Home ଜିଲ୍ଲା ପରିକ୍ରମା ଷାଠିବାଙ୍କଡା ଗାଁରେ ୬ଜଣ କରୋନା ପଜେଟିଭ ଚିହ୍ନଟ: ୭ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା କଲେ...

ଷାଠିବାଙ୍କଡା ଗାଁରେ ୬ଜଣ କରୋନା ପଜେଟିଭ ଚିହ୍ନଟ: ୭ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା କଲେ ଓଳଗ ସରପଞ୍ଚ

86

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧିନ ଓଳଗ ପଞ୍ଚାୟତ ଷାଠିବାଙ୍କୁଡା ଗାଁରେ ବୁଧବାର ୬ଜଣ ଓ ଜଣେ କ୍ୱାରେଣ୍ଟାଇନ ସେଣ୍ଟରରୁ କରୋନା ପଜେଟିଭ ଚୁହ୍ନଟ ହୋଇଥିଲେ। ସ୍ଥାନୀୟ ସରପଞ୍ଚ ୭ଜଣ କରୋନା ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ପଠାଇବା ସହ ବୁଧବାର ରାତ୍ର ୧୨ଟାରୁ ଆସନ୍ତା ୭ଦିନ ଯାଏଁ ଉକ୍ତ ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି। ତାହାସହ ୨୦ତାରିଖ ଠାରୁ ୫ଦିନ ଯାଏଁ ସମଗ୍ର ଓଳଗ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଥିବା ସରପଞ୍ଚ ଅନୂସୟା ସେଠୀ ପ୍ରକାଶ କରିଛନ୍ତି। ଏପରିକି ଭଦ୍ରକ ଜିଲାପାଳ ଓ ବ୍ଲକ ଅଧିକାରୀଙ୍କ ସୂଚନା ନିମନ୍ତେ ଉଭୟ ଦପ୍ତରକୁ ଲିଖିତ ପତ୍ର ପଠାଇଥିବା ଶ୍ରୀମତୀ ସେଠୀ ପ୍ରକାଶ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.