Home ଜିଲ୍ଲା ପରିକ୍ରମା ଭଦ୍ରକ ଓକିଲ ସଂଘର ବିକ୍ଷୋଭ

ଭଦ୍ରକ ଓକିଲ ସଂଘର ବିକ୍ଷୋଭ

100

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗଣତନ୍ତ୍ର ଓ କଥା କହିବାର ଅଧିକାରର ସୁରକ୍ଷା ଦାବିରେ ବୁଧବାରଦିନ ଭଦ୍ରକ ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତି ଆଗରେ ବକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଓକିଲ ସଂଘ ସଭାପତି ଦିଲୀପ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କୋର୍ଟ ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତି ଆଗରେ ଅନୁଷ୍ଠିତ ବିକ୍ଷୋଭ ତଥା ପ୍ରତିବାଦ ସଭାରେ ଆଇନଜୀବୀ ଦିବ୍ୟସିଂହ ନାୟକ, ହରିହର ଧଳ, ସୂର୍ଯ୍ୟକାନ୍ତ କୁଅଁର, ରାଧା ଦାସ, ପଂକଜ ପରିଡା, ସନ୍ତୋଷ ନାୟକ, ଶଶୀଭୁଷଣ ପଣ୍ଡା, ଗିରିଧାରୀ ନାଥ, ଶିବ ପ୍ରସାଦ ମହାନ୍ତି, ଚିନ୍ମୟ କୁମାର ସ୍ୱାଇଁ, ରଂଜନ ନାୟକ, ବିତ୍ୱଜିତ ରାଉତ, କୁମୁଦ ଦାସ, ମୁକ୍ତିକାନ୍ତ ବାରିକ ଓ ଅନ୍ୟ ଆଇନଜୀବୀମାନେ ଯୋଗଦେଇ କଥା କହିବାର ଅଧିକାର ଛଡାଇନେବା ଆମ ଗଣତନ୍ତ୍ର ପ୍ରତି ବିପଦ ବୋଲି କହିଥିଲେ। ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତଭୁଷଣଙ୍କ ଟ୍ୱିଟ କୁ ଅଦାଲତ ଅବମାନନା ଦର୍ଶାଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବାରୁ ଭଦ୍ରକ ଓକିଲ ସଂଘ ଏହାର ପ୍ରତିବାଦ କରିଛି। ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶାନ୍ତଭୁଷଣଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ତଥା ଦଣ୍ଡାଦେଶ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.