Home ଜିଲ୍ଲା ପରିକ୍ରମା ମହିଳା ଉତ୍ପାଦକ ଗୋଷ୍ଠୀର ଗଠନ ଏବଂ କାର୍ଯ୍ୟକାରିତା ସମ୍ପର୍କିତ ଦିନିକିଆ ପ୍ରଶିକ୍ଷଣ ଶିବିର

ମହିଳା ଉତ୍ପାଦକ ଗୋଷ୍ଠୀର ଗଠନ ଏବଂ କାର୍ଯ୍ୟକାରିତା ସମ୍ପର୍କିତ ଦିନିକିଆ ପ୍ରଶିକ୍ଷଣ ଶିବିର

54

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ-୧୯ଘରୋଇ ତଥା ଗ୍ରାମୀଣ ଭାରତର ଆର୍ôଥକ ଜୀବନକୁ ବହୁତ ପ୍ରଭାବିତ କରିଛି। ସମଗ୍ର ଭାରତରେ ସ୍ୱୟଂ ସହାୟକ ଗୋଷ୍ଠୀ, ଯେଉଁମାନେ ନିଜ ପରିବାର ଏବଂ ସମାଜର କଲ୍ୟାଣ ପାଇଁ ଅତିରିକ୍ତ ରୋଜଗାର କରିବାକୁ ସଂଘର୍ଷ କରୁଛନ୍ତି, ସେମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ପ୍ରତ୍ୟେକ କାର୍ଯ୍ୟକଳାପ ଯେପରିକି; ନିକଟସ୍ଥ ବଜାରରୁ କଂଚାମାଲ ସଂଗ୍ରହ, ଉତ୍ପାଦନ ଏବଂ ମାର୍କେଟିଂ ପାଇଁ ସଦସ୍ୟଙ୍କ ଯୋଗଦାନ ମହାମାରୀ ହେତୁ ବାଧାପ୍ରାପ୍ତ ହୋଇଛି। ଆଦାନୀ ଧାମରା ବନ୍ଦରର ନିକଟବର୍ତ୍ତୀ ଅଂଚଳରେ ଆଦାନୀ ଫାଉଣ୍ଡେସନ୍ ଦ୍ୱାରା ୨୦୧୯-୨୦ ମସିହାରେ ସଂଗଠିତ ହୋଇଥିବା ଦୁଇଟି ମହିଳା ଉତ୍ପାଦକ ଗୋଷ୍ଠୀ ମଧ୍ୟ ଏହି ମହାମାରୀର ପ୍ରଭାବ ହେତୁ ମୁଖ୍ୟ ସ୍ରୋତରୁ ବିଚ୍ଛିନ୍ନ ହୋଇଛନ୍ତି। ଏହି ଗୋଷ୍ଠୀର ଉତ୍ସାହ, ବିଶ୍ୱାସ ଏବଂ ଶକ୍ତିକୁ ପୁନଃଜୀବିତ କରିବା ପାଇଁ ଗତ ଅଗଷ୍ଟ ୧୯ ତାରିଖରେ ଆଦାନୀ ଫାଉଣ୍ଡେସନ୍‌ର ସହଯୋଗରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଶାଖା ଓଡ଼ିଶା ଜୀବିକା ମିଶନ ପକ୍ଷରୁ କୋଇଥଖୋଲା ଗ୍ରାମ ପଂଚାୟତର ଗୌରପ୍ରସାଦ ଗ୍ରାମରେ ମହିଳା ଉତ୍ପାଦକ ଗୋଷ୍ଠୀର ଗଠନ ଏବଂ କାର୍ଯ୍ୟକାରିତା ଉପରେ ଏକ ଦିନିକିଆ ପ୍ରାରମ୍ଭିକ ତାମିଲ ଶିବିର ଆୟୋଜନ କରାଯାଇଥିଲା। ଗୌରପ୍ରସାଦ ଏବଂ ପୂର୍ଣ୍ଣପ୍ରସାଦ ଗ୍ରାମରୁ ଛତୁ ଉତ୍ପାଦନରେ ନିୟୋଜିତ ମହିଳା ଉତ୍ପାଦକ ଗୋଷ୍ଠୀର ୬୦ ସଦସ୍ୟା ଏହି ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିଲେ ଏବଂ ଏହି କରୋନା ସମୟରେ ସମ୍ମୁଖୀନ ହୋଇଥିବା ଆହ୍ୱାନଗୁଡିକର ଅଭିଜ୍ଞତା ପ୍ରକାଶ କରିଥିଲେ। ଏହି ପ୍ରଶିକ୍ଷଣରେ ଉତ୍ପାଦକ ଗୋଷ୍ଠୀର ଗଠନ ଏବଂ କାର୍ଯ୍ୟକାରିତା, କାର୍ଯ୍ୟନିର୍ବାହୀ ସଦସ୍ୟ ଓ ଉତ୍ପାଦକ ଗୋଷ୍ଠୀ ସଦସ୍ୟାମାନଙ୍କ ଭୂମିକା ଏବଂ ଦାୟିତ୍ୱ, ବ୍ୟବସାୟ ମୌଳିକତା, ଯୋଜନା, ପୁସ୍ତକ ଏବଂ ରେକର୍ଡ ରଖିବା ଆଦି ବିଷୟ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ୨୦୧୯ରେ ଆଦାନୀ ଫାଉଣ୍ଡେସନ୍ ଦ୍ୱାରା ଗଠିତ ଏହି ମହିଳା ଉତ୍ପାଦକ ଗୋଷ୍ଠୀ ୩୪ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କୁ ଛତୁ ଚାଷ କରି ପରିବାର ପିଛା ୩, ୦୦୦ ଟଙ୍କା ଆୟ କରିବାରେ ସକ୍ଷମ କରିଛି। ପରେ ଏହି ଉତ୍ପାଦକ ଗୋଷ୍ଠୀଗୁଡିକ ଓଡିଶା ଜୀବିକା ମିଶନ ସହିତ ସଂଯୁକ୍ତ ହୋଇଥିଲେ ଏବଂ ଭବିଷ୍ୟତର ପୁଞ୍ଜି ବିନିଯୋଗ ଓ ଉତ୍ପାଦକ ଗୋଷ୍ଠୀଗୁଡ଼ିକର କାର୍ଯ୍ୟକଳାପ ତଥା ବ୍ୟବସାୟର ସ୍ଥାୟୀତ୍ୱ ପାଇଁ ପ୍ରତ୍ୟେକ ମହିଳା ଗୋଷ୍ଠୀକୁ ୨.୦୪ ଲକ୍ଷ ଟଙ୍କା ସହାୟତା ପାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.