Home କେନ୍ଦୁଝର ସରକାରଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି ଘରେଇ ଅର୍ଥଲଗାଣକାରୀ ସଂସ୍ଥା

ସରକାରଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି ଘରେଇ ଅର୍ଥଲଗାଣକାରୀ ସଂସ୍ଥା

226

ହାଟଡିହି- ୧୦ /୫/ ଲକଡାଉନ ସମୟରେ କୌଣସି ସରକାରୀ କିମ୍ବା ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ସେମାନଙ୍କ ଋଣ ଆଦାୟ ନକରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ଲକଡାଉନ ସମୟରେ ଲୋକମାନେ ଯେହେତୁ କାମଧନ୍ଦା ଛାଡି ଦେଇଛନ୍ତି ଓ ସେମାନଙ୍କର ରୋଜଗାରର ପନ୍ଥା ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି ତେଣୁ ଏହି ସମୟରେ କୌଣସି ଋଣ ଆଦାୟ ପାଇଁ କୌଣସି ସଂସ୍ଥା ବାଧ୍ୟ କରିପାରିବେ ନାହିଁ । କିନ୍ତୁ ଏବେ କିଛି ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଗ୍ରାମର ଏସଏସଜି ଗ୍ରୁପ ମାନଙ୍କୁ ଋଣ ଆଦାୟ ପାଇଁ ବାଧ୍ୟ କରିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ହଦଗଡ ପଞ୍ଚାୟତ ମଧୁବନଗ୍ରାମର ୩୪ଜଣ ମହିଳା ଏଲ.ଏଣ୍ଡ.ଟି ଏବଂ ଫ୍ୟୁଜନ ନାମକ ଦୁଇଗୋଟି ଅର୍ଥଲଗାଣକାରୀ ସଂସ୍ଥା ଠାରୁ ଋଣ ଆଣିଥିଲେ । ପୁର୍ବରୁ ନିୟମିତ ଋଣ ସୁଝୁଥିବାବେଳେ ଲକଡାଉନ ଯୋଗୁଁ ଦୁଇମାସ ହେବ କିସ୍ତି ଦେଇ ନାହାନ୍ତି । ଏପରି ସମୟରେ ଉକ୍ତ ସଂସ୍ଥାର କର୍ମଚାରୀମାନେ ସେମାନଙ୍କୁ ଋଣ ଆଦାୟ ପାଇଁ ଚାପ ପକାଉଥିବାରୁ ମହିଳା ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଓ ମହିଳାମାନେ ଏବେ ଚିନ୍ତାରେ ପଡିଯାଇଥିବା ରଜନୀରାଣୀ ନାଏକ, ଅଞ୍ଜିନା ନାଏକ, ଗୁନ ମୁଣ୍ଡିଆଣି, ଆଶାଲତା ନାଏକ, ଛବି ନାଏକ, ପଦ୍ମାବତୀ ନାଏକ, ସୁବାସିନି ନାଏକ ପ୍ରମୁଖ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.