କେନ୍ଦ୍ରାପଡା, ୧୮/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ସଭାପତି ଭାବେ ମନୋନ୍ୱିତ କରାଯାଇଥିବା ଜଣାପଡିଛି। ପୂର୍ବରୁ ଅନେକ ଦଳୀୟ କର୍ମକର୍ତ୍ତା ଏହି ପଦ ପାଇଁ ଆଶାୟୀ ଥିବା ବେଳେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ଶ୍ରୀ ମହାନ୍ତିଙ୍କୁ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ସଂଗଠନକୁ ମଜଭୁତ କରିବା ପାଇଁ ଦାୟୀତ୍ୱ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଜଣାପଡିବ ଶ୍ରୀ ମହାନ୍ତି ଜିଲ୍ଲାରେ ଦଳୀୟ ସଂଗଠନକୁ କିଭଳି ମଜଭୁତ କରି ଆଗେଇ ନେଉଛନ୍ତି।