ଭଦ୍ରକ, ୨୦-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକରେ ମଙ୍ଗଳବାର ଦିନ ପୁଣି ୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୬୮୭ରେ ପହଞ୍ଚିଛି। ଜିଲ୍ଲାରୁ ମୋଟ ୩୪ହଜାର ୫୫୭ ସାମ୍ପୁଲ ଟେଷ୍ଟ ହେବା ପରେ ଏହି ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ସମସ୍ତ ଆକ୍ରାନ୍ତ ଲୋକାଲ କଣ୍ଟାକ୍ଟ ବୋଲି ଜଣା ପଡିଛି। ଏବେ ପର୍ଯ୍ୟନ୍ତ ଜିଲ୍ଲାରୁ ମୋଟ ୯୭୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୭୦୬ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ତିହିଡି ବ୍ଲକ ବୋଡକ ଗ୍ରାମର ୩ଜଣ ଭୁବନେଶ୍ୱରର କିମ୍ସ ହସପିଟାଲରୁ, ଧାମନଗର ବ୍ଲକ ପନ୍ଦରବାଟିଆ ଗ୍ରାମର ଜଣେ କଟକ ବଡ ମେଡିକାଲରୁ, ଭଣ୍ଡାରିପୋଖରୀରୁ ଜଣେ ଓ ଧାମନଗର ତାଳପଦା ଗ୍ରାମରୁ ଜଣେ ଭୁବନେଶ୍ୱରର ସମ୍ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି। ଅନ୍ୟାନ୍ୟଙ୍କ ମଧ୍ୟରେ ଧାମନଗର ବ୍ଳକ ଧୁଷୁରୀରୁ ୮ଜଣ, ଭଗବାନପୁର ପଞ୍ଚାୟତ ଅନବପୁରରୁ ଜଣେ, ଲୁଣିଆ ଗ୍ରାମରୁ ଜଣେ, ବମକୁରାରୁ ଜଣେ, ବନ୍ତ ବ୍ଲକ ବନ୍ତରୁ ୩ଜଣ, ଗୋପିନାଥପୁର ପଞ୍ଚାୟତ ତୁଳସୀପୁରରୁ ୫ଜଣ, ମାଖନପୁର ଗ୍ରାମରୁ ଜଣେ, ବରଡେଶ୍ୱର ଗ୍ରାମରୁ ୩ଜଣ, ଭଦ୍ରକ ପୌରପାଳିକା ୨୮ ନଂ ୱାର୍ଡ ନୂଆସାହିରୁ ୭ଜଣ, ୧୩ ନଂ ୱାର୍ଡ ଅପର୍ତ୍ତିବିନ୍ଧାରୁ ଜଣେ, ୨୬ ନଂ ୱାର୍ଡରୁ ୨ଜଣ, ୯ ନଂ ୱାର୍ଡ ବନ୍ତଛକରୁ ଜଣେ, ୧୦ ନଂ ୱାର୍ଡ ଜଗନ୍ନାଥପୁରରୁ ଜଣେ, କୁଆଁସ ଗ୍ରାମରୁ ଜଣେ, ୬ନଂ ୱାର୍ଡ ଗୋପବନ୍ଧୁନଗରରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକ କୁରିଗାଁରୁ ୨, ରହଣିଆରୁ ଜଣେ, ଥଇଳା ଗ୍ରାମରୁ ୨ଜଣ, ବାସୁଦେବପୁର ବ୍ଲକ ନାଇକାଣିଡିହିରୁ ଜଣେ, ଚୁଡାମଣି ଗ୍ରାମରୁ ଜଣେ, ସାରଙ୍ଗପୁରରୁ ୨ଜଣ, ଜଗନ୍ନାଥପୁର ଗ୍ରାମରୁ ୨ଜଣ, ବାସୁଦେବପୁର ପୌରପାଳିକାର ବାଲିନଗରରୁ ଜଣେ, ମନ୍ଦାରୀରୁ ୨ଜଣ, ଉଚ୍ଚଡିହାରୁ ଜଣେ, ଭୈରବପୁରରୁ ଜଣେ, ସାବରପୁରରୁ ଜଣେ, ଭଦ୍ରକ ବ୍ଲକ ଜଗଦଳପୁରରୁ ଜଣେ, ଦୈସିଂରୁ ଜଣେ, ବିଲାବାଡି ଗ୍ରାମରୁ ୨ଜଣ, କୋରକୋରାରୁ ଜଣେ, ଲାଙ୍ଗୁଡି ଗ୍ରାମରୁ ଜଣେ, ଚାନ୍ଦବାଲି ବ୍ଲକ ବଡଓସ୍ତିଆ ସାଆନ୍ତ ଗ୍ରାମରୁ ଜଣେ, ମହୁଲିଆ ବାଲିପାଟଣା ଗ୍ରାମରୁ ଜଣେ, ଚାନ୍ଦବାଲି ଏନ୍ଏସିରୁ ଜଣେ, ବାଲେଶ୍ୱର ଜିଲ୍ଲା ବାହାନଗାର ୨ଜଣ ଓ ନୀଳଗିରି ମାଟିଆଳି ନଟାପଡା ଗ୍ରାମରୁ ଜଣେ ଭଦ୍ରକ ଜିଲ୍ଲାର ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି।