Home ଜିଲ୍ଲା ପରିକ୍ରମା ପୌରପାଳିକା ପକ୍ଷରୁ‘ଉନ୍ନତି’ଯୋଜନାରେ ପ୍ରାଚୀର ଚିତ୍ରକଳା ଅଙ୍କନ

ପୌରପାଳିକା ପକ୍ଷରୁ‘ଉନ୍ନତି’ଯୋଜନାରେ ପ୍ରାଚୀର ଚିତ୍ରକଳା ଅଙ୍କନ

155

ବାଲେଶ୍ୱର, ୨୫ା୭(ଓଡ଼ିଆ ପୁଅ/ଅଭୟ ଦାସ) : କୋଭିଡ୍ ନିୟମ ପାଳନ ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍ ଓ ସଟ୍ ଡାଉନ୍ ସମୟରେ ଜୀବିକା ହରାଇଥିବା ଶ୍ରମଜୀବୀଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବା ନିମନ୍ତେ ବାଲେଶ୍ୱର ପୌରପାଳିକା ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ‘ଉନ୍ନତି’ ଯୋଜାନା ଅନ୍ତର୍ଗତ ସହରାଞ୍ଚଳ ଶ୍ରମ ଭିତ୍ତିକ କର୍ମ ନିଯୁକ୍ତି କାର୍ଯ୍ୟକ୍ରମରେ ସହରର ସୌନ୍ଦର୍ଯ୍ୟୀକରଣ ପାଇଁ ପୌରପାଳିକା ପକ୍ଷରୁ ଏବେ ପ୍ରାଚୀରମାନଙ୍କରେ ଚିତ୍ରକଳା ଅଙ୍କନ ହେଉଅଛି। ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ୱାର୍ଡ଼ର ସକ୍ରିୟ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସାମିଲ କରାଯାଇଛି। ଏସଏଚଜିମାନେ ଚିତ୍ରଶିଳ୍ପୀଙ୍କୁ ସାମିଲ କରି ବିଭିନ୍ନ ସଚେତନତା ଭିତ୍ତିକ ଚିତ୍ରକଳା ଅଙ୍କନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ୨୯ ନଂ ୱାର୍ଡ଼ର ମାଆ ସାରଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଉମଙ୍ଗ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଚିତ୍ରକଳା ଆଙ୍କିବାକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେମାନେ ସ୍ଥାନୀୟ କଳାକାରଙ୍କୁ ଏଥିରେ ନିୟୋଜିତ କରିଛନ୍ତି। ବିଶେଷ କରି ସ୍ୱଚ୍ଛ ଭାରତ ଅଭିଯାନ, କରୋନା ପ୍ରରୋଧ, ବୃକ୍ଷରୋପଣ, କନ୍ୟା ଭ୍ରୁଣ ନଷ୍ଟ ନକରିବା, ନାରୀ ସଶକ୍ତିକରଣ, ନାରୀ ଶିକ୍ଷା, ପରିବେଷ ସୁରକ୍ଷା, ଉତ୍କଳୀୟ କଳା ଓ ସଂସ୍କୃତି ଆଦି ବିଷୟକୁ ଶିଳ୍ପୀମାନେ ଚିତ୍ର ଆଙ୍କୁଥିବା ସ୍ୱୟଂ ସହାୟିକା ଗୋଷ୍ଠୀ କର୍ମକର୍ତ୍ତା କହିଛନ୍ତି। ତେବେ ପୌରପାଳିକା ଅଞ୍ଚଳରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କର ଏହି କର୍ମ ନିଯୁକ୍ତି କାର୍ଯ୍ୟକୁ ତଦାରଖ କରୁଛନ୍ତି ଗୋଷ୍ଠୀ ସଂଗଠିକା ଚନ୍ଦ୍ରକାନ୍ତୀ ରାଉତ। ଉମଙ୍ଗ ଏସଏଚଜିର ସଭାପତି ଶକୁନ୍ତଳା ସେଠୀ, ସମ୍ପାଦିକା ସୁଚିସ୍ମିତା ସାହୁ, ସୁଜାତା ମହାନ୍ତି, ପ୍ରୀତିରେଖା ସେଠୀ, ବାସନ୍ତି ସେଠୀ, ନୀଲମ ସାହୁ, ମୀନତି ସାହୁ, ଅନୀତା ଦାଶ, ରଂଜିତା ପଟ୍ଟନାୟକ ଏବଂ ମା ଶାରଳା ଏସଏଚଜିର ସଭାପତି ଗୀତାଞ୍ଜଳି ପଟ୍ଟନାୟକ, ସମ୍ପାଦିକା ଭକ୍ତିଲତା ଦାସ, କବିତା ବେରା, କନକଲତା ବାରିକ, ସାବିତ୍ରୀ ବାରିକ, ରୀତାରାଣୀ ସେଠୀ, ମଞ୍ଜୁରୀ ବେହେରା, ସୁକାନ୍ତି ଦାସ ଓ ଅହଲ୍ୟା ବିନ୍ଧାଣୀ ପ୍ରମୁଖ ଏହି କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.