Home ଜିଲ୍ଲା ପରିକ୍ରମା ଭିଟାମାଟିକୁ ଫେରନ୍ତା ମୃତ ପ୍ରବାସୀ ଶ୍ରମିକଙ୍କୁ ସମ୍ମାନ ଉତ୍କଳ ମହିଳା ସମିତି ପକ୍ଷରୁ ରାଷ୍ଟ୍ରୀୟ ଶୋକ...

ଭିଟାମାଟିକୁ ଫେରନ୍ତା ମୃତ ପ୍ରବାସୀ ଶ୍ରମିକଙ୍କୁ ସମ୍ମାନ ଉତ୍କଳ ମହିଳା ସମିତି ପକ୍ଷରୁ ରାଷ୍ଟ୍ରୀୟ ଶୋକ ଦିବସ

87

ବାଲେଶ୍ୱର, ୧ା୬(ଓଡ଼ିଆ ପୁଅ/ଅଭୟ ଦାସ) : ଦୀର୍ଘ ଅଢ଼େଇ ମାସର ଲକ୍ ଡାଉନ୍ ଯୋଗୁଁ ଜୀବିକା ହରାଇ ଭୟ ଓ ଭୋକ ମଧ୍ୟରେ ହଜାର ହଜାର ମାଇଲ୍ ଚାଲି ଭିଟାମାଟିକୁ ଫେରୁଥିବା ବେଳେ ପୁଲିସ ନିର୍ଯାତନାର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ପ୍ରବାସୀ ଶ୍ରମିକଙ୍କ ସମ୍ମାନାର୍ଥେ ଉତ୍କଳ ମହିଳା ସମିତି ପକ୍ଷରୁ ଆଜି ରାଷ୍ଟ୍ରୀୟ ଶୋକ ଦିବସ ପାଳିତ ହୋଇଛି। ସମିତିର ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚି ସାମାଜିକ ଦୂରତା ରକ୍ଷା ସହ ପ୍ଲା’ କାର୍ଡ଼ ପ୍ରଦର୍ଶନ ପୂର୍ବକ ଶାନ୍ତିପୂର୍ଣ୍ଣ ଭାବେ ଏହି ଶୋକ ଦିବସ ପାଳନ କରିଥିଲେ। ଏଥିରେ ଭ।।ରତୀୟ ଜାତୀୟ ମହିଳା ଫେଡ଼େରେସନ ସଂଯୁକ୍ତ ଉତ୍କଳ ମହିଳା ସମିତିର ରାଜ୍ୟ ସାଧାରଣ ସମ୍ପାଦିକା ପ୍ରଭାବତୀ ଦାସ, ଜିଲ୍ଲା ସଭାନେତ୍ରୀ ବନ୍ଦନା ବିଶ୍ୱାସ, ହେମପ୍ରିୟା ବାରିକ, ଆରତୀ ପତି, ଭାନୁମତୀ ନାୟକ, ଆରତୀ ସୋରେନ୍‌, ଲକ୍ଷ୍ମୀ ଟୁଡୁ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟକ ମହିଳା ଏଥିରେ ଯୋଗ ଦେଇଥିଲେ। ଶ୍ରମିକଙ୍କ କର୍ମନିଯୁକ୍ତି ସୁରକ୍ଷା ସହ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ସମ୍ବଳିତ ୮ ଦଫା ଦାବିରେ କ୍ଷୋଭ ପ୍ରକାଶ କରିଥିଲେ। ବିଶେଷ କରି ଗୋଦାମ ଘରେ ଖାଦ୍ୟ ସାମଗ୍ରୀ ମହଜୁଦ୍ ଥିବା ବେଳେ ଅନାହାରରେ ମୃତ୍ୟୁବରଣର ବିଭିଶୀକା ମୟ ପରିସ୍ଥିତି କେନ୍ଦ୍ର ସରକାରଙ୍କ ସୁଶାସନ ଏହି ଲକ୍ ଡାଉନରେ ପ୍ରତିଫଳିତ ହୋଇଥିବା ନାରୀ ନେତ୍ରୀମାନେ ଆରୋପ କରିଥିଲେ। ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାରେ ସମସ୍ତଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା, ସମସ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟ, ଶିକ୍ଷା ଓ କର୍ମନିଯୁକ୍ତି ଯୋଗାଇବା, ଓ ନାଗରିକର ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେବା, ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨୬୦ ଦିନର କାର୍ଯ୍ୟ ଯୋଗାଇବା, ପ୍ରତ୍ୟେକ ପ୍ରବାସୀ ଶ୍ରମିକ ଓ ଅସଙ୍ଗଠିତ କ୍ଷେତ୍ର ଶ୍ରମିକ ପରିବାରକୁ ମାସିକ ୧୦ ହଜାର ଟଙ୍କା ହାରରେ ଅନ୍ୟୁନ ୬ ମାସ ପ୍ରଦାନ କରିବା, ସନ୍ଦେହ ଘେରରେ ଥିବା ‘ପିଏମ କେୟାର ଫଣ୍ଡ’ ଅର୍ଥକୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରେ ସାମିଲ କରିବା ଆଦି କାର୍ଯ୍ୟକାରୀ ପାଇଁ ସେମାନେ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.