Home Coronavirus Outbreak ବାଲେଶ୍ୱର ଜିଲ୍ଲା କରୋନା ଆକ୍ରାନ୍ତ ତଥ୍ୟ-

ବାଲେଶ୍ୱର ଜିଲ୍ଲା କରୋନା ଆକ୍ରାନ୍ତ ତଥ୍ୟ-

76

ବାଲେଶ୍ୱର, ୨୩ା୮(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାରେ ଗତ କିଛିଦିନ କରୋନା ସଂକ୍ରମତଙ୍କ ସଂଖ୍ୟା ୧୦୦ରୁ ତଳକୁ ଆସୁନଥିବା ବେଳେ ଏହା ପ୍ରଶାସନ ସମେତ ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇଦେଇଛି। ବିଶେଷ କରି ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଯୋଗୁଁ ଜିଲ୍ଲାର ସ୍ଥିତି ସଙ୍ଗୀନ ଆଡ଼କୁ ଯାଉଥିବା ଲକ୍ଷ୍ୟ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶନିବାରଦିନ ସୁଦ୍ଧା ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୪୫ରେ ପହଞ୍ଚିଛି। ଅଦ୍ୟାବଧି ୧୬୩୯ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୧୦୯୩ଜଣ କରୋନା ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ ରଖି ଚିକିତ୍ସା କରାଯାଉଛି। ଅଦ୍ୟାବଧି ଜିଲ୍ଲାରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୮ରେ ସ୍ଥିର ରହିଛି। ଶନିବାରଦିନ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୦୫ଜଣ ପଜିଟିଭ୍‌ଙ୍କ ମଧ୍ୟରୁ ସମସ୍ତେ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ବାଲେଶ୍ୱର ପୌରାଞ୍ଚଳରୁ ୩୯ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ। ତେବେ ବାଲେଶ୍ୱର ସହରର ନୀଳିଆବଗରୁ ୪ ଜଣ, ନୁରୁପୁରରୁ ୪ ଜଣ, ମୁଖ୍ୟ ଚିକିତ୍ସାଳୟରୁ ୫ ଜଣ, ରାଣୀପାଟଣାରୁ ୩ ଜଣ, ସୁନହଟରୁ ୩ ଜଣ, ରେମୁଣା ବ୍ଲକ ବାଲିଆରୁ ୫ ଜଣ, ବାଲିଆପାଳ ବ୍ଲକ ଗଡ଼ସାହିରୁ ୬ ଜଣ, ସଦର ବ୍ଲକର ସାହୁପଡ଼ାରୁ ୪ ଜଣ ଓ ଓଡ଼ଙ୍ଗୀରୁ ୩ ଜଣ ଏକକାଳୀନ ପଜିଟିଭ୍ ଚିହ୍ନଟ ହେବା ସ୍ଥାନୀୟ ସଂକ୍ରମଣ ସ୍ଥିତିକୁ ସଙ୍ଗୀନ କରିଛି। ନୂଆଭାବେ ଚିହ୍ନଟ ହୋଇଥିବା ସମସ୍ତ ସ୍ଥାନୀୟ ସଂକ୍ରମିତ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି କରୋନା ପିଜିଟିଭ୍ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗତ କିଛିଦିନ ଧରି ଜିଲ୍ଲାରେ କ୍ରମାଗତ ଭାବେ ସ୍ଥାନୀୟ ସଂକ୍ରମଣ ବଢ଼ିଚାଲିଥିବା ବେଳେ ଏଭଳି ସ୍ଥିତିରେ ଜନସାଧାରଣ ଅଧିକରୁ ଅଧିକ ସତର୍କତା ଅବଲମ୍ବନ ସହ କୋଭିଡ୍ ନିୟମ ପାଳନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.