Home ଓଡ଼ିଶା ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଭାରତରେ ସବୁଠାରୁ କମ୍ ମୃତ୍ୟୁ ହାର

ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଭାରତରେ ସବୁଠାରୁ କମ୍ ମୃତ୍ୟୁ ହାର

48

– ଗତ ୧୪ ଦିନ ମଧ୍ୟରେ ୧୧ ଶହରୁ କମ ମୃତ୍ୟୁ

– ୨୨ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ମୃତ୍ୟୁ ହାର ଜାତୀୟ ହାର ଠାରୁ କମ

ନୂଆ ଦିଲ୍ଲୀ ୧୬-୧୦ (ଓଡ଼ିଆ ପୁଅ) ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସବୁଠାରୁ କମ୍ କୋଭିଡ-୧୯ ଜନିତ ମୃତ୍ୟୁ ହୋଇଛି। ଆଜି ଏହି ସଂଖ୍ୟା ୮୧ ଥିଲା।

ଅକ୍ଟୋବର ୨ରୁ ଆଜି ପର୍ଯ୍ୟନ୍ତ ଦେଶରେ ୧୧ଶହରୁ କମ୍ ମୃତ୍ୟୁ ହୋଇଛି।

ଏହି ଫଳାଫଳ ମଧ୍ୟରେ ଭଲ ପ୍ରଦର୍ଶନ କରିଥିବା ତଥା ଜାତୀୟ ମୃତ୍ୟୁ ହାର ଠାରୁ କମ୍ ମୃତ୍ୟୁ ଥିବା ୨୨ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସାମିଲ ରହିଛି।

ମୃତ୍ୟୁ ହାର ଲଗାତାର କମିବାରେ ଲାଗିଛି। ଏବେ ଏହି ହାର ୧.୫୨ ପ୍ରତିଶତ ଅଛି, ମାର୍ଚ୍ଚ ୨୨, ୨୦୨୦ ପରେ ଏହା ସବୁଠାରୁ କମ୍ ରହିଛି।

କୋଭିଡ ପରିଚାଳନା ଓ ମୁକାବିଲା ନୀତିର ଅଂଶବିଶେଷ ଭାବେ କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ସହ ଏଥିଯୋଗୁଁ ହେଉଥିବା ମୃତ୍ୟୁ ସଂଖ୍ୟା ହ୍ରାସ କରିବା ଓ ଗୁରୁତର କୋଭିଡ ରୋଗୀଙ୍କୁ ଗୁଣବତ୍ତାସମ୍ପନ୍ନ ଚିକିତ୍ସା ଉପଲବ୍ଧ କରାଇ ଲୋକଙ୍କ ଜୀବନ ରକ୍ଷା କରିବାକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ମିଳିତ ପ୍ରୟାସ ଯୋଗୁଁ ସାରା ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ହୋଇପାରିଛି। କୋଭିଡ ଡାକ୍ତରଖାନା ଗୁଣବତ୍ତାଯୁକ୍ତ ଡାକ୍ତରୀ ସେବା ପ୍ରଦାନ କରୁଛନ୍ତି। ନୈଦାନିକ ଉପଚାର ପ୍ରୋଟୋକଲରେ କେନ୍ଦ୍ର ସରକାର ମାନକ ଦିଶାନିର୍ଦ୍ଦେଶ ଜାରି କରିଛନ୍ତି। ଫଳରେ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କୋଭିଡ ରୋଗୀଙ୍କୁ ଗୁଣବତ୍ତାସମ୍ପନ୍ନ ଚିକିତ୍ସା ମିଳି ପାରୁଛି।

ମୃତ୍ୟୁ ହାର କମାଇବାକୁ ଗୁରୁତର ରୋଗୀଙ୍କ ଚିକିତ୍ସା ପରିଚାଳନାରେ ନିୟୋଜିତ ଆଇସିୟୁ ଡାକ୍ତରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏମ୍ସ, ନୂଆଦିଲ୍ଲୀରେ ଇ-ଆଇସିୟୁ ଉପକ୍ରମ ଆରମ୍ଭ କରାଯାଇଛି। ଏହି ଉପକ୍ରମରେ ବିଶେଷଜ୍ଞମାନେ ସପ୍ତାହକୁ ଦୁଇ ଦିନ ମଙ୍ଗଳବାର ଓ ଶୁକ୍ରବାର ରାଜ୍ୟ ଡାକ୍ତରଖାନାଗୁଡିକର ଆଇସିୟୁ ଡାକ୍ତରମାନଙ୍କ ପାଇଁ ପରାମର୍ଶ ଅଧିବେଶନ ଆୟୋଜନ କରୁଛନ୍ତି। ଏହି ଅଧିବେଶନ ଜୁଲାଇ ୮, ୨୦୨୦ରୁ ଆରମ୍ଭ ହୋଇଛି।

ଆଜି ପର୍ଯ୍ୟନ୍ତ ଏପରି ୨୩ଟି ଟେଲି-ଅଧିବେଶନ ଆୟୋଜିତ ହୋଇଛି, ଯେଉଁଥିରେ ୩୪ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ୩୩୪ଟି ଚିକିତ୍ସା ସଂସ୍ଥା ଭାଗ ନେଇଛନ୍ତି।

ନୂତନ ଭାବେ ଚିହ୍ନଟ ମାମଲା ତୁଳନାରେ ରୋଗୀଙ୍କ ସୁସ୍ଥ ହାର ଅଧିକ ଧାରା ବଜାୟ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ଦିନରେ ୭୦, ୩୩୮ ରୋଗୀ ସୁସ୍ଥ ହୋଇଥିବା ବେଳେ ନୂତନ ଚିହ୍ନଟ ମାମଲା ସଂଖ୍ୟା ୬୩, ୩୭୧ ରହିଛି। ଏପର୍ଯ୍ୟନ୍ତ ସମୁଦାୟ ୬୪, ୫୩, ୭୭୯ ରୋଗୀ ସୁସ୍ଥ ହୋଇଛନ୍ତି। ସୁସ୍ଥ ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ୫୬ ଲକ୍ଷ (୫୬, ୪୯, ୨୫୧) ହୋଇଛି। ସୁସ୍ଥ ସଂଖ୍ୟା ଏବେ ସକ୍ରିୟ ମାମଲା ତୁଳନାରେ ୮ ଗୁଣ ଅଧିକ ରହିଛି।

ସକ୍ରିୟ ମାମଲାରେ କ୍ରମାଗତ କମିବାରେ ଲାଗିଛି। ବର୍ତ୍ତମାନ ସମୁଦାୟ ପଜିଟିଭଙ୍କ ମଧ୍ୟରୁ ମାତ୍ର ୧୦.୯୨ ପ୍ରତିଶତ ସକ୍ରିୟ ମାମଲା ରହିଛି। ଦେଶରେ ପଜିଟିଭ ମାମଲା ସଂଖ୍ୟା ୮, ୦୪, ୫୨୮ ରହିଛି। ଅଧିକ ରୋଗୀ ସୁସ୍ଥ ହେଉଥିବାରୁ ଜାତୀୟ ସୁସ୍ଥ ହାର ବୃଦ୍ଧି ପାଇ ୮୭.୫୬ ପ୍ରତିଶତରେ ପହଞ୍ଚିଛି।

୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ ମାମଲାର ୭୮ ପ୍ରତିଶତ ସୁସ୍ଥ ହୋଇଛନ୍ତି। କେବଳ ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧୩ ହଜାରରୁ ଅଧିକ ନୂଆ ରୋଗୀ ସୁସ୍ଥ ହୋଇଛନ୍ତି।

୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୭୯ ପ୍ରତିଶତ ନୂଆ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୧୦ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରେ ଏହି ନୂଆ ମାମଲା ସଂଖ୍ୟା ୮ ହଜାରରୁ ଅଧିକ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯୫ଟି କୋଭିଡ ମୃତ୍ୟୁ ହୋଇଛି। ଏଥିରୁ ୮୨ ପ୍ରତିଶତ ମୃତ୍ୟୁ ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଯଥା- ମହାରାଷ୍ଟ୍ର, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ତାମିଲନାଡୁ, ଛତିଶଗଡ, ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ, ପଞ୍ଜାବ, ଓଡିଶା ଓ ଦିଲ୍ଲୀରେ ହୋଇଛି।

ନୂଆ ମୃତ୍ୟୁର ୩୭ ପ୍ରତିଶତରୁ ଅଧିକ (୩୩୭) ମହାରାଷ୍ଟ୍ରରେ ହୋଇଛି।

୧୩ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ମୃତ୍ୟୁ ହାର ଜାତୀୟ ପ୍ରତିଶତ ଠାରୁ ଅଧିକ ଥିବା ରିପୋର୍ଟ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.