Home Coronavirus Outbreak କରୋନା ସଂକ୍ରମଣ ଭୟରେ ଆତ୍ମହତ୍ୟା କଲେ ଅବସରପ୍ରାପ୍ତ ବିଚାରପତି

କରୋନା ସଂକ୍ରମଣ ଭୟରେ ଆତ୍ମହତ୍ୟା କଲେ ଅବସରପ୍ରାପ୍ତ ବିଚାରପତି

168

ନୂଆ ଦିଲ୍ଲୀ ୨-୧୦ (ଓଡ଼ିଆ ପୁଅ) ଆନ୍ଧ୍ରପ୍ରଦେଶର ମିଆପୁର ଥାନା ଅଞ୍ଚଳରୁ ଏକ ଦୁଃଖ ଖବର ଆସିଛି। ଜଣେ ଅବସରପ୍ରାପ୍ତ ବିଚାରପତି କରୋନା ସଂକ୍ରମଣ ହୋଇଥିବା ଆଶଶଙ୍କା କରି ଆତ୍ମହତ୍ୟା କରିଛନ୍ତି।

ସୂଚନା ଅନୁଯାୟୀ, ଆଜି ମିଆପୁର ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ନ୍ୟୁ ସାଇବର ହିଲ୍ସ ଆପାର୍ଟମେଣ୍ଟରେ ନିଜ ଘରେ ଏକ ସିଲିଙ୍ଗ ଫ୍ୟାନରେ ଫାଶୀ ଲଗାଇ ଅବସରପ୍ରାପ୍ତ ବିଚାରପତି ରାମଚନ୍ଦ୍ର ରେଡ୍ଡୀ ଆତ୍ମହତ୍ୟା କରିଛନ୍ତି।

ସେ ଏକ ନୋଟ୍ ଛାଡି କହିଛନ୍ତି ଯେ, ସେ କରୋନାଭାଇରସ୍ ଭୟ କରୁଥିଲେ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ପ୍ରତି ସଂକ୍ରମଣ ବିପଦକୁ ଏଡାଇବା ପାଇଁ ଚରମ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ତାଙ୍କ ପୁଅ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଏବଂ ପୋଲିସ ତଦନ୍ତ ଜାରି ରଖିଛି।

ମିଆପୁର ଇନ୍ସପେକ୍ଟର ଭେଙ୍କଟେଶ ଶାମାଲାଙ୍କ ଅନୁଯାୟୀ ରାମଚନ୍ଦ୍ର ରେଡ୍ଡୀ (୬୭) ଗୁରୁବାର ରାତିରେ ଘର ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପରଦିନ ସକାଳେ ତାଙ୍କ ପତ୍ନୀ ତାଙ୍କୁ ଡାକିବାରୁ ସେ କବାଟ ଖୋଲି ନଥିଲେ।

ଗତ କିଛି ଦିନ ହେବ ରେଡ୍ଡୀ ଏକ ରୁମ୍ ରେ ନିଜକୁ ଅଲଗା କରିରଖିଥିଲେ, କାରଣ ତାଙ୍କର ଜ୍ୱର ଏବଂ ଥଣ୍ଡା ହୋଇଥିଲା ସେ ମାରାତ୍ମକ ଭୂତାଣୁ ସଂକ୍ରମିତ ହେବାର ସନ୍ଦେହ କରୁଥିଲେ।

ଇନ୍ସପେକ୍ଟର କହିଛନ୍ତି ଯେ, ସେ ତାଙ୍କ ପତ୍ନୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ଏହି ଭୂତାଣୁ ସଂକ୍ରମଣ ହେବାର ଭୟ ତାଙ୍କୁ ଲାଗୁଥିଲା। ସେଥିପାଇଁ ସେ ଏହି ଚରମ ପଦକ୍ଷେପ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.