Home କେନ୍ଦ୍ରାପଡ଼ା ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୋଲିସ ଓ ସାଧାରଣ ଜନତାଙ୍କୁ ହୋମିଓପାଥିକ ଔଷଧ ବଂଟନ

ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୋଲିସ ଓ ସାଧାରଣ ଜନତାଙ୍କୁ ହୋମିଓପାଥିକ ଔଷଧ ବଂଟନ

75

କେନ୍ଦ୍ରାପଡା ୩/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଜି ଅପରାହ୍ଣରେ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ୨ନଂ ପୋଲିସ ଫାଣ୍ଡିରେ କରୋନା ଯୋଦ୍ଧା ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ହୋମିଓପ୍ୟାଥିକ ଔଷଧ (ଆରସେନିକ୍ ଆଲବୋମିନ-୩୦) କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ପ୍ରଦାନ କରାଯାଇଛି। ଏହି ଅବସରରେ ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଇଂ ଭଗବାନ ବିଶ୍ୱାଳ ଯୋଗଦେଇ ଏହି ହୋମିଓପ୍ୟାଥି ଔଷଧ ପ୍ରତ୍ୟେକଙ୍କୁ ପ୍ରଦାନ କରିଥିଲେ। ଜିଲ୍ଲାର ପ୍ରତ୍ୟେକ ଅଂଚଳରେ ପାଂଚ ହଜାରରୁ ଉର୍ଦ୍ଧ୍ୱ ଏହି ହୋମିଓପ୍ୟାଥିକ ଔଷଧ ପୋଲିସ, ସରକାରୀ ଅଧିକାରୀ ଓ କର୍ମଚାରୀ ଏବଂ ସାମ୍ବାଦିକ ମାନଙ୍କୁ ପ୍ରଦାନ କରାଯିବ ବୋଲି ଇଂ ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି। ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦୁସ୍ତ ଓ ଗରୀବ ଲୋକମାନଙ୍କୁ ସହାୟତା ଯୋଗାଇ ଦିଆଯାଇଥାଏ। ଏହି କାର୍ଯ୍ୟକ୍ରମରେ ସରକାରୀ ଓକିଲ ସଂଜୟ କୁମାର ଜେନା, କ୍ରୀଡାଶିକ୍ଷକ ଜ୍ୟୋର୍ତିମୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.