Home ଓଡ଼ିଶା ଶରୀରର ରୋଗ ପ୍ରତିରୋଧ ଶକ୍ତିବୃଦ୍ଧି କରୋନା ପ୍ରତିହତରେ ସହାୟକ ହେବ

ଶରୀରର ରୋଗ ପ୍ରତିରୋଧ ଶକ୍ତିବୃଦ୍ଧି କରୋନା ପ୍ରତିହତରେ ସହାୟକ ହେବ

146

ବାଲେଶ୍ୱର, ୧୮-୬ (ଓଡ଼ିଆ ପୁଅ/ଅଭୟ ଦାସ) : ଓଡ଼ିଶା ସମେତ ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ସାଙ୍ଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ଦେଶବାସୀଙ୍କ ପାଇଁ ମହାବିପତ୍ତିର ସମୟ ଉପନୀତ ହୋଇଛି। କରୋନା ଭୂତାଣୁ ପାଇଁ ଅଦ୍ୟାବଧି କୌଣସି ଭେକ୍ସିନ୍ ବାହାରି ନଥିବା ବେଳେ ଏହାକୁ ପ୍ରତିହତ ପାଇଁ ସାମାଜିକ ଦୂରତା ରକ୍ଷା, ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ଓ ଜରୁରୀ କାମ ନଥାଇ ଘରୁ ନ ବାହାରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଦୀର୍ଘ ୩ ମାସ ଧରି ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଆଦି ଲାଗ ହୋଇସାରିଲାଣି। ଏହା ସତ୍ତ୍ୱେ ବି କରୋନା ସମଗ୍ର ଦେଶରେ କାୟା ବିସ୍ତାର କରି ଚାଲିଛି। ତେବେ ଉଲ୍ଲେଖନୀୟ ବିଷୟ ହେଲା ଅଦ୍ୟାବଧି କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ବର୍ଷୀୟାନ ବ୍ୟକ୍ତି ଓ ସେମାନେ କୌଣସି ନା କୌଣସି ରୋଗରେ ପୀଡ଼ିତ ଥିଲେ। ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିବା ବ୍ୟକ୍ତିଙ୍କ ତୁରନ୍ତ କରୋନା ସଂକ୍ରମଣ ହେଉଥିବା ବେଳେ ଛୋଟପିଲା ଓ ବୟସ୍କ ବ୍ୟକ୍ତିମାନେ ଅଧିକ ସତର୍କତା ଅବଲମ୍ବନ ପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଛି। ଅନ୍ୟପକ୍ଷରେ ଯଥେଷ୍ଟ ରୋଗପ୍ରତିରୋଧ ଶକ୍ତି ଥିବା ବ୍ୟକ୍ତିଙ୍କ ଶରୀରକୁ କରୋନା ଭୂତାଣୁ ଏତେ ଶୀଘ୍ର ପ୍ରବେଶ କରିପାରେ ନାହିଁ, ସଂକ୍ରମିତ ସେହି ବ୍ୟକ୍ତିମାନେ ଅଅଳ୍ପଦିନ ମଧ୍ୟରେ ସୁସ୍ଥ ବି ହୋଇଯାଉଛନ୍ତି। ଅତଏବେ ସାମ୍ପ୍ରତିକ ସ୍ଥିତିରେ କରୋନା ମୁକାବିଲା ପାଇଁ ନିଜର ରୋକ ପ୍ରତିରୋଧ ଶକ୍ତି ବୃଦ୍ଧି ଏକାନ୍ତ ଆବଶ୍ୟକ ହୋଇପଡ଼ିଛି ବୋଲି ମତବ୍ୟକ୍ତ କରିଛନ୍ତି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାକାରୀ ଡାକ୍ତର ବାନାର୍ଜି ପ୍ରସାଦ ଛୋଟରାୟ। ଏନେଇ ଔଷଧ ଦୋକାନରେ ମିଳୁଥିବା ବିଭିନ୍ନ ବର୍ଗର ଭଟାମିନ୍, ସବୁଜ ପନିପରିବା ବ୍ୟବହାର ସାଙ୍ଗକୁ ନିୟମିତ ଶାରୀରିକ ପରିଶ୍ରମ ଓ ଯୋଗ ପ୍ରାଣାୟମ କରିବା ଉଚିତ ବୋଲି ସେ କହିଛନ୍ତି। ବିଶେଷ କରି ରୋଗ ପ୍ରତିରୋଧ ଶକ୍ତିବୃଦ୍ଧି ପାଇଁ ଅୟୁସ ମନ୍ତ୍ରାଳୟ ନିର୍ଦ୍ଦେଶିତ ହୋମିଓପାଥିକ୍ ଓ ଆୟୁର୍ବେଦିକ ଔଷଧ ବି ବ୍ୟବହାର କରାଯାଇ ପାରେ ବୋଲି ଡାକ୍ତର ଛୋଟରାୟ କହିଛନ୍ତି। କରୋନା ମୁକାବିଲା ପାଇଁ ମାସ୍କ ବ୍ୟବହାର ସାମଜିକ ଦୂରତା ରକ୍ଷା ଭଳି ଶରୀରର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଏକାନ୍ତ ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.