Home ଜିଲ୍ଲା ପରିକ୍ରମା ଆଦାନୀ ଧାମରା ପୋର୍ଟକୁ ‘ପରିବେଶ ସଂରକ୍ଷଣ’ ପାଇଁ ଏକ୍ସିଡ୍ ଗୋଲ୍ଡ ଆୱାର୍ଡ

ଆଦାନୀ ଧାମରା ପୋର୍ଟକୁ ‘ପରିବେଶ ସଂରକ୍ଷଣ’ ପାଇଁ ଏକ୍ସିଡ୍ ଗୋଲ୍ଡ ଆୱାର୍ଡ

63

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜୈବ ବିବିଧତା ସଂରକ୍ଷଣ, ପରିବେଶ ସୁରକ୍ଷା ଏବଂ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଆଦାନୀ ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍‌କୁ ସମ୍ମାନଜନକ ‘ଏକ୍ କାମ ଦେଶ କେ ନାମ୍‌’ର ଏକ୍ସିଡ୍ ଗୋଲ୍ଡ ଆୱାର୍ଡ ପ୍ରଦାନ କରାଯାଇଛି । ‘ପରିବେଶ ସଂରକ୍ଷଣ’ ବର୍ଗରେ ୨୦୨୦ ବର୍ଷ ପାଇଁ କମ୍ପାନୀ ଏହି ପୁରସ୍କାର ଲାଭ କରିଛି । ପରିବେଶ ସୁରକ୍ଷା ଦିଗରେ ଆଦାନୀ ଧାମରା ପୋର୍ଟ ପକ୍ଷରୁ ବର୍ଷତମାମ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ପୋର୍ଟ ନିକଟବର୍ତ୍ତୀ ଅଂଚଳରେ ବନୀକରଣ ଠାରୁ ଆରମ୍ଭ କରି ଚାଷ କ୍ଷେତ୍ରରେ ଜୈବିକ ସାର ପ୍ରୟୋଗ ନେଇ ଲୋକଙ୍କୁ ସଚେତନ କରାଇବା ସହ ବର୍ଜ୍ୟବସ୍ତୁରୁ ସାର ପ୍ରସ୍ତୁତି ନେଇ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ‘ଏକ୍ କାମ ଦେଶ କେ ନାମ୍‌’ ଏକ ଅଣ-ସରକାରୀ, ଅଣ-ଅନୁଦାନପ୍ରାପ୍ତ ସଂଗଠନ; ଯାହା ଜାତୀୟ ତଥା ସାମାଜିକ ବିକାଶ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛି । ଜାତୀୟ, ଅର୍ଥନୈତିକ, ପରିବେଶ ଏବଂ ସାମାଜିକ ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ପରିବେଶ, କର୍ପୋରେଟ ସାମାଜିକ ଦାୟିତ୍ୱ(ସିଏସ୍‌ଆର୍‌), ମାନବ ସମ୍ବଳ ଏବଂ ବୃତ୍ତିଗତ ସ୍ୱାସ୍ଥ୍ୟ ଓ ନିରାପତ୍ତା କ୍ଷେତ୍ରରେ ଶିଳ୍ପଗୁଡିକୁ ସମ୍ମାନ ପ୍ରଦାନ ପାଇଁ ‘ଏକ୍ କାମ ଦେଶ କେ ନାମ୍‌’ ପଦକ୍ଷେପ ନେଇଛି । ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଦିଗରେ ଯୋଗ୍ୟ କମ୍ପାନୀଗୁଡିକ ପାଇଁ ଏହି ପୁରସ୍କାର ଗୁଣବତ୍ତାର ନିଦର୍ଶନ ଭାବେ କାର୍ଯ୍ୟ କରେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.