Home ଜଗତସିଂହପୁର ନବଜାତ ଶିଶୁ ଜିଲ୍ଲା ଚାଇଲ୍ଡ ଲାଇନ୍ ଦ୍ବାରା ଉଦ୍ଧାର

ନବଜାତ ଶିଶୁ ଜିଲ୍ଲା ଚାଇଲ୍ଡ ଲାଇନ୍ ଦ୍ବାରା ଉଦ୍ଧାର

103

ଜଗତସିଂହପୁର-୧୨/୮ (ଓଡ଼ିଆ ପୁଅ/ନୃସିଂହ ବାରିକ) – ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଚଅଁରପୁର ଗ୍ରାମରୁ ଶନିବାର ସଂଧ୍ୟାରେ ଏକ ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି। ମାନସ ମହାପାତ୍ର ନାମକ ଜନୈକ ବ୍ୟକ୍ତି ନିକଟସ୍ଥ ଆମ୍ବ ତୋଟାରୁ ଶିଶୁ ଟିକୁ ପାଇକରି ଆଣି ଘରେ ରଖିଥିଲେ। ଜିଲ୍ଲା ଚାଇଲ୍ଡଲାଇନ୍ ସଦସ୍ୟ ଶୁଭ୍ରଜିତ୍ ମହାନ୍ତି ଓ ପଦ୍ମିନୀ ସାହୁ ଏହି ଖବର ପାଇ ବାଲିକୁଦା ଥାନା ପୋଲିସ ସହାୟତାରେ ମାନସଙ୍କ ଘରୁ ଶିଶୁ କୁ ଉଦ୍ଧାର କରିଥିଲେ। ଶିଶୁ ର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାକେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସାରୁ ସେହି ୨ଦିନର ନବଜାତ ଶିଶୁ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିବା ପରେ ତାର ଯତ୍ନ ପାଇଁ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି ବୋଲି ସୂଚନା ଦେଇଛନ୍ତି ଚାଇଲ୍ଡଲାଇନ୍ ସଂଯୋଜକ ନରେଶ ଗୋଛାୟତ। ମାତ୍ର ଏହି ଶିଶୁ କିଣାବିକା ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଜନସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.