Home ଜିଲ୍ଲା ପରିକ୍ରମା ବନ୍ୟା ପୀଡିତ ଚିନ୍ତାରେ : ଖସିନି ଗାଁ ଦାଣ୍ଡରୁ ପାଣି, ଚାଷ ଉଜୁଡି ଗଲାଣି

ବନ୍ୟା ପୀଡିତ ଚିନ୍ତାରେ : ଖସିନି ଗାଁ ଦାଣ୍ଡରୁ ପାଣି, ଚାଷ ଉଜୁଡି ଗଲାଣି

108

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ୟା ହେବାର ୧୭୦ ଘଣ୍ଟା ପରେ ଆଜି ରିଲିଫ୍ ବାଣ୍ଟିବା ଆରମ୍ଭ ହୋଇଛି । ତାହା ପୁଣି ଆଂଶିକ ପ୍ରଭାବିତ ପଂଚାୟତର ଗାଁ ଗୁଡିକରେ ବଣ୍ଟା ହେଉଛି । ଏହି ଜିଲାର ତିହିଡି ବ୍ଲକ୍ ପାଇଁ ପ୍ରଶାସନ ୧୬ଟି ପଂଚାୟତର ୧୫ ହଜାର ୫୩୨ ପରିବାରର ୬୫ ହଜାର ବିପନ୍ନଙ୍କ ପାଇଁ ୮ ହଜାର କ୍ୱିଣ୍ଟାଲ ଚାଉଳ ବରାତ କରିଛନ୍ତି । ଜଳଦେଶ ଅଂଚଳରେ ଥିବା ବନ୍ୟା ବିପନ୍ନଙ୍କ ନିକଟରେ ଏଯାଏଁ ୭ ଦିନ ବନ୍ୟା ପରେ ବି ରିଲିଫ୍ ପହଞ୍ôଚ ପାରିନାହିଁ । କାରଣ ଟ୍ରାକ୍ଟର ଓ କାଠ ଡଙ୍ଗା ଖୋଜି ଖୋଜି ନୟାନ୍ତ ହୋଇଗଲେଣି ବ୍ଲକ୍ ପ୍ରଶାସନ । ରିଲିଫ୍ ଚାଉଳ ସିଧା ସଳଖ ବନ୍ୟା ପୀଡିତଙ୍କ ନିକଟରେ ପହଞ୍ଚାଇବାର ଦାୟିତ୍ୱ ଯୋଗାଣ ନିରୀକ୍ଷକଙ୍କ ଉପରେ ଥିଲେ ମଧ୍ୟ ରିଲିଫ୍ ବାଣ୍ଟିବାରେ ସେ ଅସମର୍ଥ ହୋଇଛନ୍ତି । ତିହିଡି ବ୍ଲକ୍ ପାଇଁ ବରାଦ ହୋଇଥିବା ୮ ହଜାର କ୍ୱିଣ୍ଟାଲ ରିଲିଫ୍ ଚାଉଳ ମଧ୍ୟରୁ ମାତ୍ର ୬ ଟ୍ରକ୍ । ଯାହାକି ୧୨ ଶହ କ୍ୱିଣ୍ଟାଲ ଚାଉଳ ଉଠାଯାଇଛି । ଏହାକୁ ନେଇ ଏବେ ଗାଁ ଗାଁରେ ଅଶାନ୍ତି ଦେଖାଦେଲାଣି । ପ୍ରଶାସନର ବିଫଳତା ଢାଙ୍କିବାକୁ ଶାସକ ଦଳ ନେତା ପ୍ରୟାସ କରୁଥିବା ବେଳେ ବିରୋଧୀୟ ତମ୍ବି ତୋଫାନ କଲେଣି । ଖାଲି ବିରୋଧୀ ନୁହଁନ୍ତି ଶାସକ ଦଳର ସରପଞ୍ଚ ଯେକି ଜଳଦେଶ ଅଂଚଳର ଗୋବିନ୍ଦପୁର ପଂଚାୟତରେ ପ୍ରତିନିଧିତ୍ୱ କରୁଛନ୍ତି, ସେ ବି ଅସନ୍ତୁଷ୍ଟ ଅଛନ୍ତି । ତିହିଡି ବ୍ଲକ୍‌ର ୧୬ ଟି ପଂଚାୟତରେ କରାଳ ବନ୍ୟା ମାଡିଥିବାରୁ ୬୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ହଜାର ହଜାର ଗୋରୁ-ଗାଈ ଏହାଦ୍ୱାରା ପ୍ରଭାବିତ ହେବା ସହିତ ଅନେକ ଗୋରୁ-ଗାଈ, ଛେଳିମେଣ୍ଢା ଭାସି ଯାଇଛନ୍ତି । ଲୋକଙ୍କ ଘରେ ପାଣି ପଶିବାରୁ ଚୁଲି ଓ ଚୁଲା ବନ୍ୟାରେ ଭାସି ଯାଇଛି । କଂଗ୍ରେସର ନେତା ଅଶୋକ ଦାସ, ଦିଗମ୍ବର ଦାସ, ସରୋଜ ଦାସ ତିହିଡି ବନ୍ୟାଞ୍ଚଳ ପରିଦର୍ଶନ ବେଳେ ଏହି କଥା କହିଛନ୍ତି ବନ୍ୟା ବିପନ୍ନମାନେ । ୧୬ଟି ପଂଚାୟତରେ ବନ୍ୟା ହୋଇଥିଲେ ମଧ୍ୟ ଆଜିସୁଦ୍ଧା ସବୁ ପଂଚାୟତକୁ ରିଲିଫ୍ ଯାଇପାରିନାହିଁ । ଗାଁ ଦାଣ୍ଡରୁ ପାଣି ଖସିବା ନା ଧରୁନି । ଗାଁ ମୁଣ୍ଡରେ ପାଣିର ସୁଅ ଲାଗି ରହିଛି । ବନ୍ୟା କମିଗଲା ପରେ ସେମାନଙ୍କର ଦୁର୍ଦ୍ଦଶା ବଢିବାରେ ଲାଗିବ ଏହା ନିସନ୍ଦେହ । ଏହି ବନ୍ୟାରେ ପଂଚାୟତିରାଜ ବିଭାଗ ବ୍ଲକ୍‌ରେ ୨୫ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ତାଲିକା କରିଛନ୍ତି । ଏହି ତାଲିକାରେ ପଂଚାୟତ ରାସ୍ତା ଓ ସମିତି ରାସ୍ତା ସହ ବିଭିନ୍ନ ନଳକୂପ କ୍ଷତିର ଚିତ୍ର ଦିଆଯାଇଛି । ଅନ୍ୟପକ୍ଷରେ ତିହିଡି କୃଷି ବିଭାଗ ଏଯାଏଁ ନିଜ ରିପୋର୍ଟ ତିଆରି କରିନାହିଁ । ୮ ହଜାର ହେକ୍ଟର ଚାଷ ଜମି ଏହି ବନ୍ୟାପାଣିରେ ବୁଡି ରହିଥିବା କୃଷି ବିଭାଗ ତାଲିକା କରିଛି । ବନ୍ୟା ପାଣି ସଂପୂର୍ଣ୍ଣ ଭାବରେ ତିହିଡି ବ୍ଲକ୍‌ର ଆହୁରି ୯ଟି ପଂଚାୟତରେ ତାଣ୍ଡବ ଲୀଳା କରୁଛି, ଉବୁଟୁବୁ ହେଉଛି ଧାନଗଛ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.