Home କେନ୍ଦୁଝର ତିନିମାସ ହେଲା ମିଳୁନି ସଂଗରୋଧ ପ୍ରୋତ୍ସାହନ, ବ୍ଲକ ଘେରିଲେ ପ୍ରବାସୀ

ତିନିମାସ ହେଲା ମିଳୁନି ସଂଗରୋଧ ପ୍ରୋତ୍ସାହନ, ବ୍ଲକ ଘେରିଲେ ପ୍ରବାସୀ

348

ହାଟଡିହି. ୧୨ / ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡଅଁର ସଂଗରୋଧ କେନ୍ଦ୍ରରେ ଥିବା କିଛି ପ୍ରବାସୀଙ୍କୁ ସେମାନଙ୍କ ପ୍ରୋତ୍ସାହନ ରାଶି ଦିଆଯାଉ ନଥିବାରୁ ସେମାନେ ଆଜି ବ୍ଲକ ଘେରାଉ କରିଥିବା ଜଣାଯାଇଛି । ଅଭିଯୋଗରୁ ଜଣାଯାଇଛି ଯେ ଡଅଁର ସଂଗରୋଧ କେନ୍ଦ୍ରରେ ବାହାର ରାଜ୍ୟରୁ ପ୍ରାୟ ଦୁଇଶହରୁ ଉର୍ଦ୍ଧ ପ୍ରବାସୀ ଆସି ସଙ୍ଗରୋଧରେ ରହିଥିଲେ । ରାଜ୍ୟ ସରକାର ପ୍ରବାସୀ ମାନଙ୍କୁ ସଂଗରୋଧ କେନ୍ଦ୍ରରେ ରହିଲେ ଦୁଇହଜାର ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଥିଲେ । ସେହି ଅନୁସାରେ ଉକ୍ତ ପ୍ରବାସୀମାନେ ସେମାନଙ୍କ ଆଧାରକାର୍ଡ ଓ ବ୍ୟାଙ୍କ ପାସବୁକ ନୋଡାଲ ଅଫିସରଙ୍କୁ ଦେଇଥିଲେ । କିନ୍ତୁ ଦୁଇରୁ ତିନି ମାସ ବିତିଯାଇଥିଲେ ମଧ୍ୟ ସଂଗରୋଧ ପ୍ରବାସୀ ମାନଙ୍କୁ ସେମାନଙ୍କ ପ୍ରୋତ୍ସାହନ ରାଶି ଦିଆଯାଉ ନାହିଁ । ସେମାନେ ଏନେଇ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଦୌଡୁଥିଲେ ମଧ୍ୟ କେହି ସେମାନଙ୍କ ଅଭିଯୋଗ ଶୁଣୁ ନଥିବା ଅରବିନ୍ଦ ପହି, ଦବପ୍ରକାଶ ପହି, ସନ୍ତୋଷ ପହି, ପ୍ୟାରମୋହନ ପହି, ଅରୁଣ କୁମାର ପହି ପ୍ରମୁଖ ଅଭିଯୋଗ କରିଛନ୍ତି । ସେ ପଞ୍ଚାୟତକୁ ଗଲେ ନୋଡାଲ ଅଫିସର ବ୍ଲକକୁ ଯାଅ ବୋଲି କହୁଥିବାବେଳେ ବ୍ଲକକୁ ଆସି ବୁଝିବାରୁ ତୁମର କୌଣସି କାଗଜ ଏଠାକୁ ଆସିନାହିଁଁ ବୋଲି କହୁଛନ୍ତି । ଏ ସମ୍ପର୍କରେ ଦାୟିତ୍ୱରେ କର୍ମଚାରୀ ନିରଞ୍ଜନ ବାରିକଙ୍କୁ ପଚାରିବାରେ ସେମାନଙ୍କ ବ୍ୟାଙ୍କ ପାସବୁକ ଆସିନଥିବାରୁ ସେମାନଙ୍କ ନାମପଞ୍ଜିକୃତ ହୋଇ ନାହିଁ ବୋଲି କହିଛନ୍ତି । ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.