Home ଓଡ଼ିଶା ଏନ୍‌ଆଇଟି ରାଉରକେଲାର ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଦ୍ୱାରା ବିକଶିତ ଭିଡିଓ ଆପ୍ ଜରିଆରେ କଥା ହେଲେ...

ଏନ୍‌ଆଇଟି ରାଉରକେଲାର ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଦ୍ୱାରା ବିକଶିତ ଭିଡିଓ ଆପ୍ ଜରିଆରେ କଥା ହେଲେ କେନ୍ଦ୍ରମନ୍ତ୍ରୀ ଆଧୁନିକ ଯୋଗାଯୋଗର ପ୍ରମୁଖ ମାଧ୍ୟମ ହେବ – ‘ମାଇଓଆରଜି୩୬୦’ ଭିସି ଆପ୍ – ଧର୍ମେନ୍ଦ୍ର ପ୍ରଧାନ

173

ନୂଆଦିଲ୍ଲୀ/ଭୁବନେଶ୍ୱର, ଏପ୍ରିଲ ୩୦ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡିଓ କନଫରେନ୍ସିଂ ଆପ୍ ‘ମାଇଓଆରଜି୩୬୦’ ଜରିଆରେ ଏହି ଆପକୁ ବିକଶିତ କରିଥିବା ଏନ୍‌ଆଇଟି ରାଉରକେଲାର ଛାତ୍ରଛାତ୍ରୀ ଟିମ୍ ସହ କଥା ହୋଇଛନ୍ତି। ଲକ୍ ଡାଉନ୍ ଭଳି ସାଂପ୍ରତିକ ସ୍ଥିତିରେ ଏହି ଆପକୁ ତିଆରି କରିଥିବାରୁ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀ ଦଳକୁ ଅଭିନନ୍ଦନ ଜଣୋଇବା ସହ ଏହି ଆପ୍ ଆଧୁନିକ ଯୋଗାଯୋଗର ପ୍ରମୁଖ ମାଧ୍ୟମ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀମାନେ ଏକ ଭିଡିଓ ଆପକୁ ତିଆରି କରିବାର ଅଭିନବ ପ୍ରୟାସ ସାଂପ୍ରତିକ ସମୟରେ ସ୍ୱାଗତଯୋଗ୍ୟ ପଦକ୍ଷେପ। ବିଶେଷ ଭାବରେ କୋଭିଡ୍‌୧୯ ସମୟରେ ପ୍ରସ୍ତୁତ ଏହି ଆପ୍ ଡିଜିଟାଲ ଯୋଗାଯୋଗର ସ୍ୱଦେଶୀ ଉପକରଣ ହୋଇପାରିବ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଯୁବପୀଢିଙ୍କ ଏପରି ଉଦ୍ୟମ ପ୍ରଶଂସନୀୟ। ବିଶେଷଭାବରେ ରାଉରକେଲାର ଏନଆଇଟି ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ଏହି ଆପ୍ ଲୋକଙ୍କୁ ଘରେ ରହି ମଧ୍ୟ ଅନଲାଇନରେ ଯୋଗାଯୋଗ କରିବାରେ ପ୍ରମୁଖ ଭୂମିକା ନେବ।

ଏହି ଅବସରରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଭିଡିଓ କନଫରେନ୍ସିଂ ଆପର ଟ୍ରାଏଲ୍ ଭର୍ସନରେ ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀଙ୍କ ସହିତ ଯୋଗାଯୋଗ କଲି। ଏହି ଯୁବକଯୁବତୀଙ୍କ କାମ ମୋତେ ପ୍ରଭାବିତ କରିଛି। ଆପକୁ ବିକଶିତ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ। ଡିଜିଟାଲ ଦୁନିଆକୁ ପରିବବର୍ତ୍ତନ କରିବାର ଉଦ୍ୟମ କରୁଥିବା ଛାତ୍ରଛାତ୍ରୀଙ୍କ ଆଗାମୀ ଦିନର ସଫଳତା କାମନା କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.