Home କେନ୍ଦୁଝର କାଠ ବୋଝେଇ ଗାଡିକୁ ଧରି ବନବିଭାଗ ଜିମା ଦେଲେ ଗ୍ରାମବାସୀ

କାଠ ବୋଝେଇ ଗାଡିକୁ ଧରି ବନବିଭାଗ ଜିମା ଦେଲେ ଗ୍ରାମବାସୀ

141

ହାଟଡିହି-୯/୬, ଆଜି ଅପରାହ୍ନରେ ସମଣା କାଜୁ ଜଂଗଲରୁ ଗୋଟିଏ ପିକଅପ ଭ୍ୟାନରେ କାଠ ବୋଝେଇ କରି ଯାଉଥିବାବେଳେ ସମଣା ଗ୍ରାମବାସୀମାନେ କାଠବୋଝେଇ ପିକଅପ ଭ୍ୟାନକୁ ଜବଦ କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ସମଣା କାଜୁ ଜଂଗଲକୁ ବିଭାଗ ପକ୍ଷରୁ ନିଲାମ ଦିଆଯାଇଥିବାବେଳେ ଅନେକ ସମୟରେ କାଜୁ ଗଛଗୁଡିକୁ ହାଣି କେହି ନେଇଯାଉଥିବା ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ । ଦିନକୁ ଦିନ କାଜୁବାଡି ପଦା ହେଉଥିବାନେଇ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଥିଲା । ଆଜି ଅପରାହ୍ନରେ ନିଲାମଧାରୀ ଉକ୍ତ ଜଂଗଲରୁ ଗଛହାଣି ଏକ ପିକଅପ ଭ୍ୟାନରେ ଲୋଡ କରି ନେଉଥିବା ବେଳେ ସମଣା ଗ୍ରାମବାସୀ ଏହାକୁ ଅଟକ ରଖି ହଦଗଡ ଜଂଗଲ ବିଭାଗକୁ ଖବର ଦେଇଥିଲେ । ହଦଗଡ ଫରେଷ୍ଟ ରେଞ୍ଜର ସୁମିତ କୁମାର ମହାନ୍ତି ବନ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଜବଦ କରିବା ସହ ପିକଅପ ଚାଳକକୁ ଅଟକ ରଖି ତଦନ୍ତ ଚଳାଇଥିବା ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ମହାନ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.