର ବିଧାନ ସଭା ଓ ସଂସଦରେ ନିର୍ବାଚିତ ଜନ ପ୍ରତିନିଧିମାନେ ଜନତା ଜନାର୍ଦ୍ଦନଙ୍କ ଦ୍ୱାରା ନିର୍ବାଚିତ ହେବାପରେ ସେଠାରେ ସଂବିଧାନ ଉପରେ ହାତ ରଖି ପବିତ୍ର ଗୃହରେ ବଜ୍ର ଶପଥ ନେଇ କହିଥାଆନ୍ତି ଯେ “ମୁଁ ଆମ ଦେଶର ସଂବିଧାନ ଉପରେ ସଂପୂର୍ଣ୍ଣ ଆଶା ବିଶ୍ୱାସ ପ୍ରକଟ କରି କାର୍ଯ୍ୟ କରିବି” । ଦୁଃଖର ବିଷୟ ଗତ ୧୦ ତାରିଖ ଦିନ ସାରା ବିଶ୍ୱରେ ମାନବିକ ଅଧିକର ଦିବସ ପାଳନ ଅବସରରେ ସମଗ୍ର ପୃଥିବୀରେ ଏହି ଦିବସ ପାଳନ ହେଉଥିବା ବେଳେ ଆମ ଭଦ୍ରକ ସହର ଉପକଣ୍ଠରେ ଥିବା ଓରିଓନ୍ ହୋଟେଲ ସଭା ଗୃହରେ ଉକ୍ତ ଦିନ ମାନବିକ ଅଧିକାର ଦିବସ ପାଳନ ନିମନ୍ତେ ଏକ ଆଲୋଚନା ଚକ୍ର ସଂଗଠନର ଉଦ୍ୟୋକ୍ତାମାନେ ଆୟୋଜନ କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ଅତିଥି ଓ ସମ୍ମାନିତ ଅତିଥିଭାବେ, ପୂର୍ବତନ ଓଡ଼ିଶାର ଡି.ଜି. ସଂଜୟ ମାରିକ୍‌, ଓଡ଼ିଶା ବାର କାଉନ୍‌ସିଲ୍‌ର ଅଧ୍ୟକ୍ଷ ଡାଃ. ଟହଲି ଚରଣ ମହାନ୍ତି, ଏଆଇଡିଡବ୍ଲ୍ୟୁଏ ର କେନ୍ଦ୍ରୀୟ ସଂପାଦିକା ତାପସୀ ପ୍ରହରାଜ, ଓଡ଼ିଶା ହାଇକୋର୍ଟର ଅଧିବକ୍ତାଙ୍କୁ ଓ ବିରେନ୍ଦ୍ର ମୋହନ ପଣ୍ଡାଙ୍କୁ ଆମନ୍ତ୍ରିତ କରାଯାଇଥିଲା । ଉକ୍ତ ସଭାରେ ଯୋଗ ଦେବା ପାଇଁ ଭଦ୍ରକ ସହରର ଶିକ୍ଷକ, ବିୁଦ୍ଧିଜୀବୀ, ଆଇନ୍‌ଜୀବୀ ତଥା ମହାମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ (ସଂବାଦପତ୍ର) ଓ ଇଲେକ୍‌ଟ୍ରୋନିକ୍ସ ମିଡିଆ ମାନଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଟି ଧାର୍ଯ୍ୟ ସମୟ ଦିବା ୧୧ ଘଟିକାରୁ ଆରମ୍ଭ ହୋଇ ଦିନ ୧ ଘଟିକା ପର୍ଯ୍ୟନ୍ତ ଶାନ୍ତ ପରିବେଶରେ ଶୃଙ୍ଖଳାରେ ଚାଲିଥିଲା ।

କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା, ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଓଡ଼ିଶା ବିଧାନ ସଭାର ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ମଧ୍ୟ ଉପସ୍ଥିତ ଥିଲେ । ସଭାର ଶେଷ ବକ୍ତା ଭାବେ ଶ୍ରୀ ସେଠୀଙ୍କୁ ବକ୍ତବ୍ୟ ଦେବା ପାଇଁ ଡକାଯିବାରୁ ସେ ତାଙ୍କ ବକ୍ତବ୍ୟରେ “ନାରୀ ସ୍ୱାଧୀନତା ପାଇଁ ଦାବି କରିବା ଅର୍ଥ ନାରୀଙ୍କୁ ସ୍ୱେଚ୍ଛାଚାରୀ ହେବା ପାଇଁ ଲାଇସେନ୍‌ସ ଯେଉଁମାନେ ଦାବୀ କରୁଛନ୍ତି ସେମାନେ ପାକିସ୍ଥାନ ଚାଲିଯାଆନ୍ତୁ, ପୁରୁଷମାନେ ସ୍ତ୍ରୀ ମାନଙ୍କର ପଦ ଲେହନ କରିବେ, ଏହିପରି ବକ୍ତବ୍ୟକୁ ସହ୍ୟ ନ କରିପାରି ଶ୍ରୀମତୀ ପ୍ରହରାଜ ଉକ୍ତ ସଭାର ସଭାପତି ଡାଃ. ଟହଲି ଚରଣ ମହାନ୍ତିଙ୍କଠାରୁ ପରମିଶନ ନେଇ ସଭାଗୃହ ପରିତ୍ୟାଗ କରିବାକୁ ଅନୁମତି ନେବା ସମୟରେ ବିଧାୟକ ବିଷ୍ଣୁ ସେଠୀ ମାଇକ୍ ଛାଡ଼ି ତାପସୀ ଦିଦି ବସିଥିବା ଚେୟାର ପାଖକୁ ତମତମ ହୋଇ ଆସି ତାଙ୍କୁ ନାନା କୁ ଭାଷାରେ ଗାଳିଦେଇ, ଧମକ ଦେଇ କହିଲେ “ମୁଁ ତୁମକୁ ଗୋଟିଏ ଇଞ୍ଚ ଗଡ଼ିବାକୁ ଦେବିନି, ଦେଖିବି କିପରି ଚାଲିଯିବ ଓ ମୋ ଯାଗାକୁ ଆସି ମୋ ଛାତିରେ ଗୋଡ଼ ରଖିବ ଓ ଏଇଟା କିଏ ଏକୁ କାହିଁକି ଏଠିକି ଡାକିଲ କହି ତାଙ୍କୁ ଯେପରି ଅପମାନିତ କରି ଧମକ ଦେଇ ଥିଲେ, ତହିଁର ସି.ସି.ଟି.ଭି. ଫୁଟେଜ ଅଛି ଓ ସାମ୍ବାଦିକ ବଂଧୁମାନେ ମୋବାଇଲରେ ରେକଡିଂ କରିଅଛନ୍ତି । ଶ୍ରୀମତୀ ପ୍ରହରାଜ ଜଣେ ଆଗଧାଡ଼ିର ନାରୀନେତ୍ରୀ ଓ ମହିଳାମାନଙ୍କ ପାଇଁ ଲଢ଼େଇ କରୁଥିବାବେଳେ ବିଧାୟକ ଶ୍ରୀ ସେଠୀ ଯେପରି ସଂବିଧାନ ବିରୋଧି ମନ୍ତବ୍ୟ ପ୍ରଦାନ କରି ମହିଳାମାନଙ୍କୁ ଅପମାନିତ କରି ବ୍ୟକ୍ତବ୍ୟ ରଖିଥିଲେ, ତାହାର ପ୍ରତିବାଦ କରି ଏଆଇଡିଡବ୍ଲ୍ୟୁଏ ତରଫରୁ ଏସ୍‌ପିଙ୍କ ଜରିଆରେ ସେ ଏଫଆଇଆର୍ ଆଗତ କରିଛନ୍ତି । ତାହା ଭଦ୍ରକ ଗ୍ରାମାଞ୍ଚଳ ଥାନା କେସ୍ ନଂ. ୬୮୫ ନମ୍ବର ୩୪୧/୨୯୪୧, ୫୦୬/୫୦୯ ଆଇ.ପି.ସି.ରେ କେସ୍ ଶ୍ରୀ ସେଠୀଙ୍କ ନାମରେ ପଞ୍ଜିକୃତ ହୋଇ ଅଛି । ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ପ୍ରଭାତୀ ଜେନା, ସମ୍ପାଦିକା ମମତା ଜେନା, ସୀତା ଦାଶ, ରୋଜାଲିନ୍ ସାମ୍ୟବାଦୀ, ବାସନ୍ତୀ ବେହେରା, ଦିବ୍ୟସିଂହ ନାୟକ, ଏସ୍‌ଏମ୍ ଫାରୁକ, ଲଲାଟେନ୍ଦୁ ମହାନ୍ତି, ଝରଣା ପଟ୍ଟନାୟକ, ସୋଫିଆ ଶେଖ୍‌, ଶିଖା ମହାପାତ୍ର, ତୁଷାରକାନ୍ତି ମହାନ୍ତି ପ୍ରମୁଖ ତୁରନ୍ତ ଶ୍ରୀ ସେଠୀଙ୍କୁ ଗିରଫ କରା ନଗଲେ ଆସନ୍ତା ୨୧ ତାରିଖ ଏସ୍‌ପିଙ୍କ ଅଫିସ ଆଗରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.