Home ଓଡ଼ିଶା ବିହାରର ନିର୍ବାଚନ ପରେ ଏବେ ମୋଦୀ କ୍ୟାବିନେଟ୍ ବିସ୍ତାର ଉପରେ ନଜର, ଜାଣନ୍ତୁ କାହାକୁ ମିଳିପାରେ...

ବିହାରର ନିର୍ବାଚନ ପରେ ଏବେ ମୋଦୀ କ୍ୟାବିନେଟ୍ ବିସ୍ତାର ଉପରେ ନଜର, ଜାଣନ୍ତୁ କାହାକୁ ମିଳିପାରେ ସ୍ଥାନ

95

ନୂଆଦିଲ୍ଲୀ ୧୨ ନଭେମ୍ବର (ଓଡ଼ିଆ ପୁଅ) ସରିଲା ବିହାର ବିଧାନସଭା ନିର୍ବାଚନ। ବିହାରର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ କରିପାରନ୍ତି। ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ମନ୍ତ୍ରୀ ମଣ୍ଡଳ ବିସ୍ତାର ହେବ ବୋଲି ଆଶା କରାଯାଉଛି। କେନ୍ଦ୍ର ସରକାରରୁ ଅକାଳୀ ଦଳର ହରଶିମ୍ରତ କୌରଙ୍କ ଇସ୍ତପା ଏବଂ ଏଲଜେପି ନେତା ରାମ ବିଲାଶ ପାସୱାନଙ୍କ ଦେହାନ୍ତ ପରେ କ୍ୟାବିନେଟରେ ଏନଡିଏର ଅଂଶ କେବଳ ବିଜେପି ମଧ୍ୟରେ ସୀମିତ ହୋଇ ରହିଛି। ମନ୍ତ୍ରୀ ପରିଷଦରେ ରାଜ୍ୟ ମନ୍ତ୍ରୀ ଭାବରେ ରିପବ୍ଲିକାନ୍ ପାର୍ଟିର ନେତା ରାମଦାସ ଅଠାୱଲେ କେବଳ ଅଣ-ବିଜେପି ଦଳର ଏକମାତ୍ର ପ୍ରତିନିଧୀ ବର୍ତ୍ତମାନ ଅଛନ୍ତି। ଏପରି ପରିସ୍ଥିତିରେ ଜେଡିୟୁରୁ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦିଆଯାଇପାରେ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ବିଜେପିର କିଛି ପ୍ରମୁଖ ନେତାଙ୍କୁ ମଧ୍ୟ ସ୍ଥାନ ଦିଆଯିବ।

ବିହାରରେ, ଏନଡିଏର ଟକ୍କର ପରିସ୍ଥିତିରେ ସଫଳତା ପରେ ଜେଡିୟୁ ବର୍ତ୍ତମାନ ସାନ ଭାଇ ଭୂମିକାରେ। ଏନଡ଼ିଏର ନିଷ୍ପତ୍ତି ଅନୁଯାୟୀ ନୀତୀଶ କୁମାର ହେବେ ମୁଖ୍ୟମନ୍ତ୍ରୀ, କିନ୍ତୁ ବିଜେପି ବିହାରର ରାଜ୍ୟ କ୍ୟାବିନେଟରେ ମୁଖ୍ୟ ବିଭାଗ ଗୁଡ଼ିକ ଉପରେ ପ୍ରାଧାନ୍ୟ ବିସ୍ତାର କରିବ। ଏଭଳି ପରିସ୍ଥିତିରେ ନୀତୀଶ କୁମାର କେନ୍ଦ୍ର ସରକାରରେ ଯୋଗଦେବାକୁ ନିଷ୍ପତ୍ତି ନେଇପାରନ୍ତି।

କେନ୍ଦ୍ରରେ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଦେଢ଼ ବର୍ଷ ପୂରଣ ହେବାକୁ ଯାଉଛି। ଏପର୍ଯ୍ୟନ୍ତ ଗୋଟିଏ ବି ବିସ୍ତାର ହୋଇନାହିଁ। ଅନେକ ମନ୍ତ୍ରୀଙ୍କ ପାଖରେ ତିନିରୁ ଚାରିଟି ମନ୍ତ୍ରଣାଳୟ ଅଛି ଏବଂ କାର୍ଯ୍ୟଭାର ବୃଦ୍ଧି ପାଇଛି। ଏହା ବ୍ୟତୀତ ବହୁ ବିଶିଷ୍ଟ ବିଜେପି ନେତା ମଧ୍ୟ କେନ୍ଦ୍ର ସରକାରରେ ଆସିବାକୁ ଅପେକ୍ଷା କରିଛନ୍ତି। ଆଗାମୀ ସମୀକରଣକୁ ଦେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ତାଙ୍କର ମନ୍ତ୍ରୀ ପରିଷଦକୁ ବିସ୍ତାର କରିପାରିବନ୍ତି ବୋଲି ଆଶା କରାଯାଉଛି। ସୂଚନାନୁସାରେ, ବିସ୍ତାରରେ ବିଜେପି ସଂଗଠନର କିଛି ଲୋକ ମଧ୍ୟ ରହିପାରନ୍ତି। ଯେଉଁମାନଙ୍କୁ ଜେପି ନଡ୍ଡାଙ୍କର ନୂତନ ସଂଗଠନରେ ଅନ୍ତର୍ଭୁକ୍ତ କରାଯାଇନାହାଁନ୍ତି ସେମାନଙ୍କ ମଧ୍ୟରୁ କେତେକ ମନ୍ତ୍ରୀ ହୋଇପାରନ୍ତି ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.