Home କେନ୍ଦୁଝର ଆନନ୍ଦପୁର କ୍ରୀଡା ସଂସଦର ବୈଠକ

ଆନନ୍ଦପୁର କ୍ରୀଡା ସଂସଦର ବୈଠକ

53

ହାଟଡିହି-୧୧ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର କ୍ରୀଡା ସଂସଦର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି । କ୍ରୀଡା ସଂସଦର ସଭାପତି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ନବ ରଞ୍ଜନ ପଟ୍ଟନାୟକ, ଆନନ୍ଦପୁର ପୌର ନିର୍ବାହୀ ଅଧିକାରୀ ହିତାଶୁଂ ଶେଖର ସାମଲ ପ୍ରମୁଖ ଯୋଗଦେଇ ଷ୍ଟାଡିୟମର ଉନ୍ନତି କରଣ, ନୁତନ କ୍ରୀଡା ସଂସଦର ଗୃହ ନିର୍ମାଣ ଓ କୋଭିଡ ହଟିବା ପରେ ଆଗାମି ଦିନରେ ହେବାକୁ ଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗୀତାର ସୁ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ । ସକାଳ ୫ଟା ୩୦ରୁ ୮ଟା ଓ ଅପରାହ୍ନ ୩ଟା ୩୦ରୁ ୬ଟାଯାଏ ଷ୍ଟାଡିୟମ ଖୋଲା ରହିବ ବୋଲି ନିଷ୍ପତି ହୋଇଥିଲା । ଏଥିରେ ଅକ୍ଷୟ ମହାନ୍ତି, ମୁରଲୀଧର ମିଶ୍ର, ନିକୁଞ୍ଜ ବିହାରୀ ମିଶ୍ର, ପ୍ରସନ୍ନ ମିଶ୍ର, ଗଗନ ସିଂ, ନିରାକାର ଦଳେଇ, ସୁଶିଲ ହୋତା, ଟିଟନ ଜେନା, ପ୍ରଦୀପ ହଜାରୀ, ମୁନା ସିଂ, ଦେବରଞ୍ଜନ ସାହୁ, ଅଶୋକ ରାଉଳ, ଟୁକୁନୁ ସିଂ, ହାଡିବନ୍ଧୁ ଖୁଣ୍ଟିଆ, ବୁଲୁ ପଟ୍ଟନାୟକ, ସଞ୍ଜିବ ସିଂ, ବସନ୍ତ ସାହୁ, ଦୁଲାଲ ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିବାବେଳେ ମଦନ ପାଣି, ରମେଶ ସିଂ, ମନୋଜ କୁମାର ସିଂ, ଅଶୋକ କୁମାର ରାଉତ, ଅଜୟ କୁମାର ସେଠୀ, ମୁରଲୀଧର ମିଶ୍ର, ଦେବବ୍ରତ କରନ, ପୁର୍ଣ୍ଣଚନ୍ଦ୍ର ବେହେରା, ଆଦିକନ୍ଦ ମହାକୁଡ, ନିରଞ୍ଜନ ମିଶ୍ର, ଆଶିଶ କୁମାର ନାୟକ, ସୁବାସ ଚନ୍ଦ୍ର ପଣ୍ଡା, ଅମୁଲ୍ୟ କୁମାର ଜେନା, ଜିତେନ୍ଦ୍ର କୁମାର ସାମଲ, ସନ୍ଦିପ କୁମାର ସିଂ, ବସନ୍ତ କୁମାର ସାହୁ, ରବିନ୍ଦ୍ର କୁମାର ଖୁଣ୍ଟିଆ, ବିନୋଦ ବିହାରୀ ମିଶ୍ର, ଜୟ ରାଜଗୁର ମହାନ୍ତି, ଉତ୍ତମ କୁମାର ସାହୁ, ବିଜୟ ପ୍ରସାଦ ନାୟକ, ଜଗନ୍ନାଥ ପାଢ଼ୀ, ନିରାକର ଦଳେଇ, ରବିନାରାୟଣ ହୋତା, ବାଇଧର ସେଠୀ, ସୁଦର୍ଶନ ରଣା ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.