Home Coronavirus Outbreak କୋଭିଡ-19 ମହାମାରୀ ସମୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଉଛି ଜନୌଷଧି କେନ୍ଦ୍ର : ମନସୁଖ ମାଣ୍ଡଭିୟ

କୋଭିଡ-19 ମହାମାରୀ ସମୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଉଛି ଜନୌଷଧି କେନ୍ଦ୍ର : ମନସୁଖ ମାଣ୍ଡଭିୟ

83

– ପ୍ରତିଦିନ ୧୦ ଲକ୍ଷ ଲୋକ ଜନୌଷଧି କେନ୍ଦ୍ରରୁ ସୁଲଭ ମୂଲ୍ୟରେ ଔଷଧ କିଣୁଛନ୍ତି

ନୂଆ ଦିଲ୍ଲୀ ୬-୫ (ଓଡ଼ିଆ ପୁଅ) କୋଭିଡ-୧୯ ମହାମାରୀ ସମୟରେ ଦେଶରେ ପ୍ରଧାନମନ୍ତ୍ରୀ ଜନୌଷଧି କେନ୍ଦ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି ବୋଲି କହିଛନ୍ତି କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ) ଶ୍ରୀ ମନସୁଖ ମାଣ୍ଡଭିୟ। ସାରା ଦେଶରେ ପ୍ରତିଦିନ ପ୍ରାୟ ୧୦ ଲକ୍ଷ ଲୋକ ୬ ହଜାର ଜନୌଷଧି କେନ୍ଦ୍ରରୁ ସୁଲଭ ମୂଲ୍ୟରେ ଔଷଧ କିଣୁଛନ୍ତି। ଏହି କେନ୍ଦ୍ରଗୁଡ଼ିକ ହାଇଡ୍ରକ୍ସି କ୍ଳୋରୋକୁଇନ ମଧ୍ୟ ବିକ୍ରୟ କରୁଛନ୍ତି। ଶ୍ରୀ ମାଣ୍ଡଭିୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା ଫାର୍ମାସ୍ୟୁଟିକାଲ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା। ଉଚ୍ଚ ଗୁଣବତ୍ତାଯୁକ୍ତ ଔଷଧଗୁଡିକୁ ସୁଲଭ ମୂଲ୍ୟରେ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାର ପ୍ରଧାନମନ୍ତ୍ରୀଙ୍କ ଯେଉଁ ସ୍ଵପ୍ନ ଥିଲା ତାହା ଜନୌଷଧି କେନ୍ଦ୍ର ମାଧ୍ୟମରେ ବାସ୍ତବ ରୂପ ନେଇଛି। ଏହି ଯୋଜନା ଆରମ୍ଭ ହେବାର ୫.୫ ବର୍ଷ ମଧ୍ୟରେ ସାରା ଦେଶରେ ପ୍ରାୟ ୬ ହଜାର ଜନୌଷଧି କେନ୍ଦ୍ର ଖୋଲାଯାଇଛି। ଏହି କେନ୍ଦ୍ରମାନଙ୍କରେ ଉଚ୍ଚ ଗୁଣବତ୍ତାଯୁକ୍ତ ଔଷଧଗୁଡିକୁ ବଜାର ଦର ଠାରୁ ପ୍ରାୟ ୫୦ ରୁ ୯୦ ପ୍ରତିଶତ କମ ମୂଲ୍ୟରେ ଯୋଗାଇ ଦିଆଯାଉଛି। ଲକଡାଉନ କାଳରେ ଔଷଧ ଛଡା ଏହି ଜନୌଷଧି କେନ୍ଦ୍ରଗୁଡ଼ିକ ରାସନ କିଟ, ରନ୍ଧା ଖାଦ୍ୟ ଓ ନିଃଶୁଳ୍କ ଔଷଧ ମଧ୍ୟ ବିତରଣ କରିଛନ୍ତି। କୋଭିଡ-୧୯ ମହାମାରୀ କାଳରେ ଏହି ଜନୌଷଧି କେନ୍ଦ୍ରଗୁଡ଼ିକ ଜନସାଧାରଣଙ୍କ ସେବା ଲାଗି ଅହୋରାତ୍ର କାର୍ଯ୍ୟ କରୁଛନ୍ତି। ଏପ୍ରିଲ ମାସରେ ସାରା ଦେଶରେ ପ୍ରାୟ ୫୨ କୋଟି ଟଙ୍କା ମୂଲ୍ୟର ଔଷଧ ଯୋଗାଇ ଦିଆଯାଇଛି। ଏହି ଜନୌଷଧି କେନ୍ଦ୍ରଗୁଡ଼ିକ ଔଷଧ ଛଡା ହାଇଡ୍ରକ୍ସି କ୍ଳୋରୋକୁଇନ (ଏଚସିକ୍ୟୁ), ଏନ-୯୫ ମାସ୍କ, ତ୍ରିସ୍ତରୀୟ ସ୍ଵତନ୍ତ୍ର ମାସ୍କ ଓ ହସ୍ତ ବିଶୋଧକ ଆଦି ସୁଲଭ ମୂଲ୍ୟରେ ବିକ୍ରୟ କରୁଛନ୍ତି। ମନ୍ତ୍ରୀ ଶ୍ରୀ ମାଣ୍ଡଭିୟ କୋଭିଡ-୧୯ ସଂକ୍ରମଣ କାଳରେ ଜନୌଷଧି କେନ୍ଦ୍ରଗୁଡ଼ିକର ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.