Home ଜିଲ୍ଲା ପରିକ୍ରମା ରାସ୍ତା ଅବସ୍ଥା ବିପର୍ଯ୍ୟସ୍ଥ, ଶୁଣୁନି ପ୍ରଶାସନ, ହିନସ୍ତା ସାଧାରଣ ଲୋକ

ରାସ୍ତା ଅବସ୍ଥା ବିପର୍ଯ୍ୟସ୍ଥ, ଶୁଣୁନି ପ୍ରଶାସନ, ହିନସ୍ତା ସାଧାରଣ ଲୋକ

41

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ଠାରୁ ରାଜ୍ୟ ସରକାର ଗ୍ରାମାଞ୍ଚଳର ସଡ଼କ ଯୋଜନାକୁ ଗୁରୁତ୍ୱ ଦେଇ ତା’ର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବାବେଳେ ତଳ ସ୍ଥରର କୁଜିନେତା ଓ ଯନ୍ତ୍ରୀ ଠିକାଦାର ମାନେ ସାଗ କିଆରି ଭାବି ପ୍ରତ୍ୟକ ବର୍ଷ ମରାମତି ଓ ନିର୍ମାଣ ନାମରେ ଟଙ୍କା ହରିଲୁଟ କରୁଛନ୍ତି। ଫଳରେ ସାଧାରଣ ଲୋକମାନଙ୍କର ଜାତାୟତରେ ବ୍ୟାଘାତ ସୃଷ୍ଟି ହେଉଥିବାବେଳେ ଲାଭବାନ ହେଉଛନ୍ତି ଯନ୍ତ୍ରୀ ଓ ଠିକାଦର ମାନେ। ଏମିତି ଏକ ରାସ୍ତା ଧାମନଗର ବ୍ଲକର ଧାମନଗର- ଫଳପୁର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା। ତତ୍‌କାଳୀନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ ପ୍ରଥମେ ଏହି ରାସ୍ତାକୁ ୨୦୦୫ ମସିହାରେ ଶୁଭାରମ୍ଭ କରିଥିଲେ। ପରେ ଏହି କାର୍ଯ୍ୟ ସେବା ଠାରୁ ଆରମ୍ଭ ହୋଇଥିବାବେଳେ ଆଜି ସୁଦ୍ଧା ଦୀର୍ଘ ୧୫ବର୍ଷ ହେବ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇପାରିଲା ନାହିଁ। ହେଲେ ପ୍ରତ୍ୟକ ବର୍ଷ ରାସ୍ତା ମରାମତି ଆଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇ କେବଳ ନାମକୁ ମାତ୍ର କାର୍ଯ୍ୟ କରାଯାଇ ଅର୍ଥ ହରିଲୁଟ ହୋଇଥାଏ। ସାମାନ୍ୟ ବର୍ଷା କି ବନ୍ୟା ହେଲେ ଏହି ରାସ୍ତାରେ ଜିବା ଆସିବା କଷ୍ଟକର ହୋଇଯାଏ। ରାସ୍ତାରେ ବଡ଼ ବଡ଼ ଫାଟ ଯୋଗୁ ଅନେକ ସମୟରେ ବାଟୋଇମାନେ ଦୃଘଟଣାରେ ସମ୍ମୁଖିନ ମଧ୍ୟ ହୋଇଥାନ୍ତି। ଏନେଇ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ନେତା ଠାରୁ ଯନ୍ତ୍ରୀ ପର୍ଯ୍ୟନ୍ତ କେହି ହେଲେ କର୍ଣ୍ଣପାତ କରୁନାହାନ୍ତି। ଉକ୍ତ ରାସ୍ତା କାର୍ଯ୍ୟ ସମ୍ପର୍ଣ୍ଣ ହୋଇନଥିବାବେଳେ ନିକଟରେ ଉକ୍ତ ରାସ୍ତାଟି ପୁଣି ଟେଣ୍ଡର ପରିସର ଭୁକ୍ତ ହୋଇଥିବାର ସୁଣିବାକୁ ମିଳୁଛି। ଟେଣ୍ଡର ନାମରେ ଉକ୍ତ ରାସ୍ତା କାର୍ଯ୍ୟ ମରାମତି ହେଉନାହିଁ। ଏବେ ଉକ୍ତ ରାସ୍ତାଟି ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବାବେଳେ ଜାତାୟାତ ପାଇଁ ସମ୍ପୁର୍ଣ୍ଣଭାବରେ ଅନୁଉପଯୁକ୍ତ ହୋଇ ପଡ଼ିଛି। ଏହି ରାସ୍ତା ଉପରେ ପ୍ରାୟ ୧୫ଟି ପଞ୍ଚାୟତର ଜନସାଧାରଣ ଜାତାୟତ ପାଇଁ ନିର୍ଭର କରୁଥିବାବେଳେ ଜରୁରି କାଳୀନ ସେବା ତଥା ଦମକଳ ଓ ଆମ୍ବୁଲାନ୍ସ ଗାଡ଼ି ଏହି ରାସ୍ତାଦେଇ ଜାତାୟତ କରୁଥିବାବେଳେ ବ୍ଲକ ତହସିଲ, ବ୍ୟାଙ୍କ ଓ କଲେଜକୁ ଆସୁଥିବା ଛାତ୍ର ଛାତ୍ରୀ ଓ ଜନସାଧାରଣ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି। ଅନେକ ସମୟରେ ମଧ୍ୟ ଦୃଘଟଣାରେ ସମ୍ମୁଖିନ ହେଉଛନ୍ତି। ଧାମନଗରରୁ ୨ଶହ ମିଟର ଦୂରରେ ଘୋଷରା ନିକଟରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଏଠାରେ ମଧ୍ୟ ଲୋକମାନେ ଦୃର୍ଘଟଣାରେ ସୀକାର ହେଉଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ତୁରନ୍ତ ଉକ୍ତ ରାସ୍ତା ପ୍ରତି ନଜର ଦେଇ ମରାମତି କରିବାପାଇଁ ସାଧାରଣ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.