Home Coronavirus Outbreak ବାତ୍ୟା ଅମ୍ଫାନ ପାଇଁ ଭୁବନେଶ୍ୱର-ନୂଆଦିଲ୍ଲୀ ଏସି ସ୍ୱତନ୍ତ୍ର ଟ୍ରେନର ଗତିପଥରେ ପରିବର୍ତ୍ତନ

ବାତ୍ୟା ଅମ୍ଫାନ ପାଇଁ ଭୁବନେଶ୍ୱର-ନୂଆଦିଲ୍ଲୀ ଏସି ସ୍ୱତନ୍ତ୍ର ଟ୍ରେନର ଗତିପଥରେ ପରିବର୍ତ୍ତନ

432

ଭୁବନେଶ୍ୱର ୧୭ା୫ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ ପାଇଁ ଭୁବନେଶ୍ୱର-ନୂଆଦିଲ୍ଲୀ ଏସି ସ୍ୱତନ୍ତ୍ର ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛିା ୧୯ରୁ ୨୨ ମଧ୍ୟରେ ଭୁବନେଶ୍ୱରରୁ ଓ ମେ’ ମାସ ୧୮ରୁ ୨୧ ମଧ୍ୟରେ ନୂଆଦିଲ୍ଲୀରୁ ଭୁବନେଶ୍ୱର, ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା, ରାଉରକେଲା, ଟାଟା ବାଇପାସିଙ୍ଗ, ଭଦ୍ରକ, ବାଲେଶ୍ୱର ଓ ହିଜଲି ରୁଟ ଦେଇ ଚାଲିବ। ଯାତ୍ରୀମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳବାଇ ଏହି ପଦକ୍ଷେପ ନେଇଥିବା ଜଣାଯାଇଛି। ବାଲେଶ୍ୱର ଓ ହିଜଲି (ଖଡଗପୁର)ରୁ ଆସୁଥିବା ଓ ଯାଉଥିବା ଯାତ୍ରୀମାନେ ୪ ଦିନ ପାଇଁ ଏହି ସ୍ୱତନ୍ତ୍ର ଏସି ଟ୍ରେନ ସେବା ପାରିବେ ନାହିଁ। ବାତ୍ୟା ଅମ୍ଫାନ ପାଇଁ ସମୟ ଅନୁସାରେ ସୂଚନା ଦିଆଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.