Home ଜିଲ୍ଲା ପରିକ୍ରମା ଲୁଣିଆ ଗୁଳିକାଣ୍ଡର ୭୮ ତମ ସହିଦ ସ୍ମୃତି ଦିବସ ପାଳିତ

ଲୁଣିଆ ଗୁଳିକାଣ୍ଡର ୭୮ ତମ ସହିଦ ସ୍ମୃତି ଦିବସ ପାଳିତ

98

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ସହିଦନଗର ସ୍ଥିତ ଲୁଣିଆ ଗୁଳିକାଣ୍ଡର ୭୮ତମ ସ୍ମାରକୀ ଦିବସ ଆଜି ଭାବେ ପାଳିତ କରାଯାଇଛିା କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ଏହି ସହିଦ ଦିବସକୁ ପାଳନ କରାଯାଉଛିା ୧୯୪୨ ମସିହା ସେପଟେମ୍ବର ମାସ ୨୨ ତାରିଖ ଦିନ ଇଂରେଜ ଫୌଜିଙ୍କ ଗୁଳିମାଡରେ ଏହିଠାରେ ୯ ଜଣ ସଂଗ୍ରାମୀ ସହିଦ ହୋଇଥିଲୋ ଏହି ୯ ସଂଗ୍ରାମୀଙ୍କ ବଳିଦାନ ପାଇଁ ଏହିଠାରେ ସହିଦ ଦିବସ, ପ୍ରତିବର୍ଷ ସେପଟେମ୍ବର ମାସ ୨୨ ଦିନ ପାଳନ କରାଯାଉଛିା ଆଜି ପ୍ରଭାତରୁ ସହିଦ ସ୍ମୃତି କମିଟି ପକ୍ଷରୁ ତିଳତର୍ପଣ, ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।। ଏଠାରେ ଜାତୀୟ ପତାକାକୁ ସ୍ୱାଧିନତୀ ସଂଗ୍ରାମୀ ବ୍ରଜକିଶୋର ରାଉତ ଉତ୍ତୋଳନ କରିଥିଲୋ ଏହି ଅବସରରେ ସହିଦ ପୀଠରେ ଏକ ସଭା ଅନୁଷ୍ଠିତ ହୋଇଥିଲ।। ସହିଦ ସ୍ମୃତି କମିଟିର ସଭାପତି ସ୍ଥାନୀୟ ବିଧାୟକ ବିଷ୍ଣୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶପାଇଁ ବଳିଦାନ ଦେଇଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ବୀରତ୍ୱ ଗାଥା ବଖାଣିଥିଲୋ ଏହି ଅବସରରେ ସହିଦ ସ୍ମୃତି କମିଟି ପକ୍ଷରୁ ସହିଦ ସ୍ପନ୍ଦନ ପୁସ୍ତକ ଉନ୍ମୋଚନ କରାଯାଇଥିଲ।। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଗୟାଧର ନାୟକ, ପ୍ରିୟତମା ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଦସ୍ୟା ଉମାମଣି ସାହୁ ଓ ମନୋରଞ୍ଜନ ମଲ୍ଲିକ, ସ୍ୱାଧିନତା ସଂଗ୍ରାମୀ ବ୍ରଜକିଶୋର ରାଉତ, ବିଜେପି ଜିଲ୍ଲା ସାଧାରଣ ସଂପାଦକ ଅଶୋକ କୁମାର ପୁହାଣ, ଉପସଭାପତି ଚତୁର୍ଭୁଜ ନାୟକ, ସ୍ମୃତି କମିଟିର ଉପସଭାପତି ବୈକୁଣ୍ଠ ସାହୁ, ଶ୍ରୀକାନ୍ତ ନାୟକ, ରାଜେନ୍ଦ୍ର ସାହୁ, ସରୋଜ କୁଅଁର, କାଳନ୍ଦୀ ମଲ୍ଲିକ ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲୋ ପରେ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସଭାପତି ଉମେଶ କୁମାର ମହାନ୍ତି, ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବିବିସିସି ସଭାପତି ରଘୁନାଥ ଲେଙ୍କା, ସରପଞ୍ଚ ଅଞ୍ଜନା ଲେଙ୍କା, ସମିତି ସଭ୍ୟ ହରେକୃଷ୍ଣ ପାଢୀ, ଅଖୁଜା ପଣ୍ଡା, ଗଦାଧର ସାହୁ, ବିନୋଦ କୁମାର ନାୟକ, ସୁଶାନ୍ତ ରାଉତ, ପ୍ରତାପ କୁମାର ସାମଲ, ସ୍ୱର୍ଣଲତା ନାୟକ ପ୍ରମୁଖ ଯୋଗଦେଇ ସହିଦ ସ୍ମୃତି ସ୍ତମ୍ବରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲୋ ଅନ୍ୟପକ୍ଷରେ ଜାତୀୟ କଂଗ୍ରେସ ପକ୍ଷରୁ ପୂର୍ବତନ ସାଂସଦ ମୁରଲୀଧର ଯେନା, ରାଜ୍ୟ କଂଗ୍ରେସ ଓବିସି ସେଲର ଉପାଧ୍ୟକ୍ଷ ଅଭିଷେକ ରାଉତ, ପିସିସି ସଭ୍ୟ ହୃଦାନନ୍ଦ ସେଠୀ, ନିର୍ୱାଚନମଣ୍ଡଳୀ ନେତା ବିଦ୍ୟାଧର ଜେନା, ପ୍ରସନ୍ନ ଧଳ ଯୋଗଦେଇ ସହିଦ ସ୍ତମ୍ବରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲୋ ସେପଟେ ସିପିଆଇଏମ୍ ପକ୍ଷରୁ ସତ୍ୟମୂର୍ତ୍ତି ବେହେରା, ପଞ୍ଚାନନ ପାଣିଗ୍ରାହୀ, ରମେଶ ସାହୁ, ସୁଧାକର ଜେନା, ରମାକାନ୍ତ ମହାଳିକ, ଗୋଲେଖ ଜେନା, ପ୍ରଭାକର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲୋ ସେହିପରି ଓକିଲ ସଂଘ ପକ୍ଷରୁ ଅମରେନ୍ଦ୍ର ମହାନ୍ତି, ଅରୁଣ ପ୍ରକାଶ ନାୟକ, ରଞ୍ଜିତ କୁମାର ମହାନ୍ତି ଓ ମନୋଜ ଗୁପ୍ତା, ଧାମନଗର ପ୍ରେସ କ୍ଲବ ପକ୍ଷରୁ ପ୍ରଦାପ ମହାପାତ୍ର, କିଷାନ ରାଉତ, ଜଗନ୍ନାଥ ବେହେରା, ବୈକୁଣ୍ଠ ସାହୁ, ସନ୍ତୋଷ ଦାସ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲୋ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.