Home ଜିଲ୍ଲା ପରିକ୍ରମା ଜଳଯୋଗାଣ କର୍ମଚାରୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତି

ଜଳଯୋଗାଣ କର୍ମଚାରୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତି

107

ପୁରୀ, ୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ରାଜ୍ୟ ସହରାଂଚଳ ଓ ଗ୍ରାମାଂଚଳ ଜଳଯୋଗାଣ ବ୍ୟବସ୍ଥାରେ କାର୍ଯ୍ୟରତ କ୍ଷେତ୍ର କର୍ମଚାରୀମାନଙ୍କ ସମସ୍ୟା କୁ ଗୃହ ଓ ନଗର ଉନ୍ନୟନ ବିଭାଗ ଆଲୋଚନା ମାଧ୍ୟମରେ ସାମାଧାନ କରୁନଥିବାରୁ ଦୀର୍ଘ ବର୍ଷର ଦାବ ସାମଧାନ ହୋଇପାରୁନାହିଁ। ଯଦ୍ୱାରା କି କର୍ମଚାରୀ ମହଲରେ ଘୋର ଅସନ୍ତୋସ ସୃଷ୍ଟି ହୋଇଛି। ଫନି ମହାବାତ୍ୟା ଓ ଅମ୍ପାନରେ ୨୪ ଘଂଟା ମଧ୍ୟରେ କର୍ମଚାରୀମାନେ ଜଳଯୋଗାଣ ବ୍ୟବସ୍ଥାକୁ ସୂଦୃଢ କରି ଜନସାଧାରଣ ଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଇ ପାରିଥିଲେ। କୋଭିଡ୍‌-୧୯ ମହାମାରୀ ଭୂତାଣୁ ସମୟରେ ରାଜ୍ୟର ୪ କୋଟିରୁ ଉର୍ଦ୍ଧ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦିଆଯାଉଥିବା ବେଳେ ନିରୀହ ଶ୍ରମିକ କରୋନା ଭୂତାଣୁରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଥିଲେ ମଧ୍ୟ କର୍ମଚାରୀମାନଙ୍କୁ ବୀମାଭୁକ୍ତ କରାଯାଉନାହିଁ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସଂଘର ନିଷ୍ପତି ପ୍ରକାରେ ସହରାଂଚଳ ଓ ଗ୍ରାମାଂଚଳ ଜଳଯୋଗାଣ ବ୍ୟବସ୍ଥାରେ କାର୍ଯ୍ୟରତ ସମସ୍ତ ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ, ଓାର୍କଚାର୍ଜ କର୍ମଚାରୀମାନଙ୍କୁ ରେଗୁଲାର କର୍ମଚାରୀର ମାନ୍ୟତା ସହ ପେନସନ ପ୍ରଦାନ, ଏସ-ଇ-ଏମ ଓ ଠିକା କର୍ମଚାରୀମାନଙ୍କୁ ରାଜ୍ୟ ସରକାରଙ୍କ ଘୋଷିତ ସର୍ବନିମ୍ନ ମଜୁରୀ ପ୍ରଦାନ, କ୍ୟାଡର ରୁଲ ସଂଶୋଧନ କରାଯାଇ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପେନସନ ପ୍ରଦାନ, ଭୂତାଣୁ ସଂକ୍ରମଣରେ ମୃତ୍ୟୁବରଣ କରୁଥିବା କର୍ମଚାରୀ ପରିବାରକୁ ୫୦ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ। ଏହି ସମସ୍ୟା ଗୁଡିକ ଆଲୋଚନା ମାଧ୍ୟମରେ ସମାଧାନ କରାନଗଲେ ଆସନ୍ତା ଦୁର୍ଗାପୂଜା ସରକାରୀ ଛୁଟିରେ ୨୩/୧୦/୨୦ ରୁ ୨୬/୧୦/୨୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବର୍ଗର ଜଳଯୋଗାଣ କର୍ମଚାରୀ ସମୂହ ଛୁଟି ନେବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ମନୋଜ କୁମାର ମାହନ୍ତି, ଉପସଭାପତି ଯଦୁମଣି ପ୍ରଦାନ, ଯୁଗ୍ମସଂପାଦକ କେ-ଶଙ୍କର, ଖଣ୍ଡ ସଂପାଦକ ପୁରୀ ଘନଶ୍ୟାମ ଚୌଧୁରୀ, ଅଭିରାମ ମହାପାତ୍ର, ଆଶିଷ ଅମିତାଭ ମହାପାତ୍ର, ଶ୍ରୀଧର ନାୟକ, ବ୍ରଜକିଶୋର ମହାପାତ୍ର, ରମାକାନ୍ତ ମହାନ୍ତି, ଦିଗମ୍ବର ପ୍ରଧାନ, ନୃସିଂହ ପଣ୍ଡା ପ୍ରମୁଖ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.