Home ଜିଲ୍ଲା ପରିକ୍ରମା ଖରାସାହାପୁର ହାଇସ୍କୁଲରେ ବନୀକରଣ

ଖରାସାହାପୁର ହାଇସ୍କୁଲରେ ବନୀକରଣ

110

ବାଲେଶ୍ୱର, ୧୨-୮ (ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲା ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମରେ ସଂପ୍ରତି ବିଦ୍ୟାଳୟମାନଙ୍କରେ ବନୀକରଣ ଚାଲିଥିବା ବେଳେ ବାହାନଗା ଖରାସାହାପୁର ହାଇସ୍କୁଲରେ ପ୍ରଧାନ ଶିକ୍ଷକ ରଂଜନ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୃକ୍ଷରୋପଣ କରାଯାଇଛି। ବାହାନଗା ବିଡିଓ ରଘୁନାଥ ପାଣିଗ୍ରାହୀ, ଖରା ସାହାପୁର ପଞ୍ଚାୟତର ସରପଞ୍ଚ ଗୌରୀମଣି ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନବୀକରଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃକ୍ଷରୋପଣ ପ୍ରତି ଆଗ୍ରହ ବୃଦ୍ଧି କରିବା ଓ ବିଦ୍ୟାଳୟରେ ଫୁଲଫଳ ବଗିଚା ସୃଷ୍ଟି ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ଗୁରୁ ଦାୟିତ୍ୱ ଅଛି ବୋଲି ବିଡିଓ ଶ୍ରୀ ପାଣିଗ୍ରାହୀ କରିଥିଲେ। କରୋନା ସଂକ୍ରମଣକୁ ଗୁରୁତ୍ୱ ଦେଇ ସାମାଜିକ ଦୂରତା ରକ୍ଷା ପୂର୍ବକ ଏହି ନବୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସିଆରସିସି ଗୌରଚନ୍ଦ୍ର ଦାସ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ପ୍ରଦୀପ କୁମାର ଜେନା, ନିର୍ମଳ ନାୟକଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ବିଦ୍ୟାଳୟ ପରିସରରେ ଶିଶୁ, ଶାଗୁଆନ, ମାହୋଗାନି ପ୍ରଭୃତି ମୂଲ୍ୟବାନ ବୃକ୍ଷର ଚାରା ଓ ପିଜୁଳି, ଆମ୍ବ, ଲିଚୁ, କଦଳୀ, ଜାମରୁଳ ପ୍ରଭୃତି ଫଳଚାରା ରୋପଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.