Home ଜିଲ୍ଲା ପରିକ୍ରମା ପ୍ରଶାସନ ସ୍ତରରେ ତତ୍ପରତା, ଧାମରା- ବାଂଶଡା ରାସ୍ତା ପ୍ରଶସ୍ତିକରଣ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ପ୍ରଶାସନ ସ୍ତରରେ ତତ୍ପରତା, ଧାମରା- ବାଂଶଡା ରାସ୍ତା ପ୍ରଶସ୍ତିକରଣ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

93

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା -ବାଂଶଡା ଦୀର୍ଘ ୮ କି.ମି ରାସ୍ତା ପ୍ରଶସ୍ତିକରଣ କରିବାକୁ ସାଧାରଣ ସ୍ତରରେ ଦାବୀ ହୋଇଥିବା ବେଳେ ଏହି ରାସ୍ତାକୁ ଅବରୋଧ କରି ରଖିଥିବା ଅବରୋଧ କାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଭଦ୍ରକ ଜିଲ୍ଲାପାଳ ଚାନ୍ଦବାଲି ତହସିଲଦାରଙ୍କୁ ନିର୍ଦେଶ ଦେଇଛନ୍ତି । ସରକାରୀ ତଥ୍ୟରୁ ଜଣାଯାଇଛି ଧାମରା ବାଂଶଡା ରାସ୍ତାର ଲମ୍ବ ୮ କି.ମି । ଏହି ରାସ୍ତାର ଓସାର ୫୦କଡି ହୋଇଥିବା ବେଳେ ୨୦୦୯ ମସିହାରେ ଏହି ରାସ୍ତା ନିର୍ମାଣ କରିଥିବା ଠିକାଦାର ମାତ୍ର ୩୦କଡି ଓସାରରେ ଏହି ରାସ୍ତା ନିର୍ମାଣ କରିଥିଲେ ।ଅବଶିଷ୍ଟାଂଶ ୨୦ କଡି ରାସ୍ତା ଅବରୋଧ କାରୀଙ୍କ କବଜାରେ ଦଖଲରେ ଥିବାବେଳେ ଏହି ୨୦କଡି ରେ ରାସ୍ତା ନିର୍ମାଣ କରିବାକୁ ଅବରୋଧକାରୀ ସଂପୃକ୍ତ ଠିକାଦାରଙ୍କୁ ଦେଇ ନଥିଲେ । ଫଳରେ ସଂପୃକ୍ତ ଠିକାଦାର ଏହି ରାସ୍ତାକୁ ଯେନତେନ ନିର୍ମାଣ କରି ଯାଇଥିଲେ । ଅମ୍ପାନ କ୍ଷୟକ୍ଷତିର ଆକଳନ କରିବା ପାଇଁ ଭଦ୍ରକ ଜିଲ୍ଲାପାଳ ଞାନରଞନ ଦାସ ଆସି ଧାମରା ଅଂଚଳ ବୁଲି ସଂପୂର୍ଣ କ୍ଷୟକ୍ଷତିର ଆକଳନ କରୁଥିବା ସମୟରେ ଏହି ରାସ୍ତାର ଦୂରାବସ୍ଥା ଦେଖିଥିଲେ । ଏ ନେଇ ଜିଲ୍ଲାପାଳ ଚାନ୍ଦବାଲି ତହସିଲଦାର ସୂଶାନ୍ତ ସୂତାରଙ୍କ ସହ ଆଲୋଚନା କରିବା ସହ କିପରି ଖୁବଶୀଘ୍ର ଏହି ରାସ୍ତାରୁ ଅବରୋଧ ହଟାଯାଇ ପାରିବ ଏବଂ ଏହି ରାସ୍ତାର ପ୍ରଶସ୍ତିକରଣ ହୋଇ ପାରିବ ସେ ନେଇ ମଧ୍ୟ ଆଲୋଚନା କରିଥିଲେ ।ଏହି ରାସ୍ତା ଦେଇ ଧାମରା ବନ୍ଦରର ବହୁଲୋକ ଯାତାୟତ ହେଉଥିବା ବେଳେ ଦିନକୁ ଦିନ ଏହି ରାସ୍ତା ସଂକୀର୍ଣ ହୋଇ ପଡୁଛି ଫଳରେ ଏହି ରାସ୍ତାରେ ଆଜି ଭଳି ଦିନରେ ୧୦୮ଆମ୍ବୁଲାନ୍ସ,୧୦୨ ପ୍ରସୂତି ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗର ଗାଡି ଗୁଡିକ ଯାତାୟତ ବହୁତ ଦୂରୂହ ବ୍ୟାପାର ହୋଇ ପଡିଛି । ଏପରିକି ଗୋଟିଏ ମୋଟର ସାଇକେଲ ଆସୁଥିଲେ ଏହି ସମସ୍ତ ଜରୁରୀକାଳୀନ ସେବା ଗାଡି ଗୁଡିକ ଏହି ରାସ୍ତାରେ ଯାତାୟତ କରି ଲୋକଙ୍କୁ ସେବା ଯୋଗାଇବା ସମ୍ଭବ ହୋଇ ପାରୁ ନାହିଁ ବୋଲି ସମସ୍ତ ଜରୁରୀକାଳୀନ ସେବା ଯୋଗାଉଥିବା ଚାଳକ ମାନେ ପ୍ରତିକ୍ରିୟା ରଖିଛନ୍ତି ଫଳରେ ବହୁ ଜନଜୀବନ ହାନି ହୋଇ ପଡୁଥିବା ବେଳେ ବହୁ ଧନସମ୍ପତି ନଷ୍ଟ ହୋଇ ଯାଉଛି ।ଏହାକୁ ନେଇ ସାଧାରଣରେ ଚର୍ଚା ଚାଲିଥିବା ବେଳେ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦେଶକୁ ସୂଚାରୂରୂପେ ପାଳନ କରି ଏହି ରାସ୍ତାକୁ ପ୍ରଶସ୍ତିକରଣ କରାଯିବା ଜରୁରୀ ହୋଇ ପଡିଛି ବୋଲି ଚାନ୍ଦବାଲି ତହସିଲଦାର ସୂଶାନ୍ତ ସୂତାର ମତପୋଷଣ କରିଛନ୍ତି । ତହସିଲଦାର ଏବଂ ଧାମରା ସୁପରଭାଇଜର ଦାଶରଥି ଦାସ ମିଶି ଧାମରା-ବାଂଶଡା ଦୀର୍ଘ ୮କି.ମି ରାସ୍ତାର ବ୍ଲୁ ପ୍ରିଂଟ ପ୍ରସ୍ତୁତ କରି ସାରିଛନ୍ତି । ଖୁବ ଶୀଘ୍ର ଏହି ରାସ୍ତାକୁ ମାପ କରାଯାଇ ଜବରଦଖଲ କରି ରଖିଥିବା ଜବରଦଖଲ କାରୀଙ୍କୁ ନୋଟିସ ଦିଆଯିବ,ସେମାନେ ଧାର୍ଯ୍ୟ ସମୟ ମଧ୍ୟରେ ଏହି ରାସ୍ତାରୁ ହଟି ନଗଲେ ପ୍ରଶାସନ ତରଫରୁ ସେମାନଙ୍କୁ ହଟାଇ ଦିଆଯିବ ଏବଂ ଏହି ମାସ ଶେଷ ସୁଦ୍ଧା ସଂପୂର୍ଣ ମାପଚୁପ କରାଯାଇ ଏହି ରାସ୍ତାକୁ ଜବରଦଖଲ କାରୀଙ୍କ କବଜାରୁ ତହସିଲ ନିଜ ଆୟତକୁ ଆଣିବ ବୋଲି ଚାନ୍ଦବାଲି ତହସିଲଦାର ସୂଶାନ୍ତ ସୂତାର ନିଜର ପ୍ରତିକ୍ରିୟା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.