Home ଜିଲ୍ଲା ପରିକ୍ରମା ଆଦାନୀ ଫାଉଣ୍ଡେସନ୍ ପକ୍ଷରୁ ‘ଗୃହଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମ’

ଆଦାନୀ ଫାଉଣ୍ଡେସନ୍ ପକ୍ଷରୁ ‘ଗୃହଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମ’

36

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ୍‌-୧୯ କାରଣରୁ ଧାମରା ଅଂଚଳର ଅଙ୍ଗନବାଡି, ସରକାରୀ ବିଦ୍ୟାଳୟ ଓ ବିଭିନ୍ନ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ବନ୍ଦ ପଡିଥିଲା । ଏହି ସଙ୍କଟ ସମୟରେ ଅଣ-ସଂରକ୍ଷିତ ସମ୍ପ୍ରଦାୟର ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇପାରୁନାହାଁନ୍ତି । ଭାରତରେ ସ୍ମାର୍ଟଫୋନ ଅନୁପ୍ରବେଶ ହାର ପ୍ରାୟ ୨୦-୨୫ ପ୍ରତିଶତ ଏବଂ ଧାମରା ନିକଟ ଗ୍ରାମଗୁଡିକରେ ଏହା ଆହୁରି କମ୍ ଅଟେ । କରୋନା କାରଣରୁ ଅଧିକାଂଶ ଶିକ୍ଷାଦାନ ବ୍ୟବସ୍ଥା ଅନଲାଇନ୍ କିମ୍ବା ଆପ୍ ଆଧାରିତ ଅଟେ । ତେବେ ଦୁର୍ଭାଗ୍ୟବଶତଃ ଅଧିକାଂଶ ଲୋକଙ୍କ ପାଖରେ ସ୍ମାର୍ଟ ଫୋନ୍‌, କମ୍ପ୍ୟୁଟର କିମ୍ବା ଇଂଟରନେଟ୍ ନଥିବା କାରଣରୁ ଶିକ୍ଷା ପହଁଞ୍ଚି ପାରୁନି । ଭଳି ସ୍ଥିତିରେ ଆଦାନୀ ଫାଉଣ୍ଡେସନ୍‌ର ପ୍ରକଳ୍ପ ଏଲ୍‌ଇଏପି, ଥିଙ୍କଜୋନ୍ ଓ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’ ସହଯୋଗରେ ଅଙ୍ଗନବାଡି ଓ ପ୍ରାଥମିକ ବିଦ୍ୟାଳୟଗୁଡିକ ପାଇଁ ‘ଗୃହଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମ’ କାର୍ଯ୍ୟକାରୀ କରିବା ପାଇଁ ଉପଲବ୍ଧ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି । ପିତାମାତାଙ୍କ ନିକଟରେ ପହଁଚିବା ପାଇଁ ଆମେ ‘ଭଏସ୍ କଲ୍ ଏବଂ ଏସ୍‌ଏମ୍‌ଏସ୍‌-ଆଧାରିତ’ ଶିକ୍ଷଣ ପ୍ଲାଟ‘ର୍ମ ବ୍ୟବହାର କରୁ, ଯାହାଦ୍ୱାରା ସେମାନେ ପିଲାମାନଙ୍କୁ କାର୍ଯ୍ୟକଳାପ-ଆଧାରିତ ଶିକ୍ଷଣ ବିଷୟବସ୍ତୁରେ ନିୟୋଜିତ କରିପାରିବେ । ପିତାମାତାମାନେ ଡିଆଇୱାଇ ଶିକ୍ଷଣ ମଡ୍ୟୁଲ୍ ସମ୍ବନ୍ଧରେ ମୋବାଇଲ୍ ଫୋନରେ ପ୍ରତିଦିନ ୧-୨ ମିନିଟ୍ ଭଏସ୍ କଲ୍ ଏବଂ ଏସ୍‌ଏମ୍‌ଏସ୍ ଗ୍ରହଣ କରନ୍ତି । ଶିଶୁର ବୟସ ସ୍ତର ଏବଂ ଶ୍ରେଣୀ ଉପରେ ଆଧାର କରି ବିଷୟବସ୍ତୁ ନିର୍ଦ୍ଧାରିତ ହୋଇଛି । ବିଷୟବସ୍ତୁକୁ ପ୍ରବେଶ ପରିବାର ପାଇଁ ମାଗଣା ଅଟେ । ‘ଗୃହଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମ’ର ଉଦ୍ଦେଶ୍ୟ ହେଉଛି, ସକରାତ୍ମକ ପିତାମାତା-ଶିଶୁ ସମ୍ପର୍କର ବିକାଶ କରିବା, ପିଲାଦିନରୁ ପିଲାମାନଙ୍କର ଶିକ୍ଷଣ ଦକ୍ଷତା ବିକାଶ ଦିଗରେ କାର୍ଯ୍ୟ କରିବାକୁ ପିତାମାତାଙ୍କୁ ସକ୍ଷମ କରିବା । ବିଷୟବସ୍ତୁ ସାଧାରଣତଃ ପିଲାମାନଙ୍କର ମୂଳ ଦକ୍ଷତା ବିକାଶ ଉପରେ ୍ମାନ ଦେଇଥାଏ । ଧାମରା ଅଂଚଳର ଦୋସିଙ୍ଗା ଏବଂ କରଂଜମାଳ କ୍ଲଷ୍ଟରରେ ପ୍ରୋଜେକ୍ଟ ଏଲ୍‌ଇଏପିରେ ସିଧାସଳଖ ନାମ ଲେଖାଇଥିବା ଛାତ୍ରମାନେ ଏହି ସଂକଟ ସମୟରେ ଗୁଣାତ୍ମକ ଶିକ୍ଷାରୁ ବଂଚିତ ନୁହଁନ୍ତି । ତେଣୁ ଯେଉଁଠାରେ ଆମର ପ୍ରତ୍ୟେକ୍ଷ ଉପସ୍ଥିତି ଅଛି ଏବଂ ଯେଉଁଠାରେ ଆମର ନାମ ଲେଖାଯାଇଥିବା ଛାତ୍ରଛାତ୍ରୀମାନଙ୍କ ପରିବାରର ଜନସଂଖ୍ୟା ସମ୍ବନ୍ଧୀୟ ସୂଚନା ଅଛି, ଆମେ ଆମର ଭଏସ୍ କଲ୍ ଶିକ୍ଷା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛୁ । ଏହି ପଦକ୍ଷେପ ମାଧ୍ୟମରେ ଆମେ ୧୬ ଅଙ୍ଗନବାଡି ଓ ୩୦ ପ୍ରାଥମିକ ବିଦ୍ୟାଳୟର ୨୨୯୧ ପିଲାଙ୍କ ନିକଟରେ ପହଁଚିବୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.