Home ଓଡ଼ିଶା କୃଷି ମନ୍ତ୍ରୀଙ୍କ ଜିଲ୍ଲା ରଣପୁରରେ ସାରର ଅଭାବ ବିକ୍ରି  କୃଷକ ରାସ୍ତାକୁ ଓହ୍ଲାଇଲେ

କୃଷି ମନ୍ତ୍ରୀଙ୍କ ଜିଲ୍ଲା ରଣପୁରରେ ସାରର ଅଭାବ ବିକ୍ରି  କୃଷକ ରାସ୍ତାକୁ ଓହ୍ଲାଇଲେ

89

ଓଡିଆ ପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)୨୪/୯- ନୟାଗଡର ବିଧାୟକ ଅରୁଣ କୁମାର ସାହୁ ଓଡିଶାର ମନ୍ତ୍ରୀଭାବେ କୃଷି ବିଭାଗର ଦାୟିତ୍ୱ ତୁଲାଉଛନ୍ତି । ରଣପୁର ନିର୍ବାଚନ ମଣ୍ଡଳୀ ନୟାଗଡ ଜିଲ୍ଲା ମଧ୍ୟରେ ଅବସ୍ଥିତ । ରଣପୁର ଅଂଚଳର ଶତକଡା ୮୦ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି । ଚଳିତ ବର୍ଷ ବିଳମ୍ବିତ ଓ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ରଣପୁର ଚାଷିମାନେ ବହୁଡେରିରେ ରୁଆ ବେଉଷା କାମ ଆରମ୍ଭ କରିଥିଲେ । ବର୍ତମାନ ଜମିରେ ସାର ପକାଇବା କଥା କିନ୍ତୁ ରଣପୁର ଅଂଚଳରେ ଥିବା ସାର ଡିଲ୍‌ରମାନେ ଚଢା ଦରରେ ସାର ବିକ୍ରି କରିବା ଯୋଗୁ କଷକ ମାନଙ୍କ ଅନୁରୋଧରେ ଗଣମାଧ୍ୟମରେ ସାର ଅଭାବ ବିକ୍ରି ସର୍ମ୍ପକେ ଖବର ବାହାରିବାପରେ ଡିଲ୍‌ରମାନେ ଆଉ ୟୁରିଆ ସାର ଆଣୁନାହାନ୍ତି । କେବଳ ରଣପୁର ଆର.ଏମ୍‌.ସି. ଗୋଦାମରେ ଇଫିକୋ କମ୍ପାନୀ ତରଫରୁ ୟୁରଆ ସାର ବିକ୍ରୟ କରାଯାଉଥିଲା କିନ୍ତୁ କୃଷକ ମାନଙ୍କ ଆବଶ୍ୟକ ଅନୁଯାଇ ସାର ନ ଯୋଗାଇବାରୁ ସେପ୍ଟେମ୍ବର  ୨୪ ତାରିଖ ମଧ୍ୟାନ୍ନରେ ଆର.ଏମ୍‌.ସି. ଗୋଦାମ ସାମ୍ନାରେ ରଣପୁର ନୟାଗଡ ରାସ୍ତାକୁ କୃଷକମାନେ ଅବରୋଧ କରିଥିଲେ  ।

୭ଶହ ରୁ ୮ଶହ କୃଷକ ରାସ୍ତା ରୋକ କରିବା ଫଳରେ ଯାତାୟତ ପୁରା ଠପ୍ ହୋଇଯାଇଥିଲା  । ରଣପୁର ଥାନା ଇନ୍ସପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ଘଟଣା ସ୍ଥଳରେ ପହଂଚି କୃଷକମାନଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ରୋକ ହଟିଥିଲା  ।  ଇଫିକୋ କମ୍ପାନୀର ସାର ବିକ୍ରୟ କରୁଥିବା କର୍ମଚାରିମାନେ ନ ଆସିବାରୁ କୃଷକ ମାନଙ୍କ ମଧ୍ୟରେ ଉତ୍ୱେଜନା ପ୍ରକାଶ ପାଇଥିଲା ।  ଏସର୍ମ୍ପକେ ନୟାଗଡ  ଜିଲ୍ଲା କୃଷି ଅଧିକାରୀ ଆର‌୍ୟୁଦେହୀ ମିଶ୍ରଙ୍କ ସହ ଯୋଗା ଯୋଗ କରିବା ପରେ ବ୍ଲକ କୃଷି  ଅଧିକାରୀ ଙ୍କ ସହ ଯୋଗା ଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ କିନ୍ତୁ ବ୍ଲକ କୃଷି  ଅଧିକାରୀ ସୁଭେନ୍ଦୁ କୁମାର ସିଂଦେଓଙ୍କ ସହ ଯୋଗା ଯୋଗ ହୋଇଥିଲେ ମଧ୍ୟ ସେ ଫୋନ୍ ଉଠାଇ କାଟିଦେଇଥିଲେ । ବ୍ଲକ କୃଷି  ଅଧିକାରୀଙ୍କ ଘର ରଣପୁର ହୋଇଥିଲେ ମଧ୍ୟ ସେ କୃଷକମାନଙ୍କୁ ସହଯୋଗ  କରୁନଥିବା ଅଭିଯୋଗ ହେଉଅଛି । ଜିଲ୍ଲା ଉଚ୍ଚ କର୍ତ୍ତୁପକ୍ଷ ସାରର ଅଭାବି ବିକ୍ରି ଓ ଚଢାଦର ପ୍ରତି ଦୃଷ୍ଟି ଦେବାପାଇଁ କୃଷକମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.